ଓଡିଶା

odisha

By

Published : Oct 27, 2021, 8:39 PM IST

ETV Bharat / city

ରାଜ୍ୟରେ ଜାତୀୟ ରାଜପଥ ପ୍ରକଳ୍ପ: ବଢୁଛି ଅବଧି, ସରୁନି କାମ

ରାଜ୍ୟରେ କଚ୍ଛପ ଗତିରେ ଚାଲିଛି ଜାତୀୟ ରାଜପଥର ୨୦ ପ୍ରକଳ୍ପ । କାମ ସରୁନଥିବା ଯୋଗୁଁ ଲୋକଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଏ ନେଇ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ର ପରିବହନ ସଚିବ ଗିରିଧର ଅରମାନେ । ଅଧିକ ପଢନ୍ତୁ...

National highway projects in odisha
ରାଜ୍ୟରେ ଜାତୀୟ ରାଜପଥ ପ୍ରକଳ୍ପ; ବଢୁଛି ଅବଧି, ସରୁନି କାମ

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ଜାତୀୟ ରାଜପଥର ୨୦ ପ୍ରକଳ୍ପର କଚ୍ଛପ ଗତିରେ ଚାଲିଛି । କାମ ସରୁନଥିବା ଯୋଗୁଁ ଲୋକଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଏ ନେଇ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ର ପରିବହନ ସଚିବ ଗିରିଧର ଅରମାନେ ।

ରାଜ୍ୟରେ ଜାତୀୟ ରାଜପଥ ପ୍ରକଳ୍ପ; ବଢୁଛି ଅବଧି, ସରୁନି କାମ

ଓଡ଼ିଶାରେ କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ୨୨ଟି ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସେଥି ମଧ୍ୟରୁ ୨୦ଟି ପ୍ରକଳ୍ପରେ କୌଣସି ପ୍ରକାର ନୀତିଗତ ସମସ୍ୟା ନାହିଁ । ହେଲେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି । କେତେକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅବଧି ଶେଷ ହୋଇଥିଲେ ମଧ୍ୟ ପ୍ରକଳ୍ପଗୁଡିକ ଶେଷ ହେଉନାହିଁ । ସେନେଇ ପରିବହନ ମନ୍ତ୍ରାଳୟ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଯେଉଁ ପ୍ରକଳ୍ପଗୁଡିକ ଅବଧି ମଧ୍ୟରେ ଶେଷ ହୋଇନାହିଁ ଏବଂ ମନ୍ଥର ଗତିରେ ଚାଲିଛି । ସେହି ରାସ୍ତାଗୁଡିକୁ ନିଜସ୍ତରରେ ତଦାରଖ କରିବାକୁ କେନ୍ଦ୍ର ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ସଚିବ ଗିରିଧର ଅରମାନେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଏହା ସହ ଯାତ୍ରୀବାହୀ ବସଗୁଡିକ ଉପଭୋକ୍ତା ଦେୟ ଦେଉନାହିଁନ୍ତି । କନସେପ୍ଟରମାନେ ଜାତୀୟ ରାଜପଥଙ୍କ ନିକଟରେ ଏ ନେଇ ଦୃଢ଼ ଦାବି ରଖିଛନ୍ତି । ଏହି ସମସ୍ୟାର ସମାଧାନ ଲାଗି ପୂର୍ବରୁ ଅବଗତ କରାଯାଇଥିଲା । ଏଥିପ୍ରତି ଗୁରୁତ୍ବ ଦେବା ସହିତ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ଅରମାନେ ଚିଠିରେ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଛନ୍ତି ।

କେନ୍ଦ୍ର ପରିବହନ ମନ୍ତ୍ରାଳୟ ସଚିବ ଗିରିଧର ଅରମାନେ ଚିଠିରେ ଦର୍ଶାଇଛନ୍ତି ଯେ, ୨୦୧୭ ମାର୍ଚ୍ଚରୁ ଅନୁଗୋଳ-ସମ୍ବଲପୁର ୧୫୩ କିମିର ଚାରିଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟାଦେଶ ହୋଇଛି । ଏହାର ୨୪୯୧.୫୩ କୋଟି ଟଙ୍କାର ନିର୍ମାଣ ଦାୟିତ୍ବ ଗାୟତ୍ରୀ ପିଟିପିଏସ ଠିକାଦାରକୁ ଦିଆଯାଇଥିଲା । ଇତିମଧ୍ୟରେ ଦୁଇଥର ଅବଧି ବୃଦ୍ଧି ହେଲାଣି । ତଥାପି କାର୍ଯ୍ୟ ୫୩ ପ୍ରତିଶତରେ ପହଞ୍ଚିଛି । ସେହିପରି କଟକ-ଅନୁଗୋଳ, ଚଣ୍ଡିଖୋଲ-ଭଦ୍ରକ, ରାଜମୁଣ୍ଡାର-ବାରକୋଟ, ଟାଙ୍ଗୀ-ଭୁବନେଶ୍ବର ଓ ରିମୁଳି-କୋଇଡା ପ୍ରଭୃତି ୨୦ଟି ରାସ୍ତା ନିର୍ମାଣରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନୀତିଗତ ସମସ୍ୟା ନଥିଲେ ହେଁ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇନାହିଁ ।

ପରିବହନ ମନ୍ତ୍ରାଳୟ ପକ୍ଷରୁ ଏହି ୨୨ଟି ପ୍ରକଳ୍ପ ପାଇଁ ୨୪୧୨କୋଟି ଟଙ୍କା ‘କାଲା’ରେ ପଇଠ କରାଯାଇଛି । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ସୁଦ୍ଧା ଜମି ଅଧିଗ୍ରହଣ ବାବଦ ୨୪୩ କୋଟି ଟଙ୍କା ବଣ୍ଟା ହୋଇନାହିଁ । ଏହା ବାଦ୍ ଏବେ ୧୨୫ କିମିର ଅତିରିକ୍ତ ଜାତୀୟ ରାଜପଥକୁ ମନ୍ତ୍ରାଳୟ ଅନୁମୋଦନ କରିଛନ୍ତି । ସେହିପରି ୨୦୨୧-୨୨ ରେ ୪୧୩କିମି ଏବଂ ୨୦୨୨-୨୩ ରେ ୫୩୩ କିମି ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ ବୁଝାମଣା ଶେଷ ହୋଇଛି ।

ଜାତୀୟ ରାଜପଥ ପ୍ରାଧିକରଣର ଆଞ୍ଚଳିକ ମୁଖ୍ୟ ମହାପ୍ରବନ୍ଧକ ରାମ ପ୍ରସାଦ ପଣ୍ଡା କହିଛନ୍ତି ଯେ, ରାଜ୍ୟ ସହଯୋଗ କଲେ କାମ ଆଗକୁ ବଢିବ । ଜମି ଅଧିଗ୍ରହଣ, ଫରେଷ୍ଟ କ୍ଲିୟରାନ୍ସ ଇସ୍ୟୁ ଅଛି । ଛଅଟି ନୂଆ ପ୍ରକଳ୍ପ ହେବ । ଜମି ଅଧିଗ୍ରହଣ ଯେତେ ଶିଘ୍ର ସରିବ କାମ ଆରମ୍ଭ ହେବ । ରାୟପୁର ବିଶାଖାପାଟଣା କାମ ପାଇଁ ଜମି ଅଧିଗ୍ରହଣ ଜୋରସୋରରେ ଚାଲିଛି । ନବରଙ୍ଗପୁରରେ ଜୁଲାଇରୁ କାମ ଆରମ୍ଭ ହେବ । ୨୦୨୧-୨୨, ୨୨-୨୩ ବର୍ଷରେ ବହୁତ ନୂଆ ପ୍ରକଳ୍ପ ଆରମ୍ଭ ହେବ । କିନ୍ତୁ କ୍ଲିୟରାନ୍ସ ନମିଳିବା ଯାଏଁ ଟେଣ୍ଡର କାମ ଆରମ୍ଭ ହୋଇପାରିବନି । ପୁରୁଣା କାମ ଶୀଘ୍ର ସରିବା ଦରକାର । ଅନୁଗୁଳ ସମ୍ବଲପୁର ଜାତୀୟ ରାଜପଥ କାମ ଜୁନ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details