ଓଡିଶା

odisha

ETV Bharat / city

ଜାତୀୟ ହସ୍ତତନ୍ତ ମେଳା 2021 ଉଦଘାଟିତ - ଜାତୀୟ ହସ୍ତତନ୍ତ ମେଳା ଭୁବନେଶ୍ବର

ଉଦଘାଟିତ ହୋଇଛି ଜାତୀୟ ହସ୍ତତନ୍ତ ମେଳା 2021। ଓଡିଶା ସମେତ 17 ଟି ରାଜ୍ୟର ବୁଣାକାର ଏହି ମେଳାରେ ସାମିଲ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

National Handloom Fair 2021 has been inaugurated at bhubaneswar
ଜାତୀୟ ହସ୍ତତନ୍ତ ମେଳା 2021 ଉଦଘାଟିତ

By

Published : Jan 20, 2021, 10:27 PM IST

ଭୁବନେଶ୍ବର:ଉଦଘାଟିତ ହେଲା ଜାତୀୟ ହସ୍ତତନ୍ତ ମେଳା 2021 । ବୟନିକା ପକ୍ଷରୁ ପ୍ରଦର୍ଶନୀ ପଡିଆରେ ଆୟୋଜିତ କରାଯାଇଛି ଏହି ମେଳା । ଓଡିଶା ସମେତ 17 ଟି ରାଜ୍ୟର ବୁଣାକାର ଏହି ମେଳାରେ ସାମିଲ ହୋଇଛନ୍ତି । ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଏହି ମେଳାର ଶୁଭ ଉଦଘାଟନ କରିଛନ୍ତି।

ଜାତୀୟ ହସ୍ତତନ୍ତ ମେଳା 2021 ଉଦଘାଟିତ

ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବୁଣାକାରଙ୍କର 134 ଟି ଷ୍ଟଲ ମେଳାରେ ପ୍ରଦର୍ଶିତ ହୋଇଛି । ସଥିମଧ୍ୟରେ ରାଜ୍ୟର 84ଟି ଷ୍ଟଲ ରହିଥିବା ବେଳେ ରାଜ୍ୟ ବାହାରର 50 ଷ୍ଟଲ ପ୍ରଦର୍ଶିତ ହୋଇଛି । ଏହି ମେଳା ଫେବୃଆରୀ 17 ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳା ପୂର୍ବାହ୍ନ 11ଟାରୁ ଆରମ୍ଭ ହୋଇ ରାତି 9.30ଟା ପର୍ଯ୍ୟନ୍ତ ଚାଲିବ । ହସ୍ତତନ୍ତ ମେଳାରେ ସମ୍ବଲପୁରୀ ଶାଢ଼ୀ ଠାରୁ ଆରମ୍ଭ କରି ବ୍ରହ୍ମପୁରର ପାଟ ଶାଢ଼ୀ ପ୍ରଦର୍ଶିତ ହେଉଛି। ମେଳା ଉଦଘାଟିତ ହେବାପରେ ମନ୍ତ୍ରୀ ଅଶୋକ ପଣ୍ଡା ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଏହି ମେଳାର ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ।

କୋଭିଡ କଟକଣାକୁ ଗୁରୁତ୍ବ ଦେଇ ଏହି ମେଳା ଆରମ୍ଭ ହୋଇଛି। 65 ରୁ ଉର୍ଦ୍ଧ୍ବ ବୟସ୍କ, ଗର୍ଭବତୀ ଓ ଶିଶୁଙ୍କୁ ମେଳା ନଆସିବା ଲାଗି ବାରଣ କରାଯାଇଛି । ଆଜି(ବୁଧବାର) ହସ୍ତତନ୍ତ ମେଳା 2021 ଉଦଘାଟନୀ କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦେଶକ ଜ୍ୟୋତି ପ୍ରକାଶ ଦାସ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details