ଓଡିଶା

odisha

ETV Bharat / city

‘ହସ୍ତତନ୍ତକୁ ଆନ୍ତର୍ଜାତୀୟ ମାନ୍ୟତା ପାଇଁ ପ୍ରଚାର ପ୍ରସାର ଜରୁରୀ’ - ହସ୍ତତନ୍ତ

ଆୟୋଜିତ ହୋଇଛି 5ମ ଜାତୀୟ ହସ୍ତତନ୍ତ ଦିବସ । ଏଥିରେ ଯୋଗ ଦେଇ ଓଡିଶାର ହସ୍ତତନ୍ତକୁ ଓଡିଶାବାସୀ ଆଗକୁ ବଞ୍ଚାଇ ରଖିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ହସ୍ତତନ୍ତ ବିଭାଗ ସଚିବ ରବି କାପୁର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Aug 8, 2019, 5:34 PM IST

ଭୁବନେଶ୍ବର: ସାରା ପୃଥିବୀରେ ହାତଗଣତି କେତୋଟି ଦେଶରେ ହସ୍ତତନ୍ତ କଳା ବଞ୍ଚିରହିଥିବା ବେଳେ ଭାରତ ହସ୍ତତନ୍ତରେ ଆଗରେ ରହିଛି ଓ ଏହାର ଉତ୍ପାଦ କ୍ଷମତା ଅତ୍ୟନ୍ତ ଉନ୍ନତମାନର । ଏହାର ଚାହିଦା ଆନ୍ତର୍ଜାତୀୟ ବଜାରରେ ଢେର ଅଧିକ । ଆନ୍ତର୍ଜାତୀୟ ମାନ୍ୟତା ହାସିଲ କରିବା ପାଇଁ ଏହାର ପ୍ରଚାର, ପ୍ରସାର ଓ ପ୍ରଦର୍ଶନ ଜରୁରୀ । ତେବେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ 5ମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସମ୍ମାନିତ ଅତିଥିଭାବେ ଯୋଗଦେଇ କେନ୍ଦ୍ର ବୟନ ଶିଳ୍ପବିଭାଗ ସଚିବ ରବି କାପୁର ଏହା କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସେ ଆହୁରି ମଧ୍ୟ କହିଥିଲେ କି, ଦେଶରେ ଅନ୍ୟ ରାଜ୍ୟରେ ହସ୍ତତନ୍ତ କାରିଗରର ସ୍ଥାନ ମେସିନ ଅକ୍ତିଆର କରିଥିବା ବେଳେ ଓଡ଼ିଶାରେ କିନ୍ତୁ ସେହି କୌଳିକ ପ୍ରଥା ଜାରି ରହିଛି । ଧୀରେ ଧୀରେ କାରିଗରଙ୍କ ସଂଖ୍ୟା କମୁଥିବା ବେଳେ ପରବର୍ତ୍ତୀ ପିଢି ପାଇଁ ଏହାକୁ ବଞ୍ଚାଇ ରଖିବା ପାଇଁ ଶିଳ୍ପୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏଥିରେ ସଂଶ୍ଲିଷ୍ଟ କରୁଛନ୍ତି ବୋଲି କହିଥିଲେ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କାରିଗରଙ୍କ ଉନ୍ନତି ନିମିତ୍ତ ସରକାର ସବୁ ପ୍ରକାର ପଦକ୍ଷେପ ନେଉଥିବା କହିଛନ୍ତି ।


ଏହି ଉତ୍ସବରେ ସମ୍ମାନିତ ହସ୍ତତନ୍ତ ଶିଳ୍ପୀ ଚତୁର୍ଭୁଜ ମେହେର ବିଗତ ଦିନ ଅପେକ୍ଷା ବର୍ତ୍ତମାନ କାରୀଗରଙ୍କ ସ୍ଥିତିରେ ବହୁତ ପରିବର୍ତ୍ତନ ଆସିଥିବା କହିଛନ୍ତି । ସରକାର କରୁଥିବା ବିଭିନ୍ନ ଯୋଜନାରେ ଏଠାକାର ହସ୍ତତନ୍ତ ଦ୍ରବ୍ୟକୁ ବିଦେଶରେ ସଠିକଭାବେ ଉପସ୍ଥାପିତ କରି ବ୍ୟବସାୟର ସୁଯୋଗ ମିଳିଲେ ଆହୁରି ସୁବିଧା ହେବ ବୋଲି ସେ କହିଛନ୍ତି । ତେବେ ଏହି ଉତ୍ସବରେ ସର୍ବଭାରତୀୟ ହସ୍ତତନ୍ତ ସେନ୍ସ ରିପୋର୍ଟ ଉନ୍ମୋଚନ କରାଯିବା ସହିତ ବୁଣାକାର ଭାଇ ଓ ଭଉଣୀମାନଙ୍କୁ ପେହେଚାନ କାର୍ଡ, (yarn)ପାସ ବୁକ, ମୁଦ୍ରା ଲୋନ ଓ ଆଲୋକୀକରଣ ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବୟନ ଶିଳ୍ପ ସଚିବ ଶୋଭା ଶର୍ମା ଓ ହସ୍ତତନ୍ତ ଡେଭଲପମେଣ୍ଟ କମିଶନର ସଞ୍ଜୟ ରସ୍ତୋଗି ପ୍ରମୁଖ ଯୋଗ ଦେଇ ଏହି କ୍ଷେତ୍ରରେ ଥିବା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ପଦ୍ମ ଓ ସନ୍ଥ କବିର ସମ୍ମାନିତ ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନୀକୁ ଅତିଥିମାନେ ବୁଲି ଦେଖିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details