ଭୁବନେଶ୍ବର: 5 ଦିନିଆ ଓଡିଶା ଗସ୍ତରେ ଜାତୀୟ ସଫେଇ କର୍ମଚାରୀ କମିଶନ । ଭାରତ ସରକାରଙ୍କ ଜାତୀୟ ସଫେଇ କର୍ମଚାରୀ କମିଶନ ମନୋହର ଭାଲଜିଭାଇ ଜାଲାଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଟିମ୍ ମଙ୍ଗଳବାର ସକାଳ ୯ ଟାରେ ଭୁବନେଶ୍ବରରେ ପହଞ୍ଚିବେ।
ଏହି ଗସ୍ତ ସମୟରେ ଟିମ୍ ବିଏମସି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିବେ । ଏଥିସହିତ ବିଏମସି ପକ୍ଷରୁ ଆୟୋଜିତ ସ୍ବାସ୍ଥ୍ୟ ଶିବିର ସହ ସଫେଇ କ୍ୟାମ୍ପ ପରିଦର୍ଶନ କରିବେ । ପରେ ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।