ଭୁବନେଶ୍ବର:ଚଳିତ ବର୍ଷଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ଆଥଲେଟ୍ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଏହାକୁ ସମ୍ମାନ ଜଣାଇ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ପକ୍ଷରୁ ୨୩୭ କ୍ରୀଡ଼ାବିତ୍ଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି । ୨୩୭ ଆଥଲେଟ୍ଙ୍କ ମଧ୍ୟରୁ ୧୭୨ ଆଥ୍ଲେଟ ରହିଥିବା ବେଳେ ୬୫ ଜଣ ପାରା ଆଥଲେଟ୍ ରହିଛନ୍ତି ।
ଏହି କ୍ରୀଡ଼ାବିତ୍ଙ୍କୁ ରାଜ୍ୟ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ପକ୍ଷରୁ ମୋଟ ୧ କୋଟି ୮ ଲକ୍ଷ ୮୩ ହଜାର ଟଙ୍କା ପ୍ରଦାନ କରାଯାଇଛି । କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କ୍ରୀଡ଼ାବିତ୍ଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।