ଭୁବନେଶ୍ବର: ଷୋଡଶ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା । ପଞ୍ଚମ ବେଦ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ବ୍ରହ୍ମପୁରର ଓଡିଶା ନାଟକ ସମାରୋହ ସମିତି ଦ୍ବାରା ନାଟକ ‘ନିଃଶବ୍ଦ ଘୁଙ୍ଗୁର’ ପରିବେଷଣ ହୋଇଥିଲା ।
‘ନିଃଶବ୍ଦ ଘୁଙ୍ଗୁର’ କହିଲା ନାରୀ ପ୍ରତି ସମାଜର ନାଲି ଆଖିର କାହାଣୀ - nataka mahostav 4th day in bbsr
ଷୋଡଶ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା । ନାଟକ ‘ନିଃଶବ୍ଦ ଘୁଙ୍ଗୁର’ ପରିବେଷିତ । ଅଧିକ ପଢନ୍ତୁ...
କଳା ଈଶ୍ବରୀୟ ସୃଷ୍ଟିର ଏକ ବିଶେଷ ସର୍ଜନା । ମନ୍ଦିର ଗାତ୍ରରେ ଖୋଦିତ ନର୍ତ୍ତକୀର ଛନ୍ଦମୟ ନୃତ୍ୟପରି ଏହା ପବିତ୍ର । କିନ୍ତୁ ଆଜିବି ସମାଜରେ ନାରୀ ଯଦି ମଞ୍ଚରେ ନାଟକ କିମ୍ବା ଡ୍ରାମାରେ ଅଭିନୟ କଲା ଶିକ୍ଷିତ ସମାଜ ଭରପୁର ଉପଭୋଗ କରେ । କିନ୍ତୁ ସେହି ଅଭିନୟ କରୁଥିବା ଝିଅଟି ପ୍ରତି ସମାଜର ଭଦ୍ରମୁଖା ପିନ୍ଧା ଲୋକମାନଙ୍କ ଆଖିରେ ସେ ନାଚବାଲି, ଡ୍ରାମାବାଲିର ପରିଚୟ ପାଇ ସମାଜରେ ଅନେକ ପ୍ରକାର ଟାହି ଟାପରା ସହଥାଏ ।
ଏହାକୁ ‘ନିଃଶବ୍ଦ ଘୁଙ୍ଗୁର’ ମାଧ୍ୟମରେ କଳାକାରମାନେ ନିଖୁଣ ଭାବେ ପରିବେଷଣ କରିଛନ୍ତି । ଏହି ନାଟକଟିକୁ ପଞ୍ଚାନନ ଦାସ ରଚନା କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ସତ୍ୟବ୍ରତ ଦାସ ।