ଭୁବନେଶ୍ବର: କୋଭିଡ ମୁକାବିଲାରେ ସରକାର ବିଫଳ ହୋଇଛନ୍ତି । ରାଜ୍ୟର ସ୍ୱାର୍ଥ ପାଇଁ ବିଧାନସଭା ଭିତରେ ଓ ବାହାରେ ଆମେ ସମର୍ଥନ ଦେଇ ଆସିଥିଲୁ । ଏପରିକି ଗୃହ ମୁଲତବୀ ପ୍ରସ୍ତାବକୁବି ସମର୍ଥନ କରିଥିଲୁ । ହେଲେ 3 ମାସରେ ପଦକ୍ଷେପ ଯାହା ସରକାର ନେଇଛନ୍ତି ତାହା ଆମକୁ ଦୁଃଖ ଦେଇଛି । ତେଣୁ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ଅଗଷ୍ଟ ତୃତୀୟ ସପ୍ତାହରେ ବିଧାନସଭା ଅଧିବେଶନ ଡାକନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ଅଗଷ୍ଟ ତୃତୀୟ ସପ୍ତାହରେ ବିଧାନସଭା ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନରସିଂହଙ୍କ ଚିଠି
ଅଗଷ୍ଟ ତୃତୀୟ ସପ୍ତାହରେ ବିଧାନସଭା ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନରସିଂହଙ୍କ ଚିଠି
19:08 July 02
ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଚିଠି ଲେଖିଛନ୍ତି । ବେକାରୀ ବଢିଛି, ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶ ଛୁଆଁ ହୋଇଛି। ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି । ଡାକ୍ତର ଭୟରେ ହସ୍ପିଟାଲ ଯାଉ ନାହାଁନ୍ତି । ଏସବୁ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି ସେ ଲେଖିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Jul 2, 2020, 8:06 PM IST