ଓଡିଶା

odisha

ETV Bharat / city

କଥାଶିଳ୍ପୀ ଯଶୋଧାରାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ ବିଶିଷ୍ଟ କଥାଶିଳ୍ପୀ ଯଶୋଧାରା ମିଶ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ...

କଥାଶିଳ୍ପୀ ଯଶୋଧାରାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
କଥାଶିଳ୍ପୀ ଯଶୋଧାରାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

By

Published : Aug 24, 2021, 5:49 PM IST

Updated : Aug 24, 2021, 7:25 PM IST

ଭୁବନେଶ୍ବର:ବିଶିଷ୍ଟ କଥାଶିଳ୍ପୀ ଯଶୋଧାରା ମିଶ୍ର ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ୨୦୨୦ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି ଯଶୋଧାରା । ସମୁଦ୍ର କୂଳ ଘର ଗଳ୍ପ ସଂକଳନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

କଥାଶିଳ୍ପୀ ଯଶୋଧାରାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଏହି ସଫଳତା ପାଇଁ ରାଜ୍ୟ ଗର୍ବିତ ବୋଲି ଟ୍ବିଟରେ ଲେଖିଛନ୍ତି । ତାଙ୍କର ସୃଜନ ସୃଷ୍ଟିଗୁଡିକ ଓଡ଼ିଆ ସାହିତ୍ୟକୁ ଆହୁରି ସମୃଦ୍ଧ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସାହିତ୍ୟ ଏକାଡେମୀ ପୁରସ୍କାର ଚୟନ କମିଟିରେ କବି ରମାକାନ୍ତ ରଥ, ବୀଣାପାଣି ମହାନ୍ତି ଏବଂ ପ୍ରତିଭା ଶତପଥୀ ରହିଥିବା ସୂଚନା ରହିଛି । ତେବେ ଏହି ସଂକଳନକୁ ୨୦୧୬ ମସିହାରେ ଇଙ୍କ ଓଡ଼ିଶା ପ୍ରକାଶନ ସଂସ୍ଥା ପ୍ରକାଶ କରିଥିଲା ।

କଥାଶିଳ୍ପୀ ଯଶୋଧାରାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଯଶୋଧାରା ଇଂରାଜୀ ପ୍ରଫେସର ହୋଇଥିବାବେଳେ ଗୀତ, କ୍ଷୁଦ୍ର ଗଳ୍ପ ସହିତ ନୋବେଲ ମଧ୍ୟ ଲେଖିଥାନ୍ତି । ପୂର୍ବରୁ ମିଶ୍ର ଅନେକ ସମ୍ମାନଜନକ ପୁରସ୍କାର ମଧ୍ୟ ପାଇଛନ୍ତି । ୧୯୫୧ ମସିହାରେ ଯଶୋଧାରା ସମ୍ବଲପୁରରେ ଜନ୍ମଗ୍ରହଣ କରିଥିବାବେଳେ କଥାଶିଳ୍ପୀ ଭାବେ ବେଶ ଖ୍ୟାତି ଅର୍ଜନ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Aug 24, 2021, 7:25 PM IST

ABOUT THE AUTHOR

...view details