ଭୁବନେଶ୍ବର:ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ ।ମରୁଡ଼ି ନେଇ ମୁଲତବୀ ପ୍ରସ୍ତାବ ଉପରେ ମନ୍ତ୍ରୀଙ୍କ ଉତ୍ତର ଅବାନ୍ତର ଏବଂ ଗ୍ରହଣୀୟ ନୁହେଁ ବୋଲି ବିଧାନସଭାରେ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ। ମିଶ୍ର ।
ରାଜ୍ୟରେ ୩୦ଟି ଜିଲ୍ଲାରୁ ୨୭ଟି ଜିଲ୍ଲାରେ ମରୁଡ଼ି ପରିସ୍ଥିତି ସରକାର ଏହା ସ୍ବୀକାର କରନ୍ତୁ ବୋଲି ନରସିଂହ ଗୃହରେ ବିବୃତି ରଖିଛନ୍ତି । ସରକାର ୨୭ଟି ଜିଲ୍ଲାକୁ ମରୁଡ଼ି ପରିସ୍ଥିତି ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ନରସିଂହ । ରାଜ୍ୟର ୩୫ ପ୍ରତିଶତ ଜଳସେଚନ କରିବା ଘୋଷଣା ଗଲା କୁଆଡେ । ଅଧପନ୍ତରିଆ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଉଦଘାଟନ କରୁଛନ୍ତି । ଲୋୟର ସୁକତେଲ ପ୍ରକଳ୍ପ ୨୧ ବର୍ଷ ହେଲା ସାରିଲାନି । ଚାଷୀଙ୍କୁ ବୀମା ସମୟ ସୀମା ଅବଧି ବୃଦ୍ଧି କରାଯାଉ । ବୀମା କମ୍ପାନୀ ଦ୍ବାରା ଚାଷୀଙ୍କୁ ଉପଯୁକ୍ତ ବୀମା ପ୍ରଦାନ କରାଯାଉ । ମରୁଡି ଘୋଷଣା କରନ୍ତୁ, ଋଣ ଛାଡ଼ କରନ୍ତୁ, କେନ୍ଦ୍ରକୁ ମରୁଡି ବିଷୟରେ ଲେଖନ୍ତୁ, ଚାଷୀଙ୍କ ପାଇଁ ବିହନ ଓ ଔଷଧ ଯୋଗାନ୍ତୁ, ବେରୋଜଗାରୀ ପାଇଁ ରୋଜଗାର ଦିଅନ୍ତୁ, ସମସ୍ତଙ୍କ ପାଇଁ ଜଳ ଯୋଗାଣ ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକଦଳ ନେତା ।
ସେହିପରି ମରାମତି କଣ ପାଇଁ ହେଉନାହିଁ, ଜଳସେଚନର ବ୍ୟବସ୍ଥା ନାହିଁ, ଏ ଗୋଟେ ଅପାରଗ ସରକାର । ମୁଖ୍ୟମନ୍ତ୍ରୀ ଟିକେ ବି ସଚେତନ ନୁହଁନ୍ତି, ପିଇବା ପାଣି ନାହିଁ, ନଈ ଶୁଖିଲା, ଶୌଚ ହେବା ପାଇଁ ପାଣି ମିଳୁନି, ପ୍ରକାଳ୍ପ ଟେଣ୍ଡର ହେଉନାହିଁ । ଏ ସରକାର ପାଣି ବ୍ୟବସ୍ଥା କରିବ ନାହିଁ ମରୁଡ଼ିରେ ପାଣି ବ୍ୟବସ୍ଥା ନାହିଁ ଏବଂ ପର୍ଯ୍ୟାପ୍ତ ଟ୍ୟାଙ୍କର ନାହିଁ,ଜଳଯୋଗାଣ ବ୍ୟବସ୍ଥା ଭୁଶୁଡି ପଡିଛି, ମନ୍ତ୍ରୀ ଉତ୍ତର ଦେଉନାହାନ୍ତି ବୋଲି କହିଛନ୍ତି ନରସିଂହ ।