ଭୁବନେଶ୍ବର:ସମ୍ଭାବ୍ୟମରୁଡ଼ି ପରିସ୍ଥିତିକୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି । ସରକାର ଯାହା କୁହନ୍ତି କରନ୍ତି ନାହିଁ ବୋଲି ସେ କଟାକ୍ଷ କରିଛନ୍ତି । ଏହାର ଉଦାହରଣ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ରାଜ୍ୟପାଳଙ୍କ ବକ୍ତବ୍ୟରେ ରାଜ୍ୟ ସରକାର ରାଜ୍ୟରେ ୩୫ ପ୍ରତିଶତ ଜମିକୁ ଜଳସେଚନ କରିବା କଥା କହିଥିଲେ ତାହା ଏପର୍ଯ୍ୟନ୍ତ ହୋଇନି। ଜଳସେଚନ ନଥିଲେ ପ୍ରତ୍ୟେକ ଗାଁକୁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ଚାଷୀଙ୍କୁ ମାଗଣା ବିଜୁଳି ଓ କେବିକେରେ କୃଷି ବିଦ୍ୟାଳୟ ଘୋଷଣା କାର୍ଯ୍ୟରେ ପରିଣତ ହେଲାନି।
ଗୃହରେ କୁହାଯାଇଥିଲା ମହାନଦୀ ଉପରେ ଛତିଶଗଡ଼ର ବନ୍ଧ କରାଇ ଦିଆଯିବ ନାହିଁ। ହେଲେ ତାହା ହେଲାନି। ଏହା ସହ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ହେଲା । ହେଲେ ଦିନେ ହେଲେ ଏହି ଗୃହ କମିଟିର ବୈଠକ ବସିନି। ଯଦି ବର୍ଷା ହେଉନି ସେଥିପାଇଁ ସରକାର ବିକଳ୍ପ ବ୍ୟବସ୍ଥା କରିବା କଥା, ଯାହା ହୋଇନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର । । ଲୋୟର ସୁକତେଲ ପ୍ରକଳ୍ପ ୨୧ ବର୍ଷ ହେବ ଶେଷ ହୋଇନି, ଲୋୟର ଇନ୍ଦ୍ର ପ୍ରକଳ୍ପ ଉଦଘାଟନ ହେଲା ତାହା ଚାଲୁନି । ଏବେ ଗୃହରେ ଅନୁକମ୍ପା କଥା ଉଠୁଛି, ଅନୁକମ୍ପା ଥିଲେ ରାଜ୍ୟସଭାରେ ସହଯୋଗ କରାଯାଏ । ବିଜେଡି ସହଯୋଗ କରିଛି ବିଜେପିକୁ, କେନ୍ଦ୍ର ଉପରେ ଚାଷୀଙ୍କ ପାଇଁ ଚାପ କାହିଁକି ପକା ଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର ।