ଓଡିଶା

odisha

ETV Bharat / city

ମେ' 1 ରୁ 15 ତାରିଖ ଯାଏଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ବନ୍ଦ - Nandankanan Zoo will be closed from May 1 to 15

କୋରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ମେ 1ରୁ ମେ 15 ପଯ୍ୟନ୍ତ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ବଟାନିକାଲ ଗାର୍ଡେନ ବନ୍ଦ ନିଷ୍ପତି ହୋଇଛି । ଅଧିକ ପଢନ୍ତୁ...

ନନ୍ଦନକାନନ ପ୍ରାଣୀଉଦ୍ୟନ ବନ୍ଦ
ନନ୍ଦନକାନନ ପ୍ରାଣୀଉଦ୍ୟନ ବନ୍ଦ

By

Published : Apr 30, 2021, 2:19 PM IST

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆଗାମୀ 15 ଦିନ ପାଇଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀଉଦ୍ୟାନ । କୋରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ମେ 1ରୁ ମେ 15 ପଯ୍ୟନ୍ତ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ବଟାନିକାଲ ଗାର୍ଡେନ ବନ୍ଦ ନିଷ୍ପତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ।

ରାଜ୍ୟରେ ଏବେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀଉଦ୍ୟାନ 15 ଦିନ ପାଇଁ ବନ୍ଦ ରଖାଯାଇଛି। ମେ 1 ତାରିଖରୁ ମେ 15 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷପ ନିଆଯାଇଛି। ତେବେ ମେ 15 ତାରିଖ ପରେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ନନ୍ଦନକାନନ ନିର୍ଦ୍ଦେଶକ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details