ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ମଙ୍ଗଳବାର ଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କଟକଣା ମଧ୍ୟରେ ନନ୍ଦନକାନନ ଖୋଲିବା ନେଇ ନନ୍ଦନକାନନ ପ୍ରାଣୀଉଦ୍ୟାନ ବିଭାଗୀୟ ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । କୋରୋନା ମହାମାରୀ ପାଇଁ ଦୀର୍ଘ ଦିନ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିଥିଲା ।
ଆସନ୍ତା ମଙ୍ଗଳବାର ଠାରୁ ଖୋଲିବ ନନ୍ଦନକାନନ, ଉତ୍ସାହିତ ପର୍ଯ୍ୟଟକ - ମଙ୍ଗଳବାରୁଠୁ ଖୋଲିବ ନନ୍ଦନକାନନ
ଆସନ୍ତା ମଙ୍ଗଳବାର ଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଅଧିକ ପଢନ୍ତୁ...
ନନ୍ଦନକାନନ ଖୋଲିବା ପୂର୍ବରୁ ସମସ୍ତ ପ୍ରାକ୍ ପ୍ରସ୍ତୁତି ସାରିବା ପାଇଁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପର୍ଯ୍ୟଟକଙ୍କ ପାଇଁ ଫେସ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ସହ ମୁଖ୍ୟ ପ୍ରବେଶ ଫାଟକରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । କାଶ, ଥଣ୍ଡା, ଜ୍ବର ଥିଲେ ନନ୍ଦନକାନନ ଭିତରକୁ ପ୍ରବେଶକୁ ନିଷେଦ୍ଧ କରାଯାଇଛି । ସେହପରି ପଶୁପକ୍ଷୀଙ୍କ ଖୁଆଡର ସୁରକ୍ଷା ବାଡକୁ ସ୍ପର୍ଶ କରିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ପରବର୍ତ୍ତୀ ସମୟରେ ପର୍ଯ୍ୟଟକମାନେ ବୋଟିଂ ଓ ବାଘ, ସିଂହ, ଭାଲୁ ଓ ତୃଣଭୋଜି ସଫାରୀର ମଜା ନେଇପାରିବେ । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ