ଓଡିଶା

odisha

ETV Bharat / city

ଥାନାରୁ ଚମ୍ପଟ ମାରିଥିବା 3 ଅପରାଧୀଙ୍କୁ କାବୁ କଲା ପୋଲିସ - ଅପାରାଧିଙ୍କୁ କାବୁ କଲା ନନ୍ଦନକାନନ ପୋଲିସ

ନନ୍ଦନକାନନ ଥାନାରୁ ଚମ୍ପଟ ମାରିଥିବା 3 ଅପାରାଧୀଙ୍କୁ କାବୁ କଲା ପୋଲିସ । ଅନ୍ଧାରର ସୁଯୋଗ ନେଇ ଚମ୍ପଟ ମାରିଥିଲେ 3 ଅପାରାଧୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 18, 2019, 5:19 AM IST


ଭୁବନେଶ୍ବର: ପ୍ରଥମେ ଥାନାରୁ ଚମ୍ପଟ ମାରିଲେ 3 ଅପରାଧୀ । ପରେ ଚାଲିଲା ଲୁଚକାଳି ଖେଳ । ତେବେ ଶେଷରେ ଚମ୍ପଟ ମାରିଥିବା ଅପରାଧୀଙ୍କୁ କାବୁ କରିଛି ପୋଲିସି । ଏପରି ଘଟଣା ଘଟିଛି ନ୍ଦନକାନନ ଥାନାରେ ।

ଚୋରି ମାମଲାରେ 3 ଜଣ ଚୋରଙ୍କୁ ପୋଲିସ ଅଟକ ରଖିଥିଲା । ତେବେ ଅନ୍ଧାର ଓ ପୋଲିସର ଅସବଧାନତାର ସୁଯୋଗ ନେଇ 3 ଜଣ ଚୋର ଚମ୍ପଟ ମାରିଥିଲେ । ଏହାକୁ ନେଇ ପୋଲିସ ତନାଘନା ଆରମ୍ଭ କରିଥିଲା । ତେବେ ନନ୍ଦନକାନନ ଥାନା ହାତରେ ପୁଣିଥରେ ଚୋରମାନେ ଧରାପଡିଛନ୍ତି।

ନନ୍ଦନକାନନ ଥାନା ନିକଟସ୍ଥ ସରସ୍ୱତୀ ବିହାରରେ ଏକ ପ୍ରୋଜେକ୍ଟ କାମ ଚାଲୁଥିଲା । ପ୍ରୋଜେକ୍ଟରେ ସୁପରଭାଇଜର ଭାବରେ କାମ କରୁଥିଲେ ରଘୁନାଥପୁର ଗ୍ରାମର ନୀଳକଣ୍ଠ ରାଉତ । ମଙ୍ଗଳବାର ଦିନ କାମ ବନ୍ଦ ରହିଥିବା ବେଳେ ଏହାର ସୁଯୋଗ ନେଇ ପି ସିନୁ ରେଡ଼ି ଓ ତାର ଦୁଇ ସହଯୋଗୀ ଏନ ପ୍ରକାଶ ଓ କୁନା କିଛି ଗୁରୀତ୍ବପୂର୍ଣ୍ଣ ଜିନିଷ ଚୋରି କରିଥିଲେ । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିନୁ ରେଡିକୁ ଗିରଫ କରିଥିଲା । ତଥ୍ୟ ଆଧାରରେ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ନନ୍ଦନକାନନ ପୋଲିସ ।

ତେବେ ତିନି ଜଣଙ୍କୁ ଗିରଫ କରି ହାଜତରେ ରଖିଥିଲା ପୋଲିସ । ଗୁରବାର ସନ୍ଧ୍ୟାରେ ଲାଇନ କଟିଯିବା ଫଳରେ ଏହାର ସୁଯୋଗ ନେଇ ତିନିଜଣ ଲୁଟେରା ଫେରାର ହୋଇଯାଇଥିଲେ । ପରେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଦୁଇଟି ଟିମ ଗଠନ କରି ଦୀର୍ଘ ୩ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ମଣିତିରୁମଲା ମନ୍ଦିର ନିକଟସ୍ଥ ଏକ ବୁଦା ମୂଳରେ ଲୁଚିଥିବା ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details