ଭୁବନେଶ୍ବର:ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ଷ୍ଟେଟ ବଟାନିକାଲ ଗାର୍ଡେନ ଖୋଲିବା ସମୟରେ ପରିବର୍ତ୍ତନ ହୋଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦୁଇଟି ଉଦ୍ୟାନର ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି । ଏଣିକି ପର୍ଯ୍ୟଟକଙ୍କ ପାଇଁ ସକାଳ 07ଟା 30ରୁ 05ଟା 30 ପର୍ଯ୍ୟନ୍ତ ନନ୍ଦନକାନନ ଖୋଲା ରହିବ ।
ପ୍ରବଳ ଗ୍ରୀଷ୍ଣ ପ୍ରକୋପ: ଏଣିକି ଅପ୍ରେଲ ପହିଲାରୁ ସକାଳ ୭.୩୦ରୁ ଖୋଲିବ ନନ୍ଦନକାନନ - ନନ୍ଦନକାନନ ଖୋଲିବା ସମୟରେ ପରିବର୍ତ୍ତନ
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ସମୟରେ ପରିବର୍ତ୍ତନ ହୋଇଛି । ଅପ୍ରେଲ ପହିଲାରୁ ସକାଳ 07:30ଟାରୁ 05:30 ପର୍ଯ୍ୟନ୍ତ ନନ୍ଦନକାନନ ଖୋଲା ରହିବ । ଅଧିକ ପଢ଼ନ୍ତୁ

ପ୍ରବଳ ଗ୍ରୀଷ୍ଣ ପ୍ରକୋପ, ନନ୍ଦନକାନନ ଖୋଲିବା ସମୟରେ ପରିବର୍ତ୍ତନ
ଅପ୍ରେଲ 1 ତାରିଖରୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ଏହି ସମୟରେ ଖୋଲିବ ନନ୍ଦନକାନନ । ଏହି ସମୟର ମଧ୍ୟ ସମସ୍ତ ପର୍ଯ୍ୟଟକଙ୍କୁ କୋରୋନା କଟକଣା ଅନୁପାଳନ କରିବାକୁ ହେବ । ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ ହେବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ସମୟରେ ପରିବର୍ତ୍ତନ କରିଛନ୍ତି । 2021-22ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବର୍ତ୍ତମାନ ସୁଦ୍ଧା 14 ଲକ୍ଷ 61 ହଜାର 214 ଜଣ ପର୍ଯ୍ୟଟକ ଆସିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ