ଭୁବନେଶ୍ବର:ପର୍ଯ୍ୟଟକ ଓ ପ୍ରାଣୀପ୍ରେମୀଙ୍କ ପାଇଁ ଖୁସି ଖବର । ମଙ୍ଗଳବାର ଠାରୁ ଖୋଲିବ ରାଜ୍ୟର ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ । କୋରୋନା କଟକଣା ମଧ୍ୟରେ ଆସନ୍ତାକାଲିଠୁ(ମଙ୍ଗଳବାର) ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ୍ ଗାର୍ଡେନ୍ । ସେପଟେ ସର୍ବସାଧାରଣଙ୍କ ପ୍ରବେଶକୁ ମିଳିଛି ଅନୁମତି। ପ୍ରାଣୀ ଉଦ୍ୟାନ ଓ ବଟାନିକାଲ୍ ଗାର୍ଡେନ୍ ପରିଦର୍ଶନ କରିବା ସମୟରେ ସମସ୍ତଙ୍କୁ କୋଭିଡ କଟକଣା ମାନିବାକୁ ଅନୁରୋଧ କରାଯାଇଛି ।
ପ୍ରାଣୀଉଦ୍ୟାନ ଖୋଲିବା ପୂର୍ବରୁ ଉଦ୍ୟାନର ସମସ୍ତ ପ୍ରାକ୍ ପ୍ରସ୍ତୁତି ପ୍ରକ୍ରିୟା ସାରିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି। ତା’ ସହ ପର୍ଯ୍ୟଟକଙ୍କ ପାଇଁ ଫେସ ମାସ୍କ ଓ ସାନିଟାଇଜରର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ସାମାଜିକ ଦୂରତା ସହ ମୁଖ୍ୟ ପ୍ରବେଶ ଫାଟକରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। କାଶ, ଥଣ୍ଡା ଓ ଜ୍ବର ହେଉଥିଲେ ନନ୍ଦନକାନନ ଭିତରକୁ ପ୍ରବେଶ ମନା ।
ପର୍ଯ୍ୟଟକଙ୍କୁ ପଶୁପକ୍ଷୀଙ୍କ ଖୁଆଡର ସୁରକ୍ଷା ବାଡକୁ ସ୍ପର୍ଶ କରିବାକୁ ଦିଆଯିବ ନାହିଁ ବୋଲି ସୂଚନା ମିଳିଛି । ଏବେ ବୋଟିଂ ଓ ସଫାରୀ ଅଞ୍ଚଳର ମରାମତି ସମେତ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇ ନ ଥିବାରୁ ପରବର୍ତ୍ତୀ ସମୟରେ ପର୍ଯ୍ୟଟକମାନେ ବୋଟିଂ ଓ ବାଘ, ସିଂହ, ଭାଲୁ ତଥା ତୃଣଭୋଜି ସଫାରୀର ମଜା ନେଇପାରିବେ । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକ ମାନେ ସଂପୂର୍ଣ୍ଣ କୋଭିଡ ଗାଇଡଲାଇନକୁ ମାନି ପ୍ରବେଶ କରିବାକୁ ସୂଚନା ଦେଇଛନ୍ତି ।
ସେପଟେ ପ୍ରମୁଖ ପ୍ରାଥମିକତା ଭାବରେ ପରିଦର୍ଶକ ଏବଂ କର୍ମଚାରୀଙ୍କ ପାଇଁ ପ୍ରକାଶ ପାଉଛି ନିରାପତ୍ତା ପାଇଁ ନିର୍ଦ୍ଦେଶାବଳୀ ।
1. ପ୍ରାଣୀ ଉଦ୍ୟାନ ପରିଦର୍ଶକ, କର୍ମଚାରୀ ଏବଂ ପଶୁମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ପଦକ୍ଷେପ ଗ୍ରହଣ କରିବ ।
2. ପ୍ରାଣୀ ଉଦ୍ୟାନରେ ପ୍ରବେଶ ପାଇଁ ଅନୁମତି ପ୍ରାପ୍ତ ହୋଇଥିବା ପ୍ରବେଶ ଦ୍ୱାରରେ ଶରୀରର ତାପମାତ୍ରା ସ୍କ୍ରିନିଂ କରିବା ଉଚିତ୍ ।
3. ଟିକେଟ କାଉଣ୍ଟର ଅପେକ୍ଷା ଇ-ଟିକେଟ ବୁକିଂକୁ ଅଧିକ ପସନ୍ଦ କରିବାକୁ ଅନୁରୋଧ କରାଯାଇଛି ।