ଓଡିଶା

odisha

ETV Bharat / city

ନୂଆ ବର୍ଷରେ ନନ୍ଦନକାନନକୁ ଆସିବେ 4ଟି ସିଂହ

ନୂଆ ବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି । ନୂଆ ବର୍ଷ ପାଇଁ 4 ଟି ସିଂହ ନନ୍ଦନକାନନକୁ ଆସିବା ନେଇ ଜଣାପଡିଛି । ଅଧିକ ଖବର ପଢନ୍ତୁ...

By

Published : Nov 30, 2019, 10:59 PM IST

ନୂଆ ବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି
ନୂଆ ବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଭୁବନେଶ୍ବର: ନୂଆ ବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି । ବିଭିନ୍ନ ଦେଶ ଯଥା ଆଫ୍ରିକା, ଶ୍ରୀଲଙ୍କାରୁ ଆସିବେ ବନ୍ୟପ୍ରାଣୀ । ଏହାର ସୁଯୋଗ ନେଇ ନୂଆ ବର୍ଷରେ ମଜା ଉଠାଇବେ ପର୍ଯ୍ୟଟକ ।

ନୂଆ ବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଧିରେ ଧିରେ ନନ୍ଦନକାନନରୁ ବନ୍ୟପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗୁଛି । ଯାହା ପର୍ଯ୍ୟଟକଙ୍କୁ ନିରାଶ କରୁଛି । କିନ୍ତୁ ନୂଆ ବର୍ଷ ପାଇଁ 4 ଟି ସିଂହ ନନ୍ଦନକାନନକୁ ଆସିବା ନେଇ ଜଣାପଡିଛି । ବିଳାସପୁର ଚିଡ଼ିଆଖାନାରୁ ଦୁଇଟି ଅଣ୍ଡିରା ସିଂହ ଓ ଦୁଇଟି ସିଂହୀ ଆସିବ । ନନ୍ଦନକାନନରେ ବର୍ତ୍ତମାନ ସମୟରେ 3 ଟି ସିଂହ ରହିଥବା ବେଳେ ସେମାନେ ବାର୍ଦ୍ଧକ୍ୟ ଦେଇ ଗତି କରୁଛନ୍ତି ।

କୌଣସି ମୁହୂର୍ତ୍ତରେ ସେମାନଙ୍କର ମୃତ୍ୟୁ ଘଟିପାରେ। ତିନୋଟି ସିଂହର ବୟସ ଯଥାକ୍ରମେ ୧୯, ୨୦, ୨୬ ବର୍ଷ ରହିଛି । ଏହାଛଡା ଜିରାଫ, ଅନ୍ୟ ଜୀବଜନ୍ତୁଙ୍କୁ ପରିବର୍ତ୍ତନ କରି ଦେଶର ଅନ୍ୟ ଚିଡ଼ିଆଖାନାରୁ ବନ୍ୟପ୍ରାଣୀ ଆଣିବାର ମଧ୍ୟ ଯୋଜନା ରହିଛି ।

ଆଫ୍ରିକା ଚିଡ଼ିଆଖାନାରୁ ଆଫ୍ରିକା ଚିତା, ଜିରାଫ ଓ ୱାଲାଭି ବନ୍ୟପ୍ରାଣୀ ଆସିବାର ଯୋଜନା ରହିଛି । ଏହାକୁ ନେଇ ଇଣ୍ଟରନ୍ୟାସନାଲ ଚିଡିଆଖାନା ଅଧିକାରୀଙ୍କ ସହ ନନ୍ଦନକାନନ କର୍ତ୍ତୃପକ୍ଷ ଆଲୋଚନା କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details