ଓଡିଶା

odisha

ETV Bharat / city

ଚେନ୍ନାଇରୁ ଆସିଲେ ବିଶେଷଜ୍ଞ, ଆନାକୋଣ୍ଡା ଖୁଆଡର ତାପମାତ୍ରା ଉପରେ ଗୁରୁତ୍ବ - anaconda death

ନନ୍ଦନକାନନରେ ଆନାକୋଣ୍ଡା ମୃତ୍ୟୁର ତଦନ୍ତ ପାଇଁ ଚେନ୍ନାଇରୁ ଆସିଲେ 2 ଜଣ ବିଶେଷଜ୍ଞ । ତେବେ ଅନାକୋଣ୍ଡା ପାଇଁ ଏନକ୍ଲୋଜର ତାପମାତ୍ରା ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଏହି ବିଶେଷଜ୍ଞ । ଅଧିକ ଖବର ପଢନ୍ତୁ...

nandakanan-zoological-park
ଚେନ୍ନାଇରୁ ଆସିଲେ ବିଶେଷଜ୍ଞ,ଆନାକୋଣ୍ଡା ଖୁଆଡର ତାପମାତ୍ରାକୁ ଅଧିକ ଗୁରୁତ୍ବ

By

Published : Dec 2, 2019, 10:01 PM IST

ଭୁବନେଶ୍ବର: ନନ୍ଦନକାନନରେ ହାତୀ ମୃତ୍ୟୁର ରହସ୍ୟରୁ ପରଦା ନଉଠୁଣୁ ଆନାକୋଣ୍ଡାର ଗୋଟେ ପରେ ଗୋଟେ ପରେ ମୃତ୍ୟୁ ହୋଇଚାଲିଛି । ତେବେ ଅନାକୋଣ୍ଡା ମୃତ୍ୟୁର ପଛର କାରଣ ଖୋଜିବା ପାଇଁ ଚେନ୍ନାଇରୁ ଆସିଛନ୍ତି ଦୁଇ ଜଣ ବିଶେଷଜ୍ଞ । ସେମାନେ ହେଉଛନ୍ତି ଡ଼ଃ. ରୁଚିକା ଏବଂ ଡ଼ଃ. ଅଜୟ କାର୍ତ୍ତିକ। ଅନାକୋଣ୍ଡା ପାଇଁ ଏନକ୍ଲୋଜର ତାପମାତ୍ରା ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଏହି ବିଶେଷଜ୍ଞ ।

ଚେନ୍ନାଇରୁ ଆସିଲେ ବିଶେଷଜ୍ଞ,ଆନାକୋଣ୍ଡା ଖୁଆଡର ତାପମାତ୍ରାକୁ ଅଧିକ ଗୁରୁତ୍ବ

ସୂଚନା ଅନୁସାରେ, ନନ୍ଦନକାନନରେ 3 ଦିନ ଭିତରେ ୨ଟି ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ବାକି ୪ ଟି ଆନାକୋଣ୍ଡାର ସ୍ବାସ୍ଥ୍ୟାବସ୍ଥା ଖରାପ ରହିଛି । ପ୍ରଥମତଃ ଆନାକୋଣ୍ଡାର ମୃତ୍ୟୁର କାରଣ ତାପମାତ୍ରା । ଯାହା ନନ୍ଦନକାନନର ଏନକ୍ଲୋଜରରେ ସେହିଭଳି ତାପମାତ୍ରା ନାହିଁ । ଯେଉଁଥିପାଇଁ ପ୍ରଥମ ଦୁଇଟି ଅନାକୋଣ୍ଡାର ମୃତ୍ୟୁ ହୋଇଛି।

ଏନେଇ ଆନାକୋଣ୍ଡାର ଏନକ୍ଲୋଜୋର ପରିଲକ୍ଷିତ କରିଛନ୍ତି ଚେନ୍ନାଇର ମହାବଳିପୁରମର ଦୁଇ ବିଶେଷଜ୍ଞ । ଅଧିକ ତାପମାତ୍ରା ଖୁଆଡ଼ରେ କରିବା ପାଇଁ ପୂର୍ବରୁ ୩ ଟି ଇଲେକ୍ଟ୍ରିକ ବଲ ଲାଗିଥିବା ବେଳେ ବର୍ତ୍ତମାନ ବିଶେଷଜ୍ଞ ପରାମର୍ଶ କ୍ରମେ ତାହା ୫ଟି ବଲ ଲଗାଯିବ। ଯାହା ଫଳରେ ଅନାକୋଣ୍ଡା ପାଇଁ ତାପମାତ୍ରା ସମାନ ରହିବ ।

ସେହିପରି ଆନାକୋଣ୍ଡାକୁ ରଖାଯାଉଥିବା କାଠ ତିଆରି ବାକ୍ସରେ ନରଖି ଏକ ପ୍ଲାଷ୍ଟିକ ଛୋଟ ବାକ୍ସରେ ରଖିବାକୁ ପରାମର୍ଶ ଦେଇଛନ୍ତି । ଯାହା ଖୁଆଡ ବାହାର ତାପମାତ୍ରା ଠୁ ଉଷୁମ ରହିବ । ଅନ୍ୟପକ୍ଷରେ ପୂର୍ବରୁ ଯାହା ମେଡ଼ିସିନ ଦିଆଯାଉଥିଲା ତାହାକୁ ଚାଲୁ ରଖିବାକୁ କହିଛନ୍ତି ବିଶେଷଜ୍ଞ ।


ତେବେ ଘଟଣାକୁ ନେଇ ଏକ ବୈଠକ କରାଯିବ । ଯେଉଁଥିରେ ବିଭିନ୍ନ ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ଓ ସୁସ୍ଥ ରହି ପାରିବେ ସେ ବିଷୟରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details