ଓଡିଶା

odisha

ETV Bharat / city

କିଏ ରଖେ ବାତ୍ୟାର ଅଜବ ନାମ, ଆସନ୍ତୁ ଜାଣିବା...

ପ୍ରତିବର୍ଷ ଓଡିଶା ବାତ୍ୟାର ସାମ୍ନା କରିଥାଏ । 1999ର ‘ମହାବାତ୍ୟା’ ହେଉ କିମ୍ବା 2019ର ‘ଫନି’, ବାତ୍ୟା ଯେମିତି ଓଡିଶାର ଅତି ଆପଣାର । ପ୍ରତିବର୍ଷ କରାଳ ରୂପ ଧାରଣା କରି ଓଡିଶା ମୁହାଁ ହୁଏ । ତେବେ କେବେ ଭାବିଛନ୍ତି କି ବାତ୍ୟାର ଏପରି ଅଜବ ନାଁ କାହିଁକି ରୁହେ ।

By

Published : May 19, 2020, 9:14 AM IST

name of cyclone in india
କିଏ ରଖେ ବାତ୍ୟାର ଅଜବ ନାମ,

ଭୁବନେଶ୍ବର: ପ୍ରତିବର୍ଷ ଓଡିଶା ବାତ୍ୟାର ସାମ୍ନା କରିଥାଏ । 1999ର ‘ମହାବାତ୍ୟା’ ହେଉ କିମ୍ବା 2019ର ‘ଫନି’, ବାତ୍ୟା ଯେମିତି ଓଡିଶାର ଅତି ଆପଣାର । ପ୍ରତିବର୍ଷ କରାଳ ରୂପ ଧାରଣା କରି ଓଡିଶା ମୁହାଁ ହୁଏ । ତେବେ କେବେ ଭାବିଛନ୍ତି କି ବାତ୍ୟାର ଏପରି ଅଜବ ନାଁ କାହିଁକି ରୁହେ । କେବେ ‘ଫାଇଲିନ୍’ ତ କେବେ ‘ତିତଲି’ । ନାଁ ଏମିତି ଯେ ଲୋକଙ୍କୁ ସହଜରେ ମନେ ରହିଯାଏ । ତେବେ ଆସନ୍ତୁ ଜାଣିବା ବାତ୍ୟାର ନାମକରଣ ସମ୍ବନ୍ଧରେ-

ଅଷ୍ଟ୍ରେଲିଆର କ୍ଵିନ୍‍ସ୍‍ଲ୍ୟାଣ୍ଡ୍ ସରକାରୀ ପାଣିପାଗ ବିଭାଗର ପାଣିପାଗ ବିଜ୍ଞାନୀ କ୍ଲେମୋଁ ରାଗ୍ଗ୍ (Clement Wragge) ବାତ୍ୟା ନାମକରଣ ପ୍ରକ୍ରିୟା ଆରମ୍ଭ କରିଥିଲେ । ଯିଏ ୧୮୮୭ରୁ ୧୯୦୭ ମଧ୍ୟରେ ଅନେକ ବାତ୍ୟା ଭ୍ରଷ୍ଟନେତାଙ୍କ ନାମରେ ନାମିତ କରିଥିଲେ ।

ଏହାପରେ 2000 ମସିହାରେ WMO/ESCAP ଦେଶ ମିଶି ବାତ୍ୟାର ନାଁ ଦେବା ଆରମ୍ଭ କଲେ । WMO/ESCAP ଦେଶ ମଧ୍ୟରେ ବାଲାଂଦେଶ, ଭାରତ, ମାଲଦ୍ବୀପ, ମିଆଁମାର, ଓମାନ, ପାକିସ୍ତାନ, ଶ୍ରୀଲଙ୍କା, ଥାଇଲାଣ୍ଡ ରହିଛି । ବାତ୍ୟାର ନାମ କରଣ ପୂର୍ବରୁ ଏହି ପ୍ୟାନେଲ ବୈଠକ କରି ନାମ ସ୍ଥିର କରିଥାଏ ।

ଭାରତ ମହାସାଗରରେ ଉଠୁଥିବା ସାମୁଦ୍ରିକ ଝଡର ନାମ ଦେବା ପ୍ରକ୍ରିୟା 2004 ମସିହାରୁ ଆରମ୍ଭ ହୋଇଛି । ୱାର୍ଲ୍ଡ ମେଟ୍ରୋଲୋଜିକାଲ ଅର୍ଗାନାଇଜେସନ୍ ପ୍ରତ୍ୟେକ ଦେଶକୁ ନିଜ ନିଜର ବାତ୍ୟା ନାଁ ସ୍ଥିର କରିବା ପାଇଁ ନିର୍ଦ୍ଦେଶ ଦେଲେ । ଏହାପରେ WMO/ESCAP ଦେଶ ବୈଠକରେ ଭାଗନେଲେ । ସବୁ ଦେଶ ମିଶି 64ଟି ନାଁ ସ୍ଥିରକଲେ । 2018ରେ ବାକି 5ଟି ଦେଶ ଯଥା ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କତର, ଇରାନ, ୟେମନ୍ ଯୋଡି ହେଲେ ।

ତେବେ ବିଭିନ୍ନ ଝଡ ବା ବାତ୍ୟା ସତର୍କ କେନ୍ଦ୍ର ନିଜ ନିଜ ମଧ୍ୟରେ ଯୋଗାଯୋଗ ବେଳେ ଓ ସାଧାରଣ ଜନତାଙ୍କୁ ଆସନ୍ନ ବାତ୍ୟାର ସୂଚନା ଦେବା ପାଇଁ, କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଘୁର୍ଣ୍ଣିବାତ୍ୟାମାନଙ୍କର ନାମକରଣ କରାଯାଇଥାଏ । ନାମକରଣ ପ୍ରକ୍ରିୟାର ପ୍ରଚଳନ ବାତ୍ୟାଗୁଡିକ ପ୍ରଭାବିତ କରୁଥିବା ସ୍ଥାନ, ବିଭିନ୍ନ ବସ୍ତୁ, ଘଟୁଥିବା ଦିନ ଅନୁସାରେ ନାମ ରଖାଯାଏ । ପ୍ରକୃତରେ ଏହାକୁ ପାଣିପାଗ ବିଭାଗ ବାତ୍ୟା ଆଗମନରେ ସ୍ଥିର କରି ନଥାଏ । ଏଥିପାଇଁ ବହୁ ପୂର୍ବରୁ ନାଁ ସ୍ଥିର ହୋଇ ରହିଛି ।

ପ୍ରତି ଦେଶ ଆଗାମୀ ବାତ୍ୟା ପାଇଁ ୮ଟି ନାଁ ଚୟନ କରିଥିଲେ। ଏହି ତାଲିକାରେ ଉଲ୍ଲେଖ ନାମ ଗୁଡିକ ପ୍ରତ୍ୟେକ ଦେଶର ଆଲଫାବେଟିକାଲ୍‌ କ୍ରମାନ୍ବୟରେ ସଜ୍ଜିତ ହୋଇରହିଛି । ବାତ୍ୟା ବିଶେଷଜ୍ଞଙ୍କ ପ୍ୟାନେଲ୍‌ ପ୍ରତିବର୍ଷ ସାକ୍ଷାତ କରନ୍ତି । ଆବଶ୍ୟକ ପଡିଲେ ନାମ ସୂଚିରେ କିଛି ନାଁ ମଧ୍ୟ ଯୋଡାଯାଏ । ନାମିତ ବାତ୍ୟା ଟଳି ଯିବା ପରେ ସେହି ନାଁ ଲିଷ୍ଟରୁ ହଟାଇ ଦିଆଯାଇଥାଏ ।

ବାତ୍ୟାର ନାମକରଣ କରିବା ଦ୍ବାରା ଉଭୟ ସରକାର, ମିଡିଆ ଓ ଲୋକଙ୍କୁ ସହଜ ହୋଇଥାଏ । ଆଗକୁ ସରକାର କୌଣସି ପ୍ୟାକେଜ ଘୋଷଣାରେ କୌଣସି ଦ୍ବନ୍ଦ ନଥାଏ । ତେବେ ଆସନ୍ତୁ ଜାଣିବା ନାମକରଣ ନିୟମ ବିଷୟରେ...

1. କୌଣସି ରାଜନେତା, ଧର୍ମ, ସଂସ୍କୃତି ଓ ଲିଙ୍ଗ ଆଧାରରେ ନାମ କରଣ କରିପାରିବେ ।

2. ନାଁ ଦେବା ସମୟରେ ସମ୍ବେଦନଶୀଳ ସହ ଚୟନ କରାଯାଇଥାଏ । କୌଣସି ଜନତାଙ୍କୁ ଯେମିତି ଏହି ନାଁ କୌଣସି ଅସମ୍ମାନ ନକରେ ।

3. ଏହା ଯେପରିକି ଭୟାନକ ନହେବ ।

4. ନାଁ ସର୍ବାଧିକ 8ଟି ଶବ୍ଦ ଭିତରେ ରହିବ ।

5. ଏହା ଛୋଟ ଓ ସହଜରେ ଯେପରି କୁହାଯାଇପାରିବ ।

6. ଯଦି ଏହି ସବୁ ନିୟମରେ କୌଣସି ନିୟମ ଭଙ୍ଗ ହୋଇଥାଏ ତେବେ ପ୍ୟାନେଲର ପୁରା ଅଧିକାର କି ସେ ସେହି ନାଁକୁ ରଦ୍ଦ କରିପାରିବ ।

7. ଉତ୍ତର ଭାରତ ମହାସାଗରରେ ଟ୍ରପିକାଲ୍ ବାତ୍ୟା ନାମ ପୁନରାବୃତ୍ତି ହେବ ନାହିଁ ।

2013 ରେ ଶ୍ରୀଲଙ୍କା ପକ୍ଷରୁ ରଖାଯାଇଥିବା ନାଁ ‘ମହାସେନ’କୁ ବିରୋଧ କରାଯାଇଥିଲା । ଯାହାକୁ ପରେ ବଦଳାଇ ‘ଭିୟାରୁ’ ରଖାଯାଇଥିଲା । ପୂର୍ବବର୍ଷ ଓଡିଶାର ରୂପରେଖ ପରିବର୍ତ୍ତନ କରିଦେଇଥିବା ‘ଫନି’ ନା ବାଂଲାଦେଶ ରଖିଥିଲା ।

2004 ରେ ଏହି ଘୂର୍ଣ୍ଣିବଳୟ ପାଇଁ ଥାଇଲ୍ୟାଣ୍ଡ ‘ଅମ୍ଫାନ୍’ ନାମ ଦେଇଥିଲା। ସେହି ମସିହାରେ 8ଟି ଦେଶ ଦ୍ବାରା 64ଟି ନାମକରଣ ହୋଇଥିଲା । ସେହି ଲିଷ୍ଟର ଶେଷ ନାମ ‘ଅମ୍ଫାନ୍’ ଥିଲା ।

ABOUT THE AUTHOR

...view details