ଭୁବନେଶ୍ବର: କମିଶନରେଟ ପୋଲିସକୁ ନାଲକୋର ଉପହାର । କମିଶନରେଟ ପୋଲିସକୁ ଆହୁରି ୮ଟି ପିସିଆର ଭ୍ୟାନ ଦେଇଛି ନାଲକୋ । ଶୁକ୍ରବାର କମିଶନରେଟ ପୋଲିସର ମୁଖ୍ୟ କାର୍ଯ୍ୟାଳୟରେ ଏହି ଭ୍ୟାନ ଗୁଡିକର ଶୁଭାରମ୍ଭ କରାଯାଇଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଓ ନାଲକୋ ସିଏମଡି ମିଳିତ ଭାବେ ଭ୍ୟାନ ଗୁଡିକର ଶୁଭାରମ୍ଭ କରିଛନ୍ତି ।
କମିଶନରେଟ ପୋଲିସକୁ ନାଲକୋର ଗିଫ୍ଟ - NALCO GAVE 8 PCR van
କମିଶନରେଟ ପୋଲିସର ମୁଖ୍ୟ କାର୍ଯ୍ୟାଳୟ ପରିସରରେ 8ଟି ପିସିଆର ଭ୍ୟାନର ଶୁଭାରମ୍ଭ ହୋଇଛି । ନାଲକୋ ସିଏମଡି ତପନ ଚାନ୍ଦ ଓ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହାକୁ ଉଦଘାଟନ କରିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ତେବେ ପୂର୍ବରୁ ମଧ୍ୟ ନାଲକୋ କମିଶନରେଟ ପୋଲିସକୁ ଅନେକ ପିସିଆର ଦେଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର । 2009ରେ 8ଟି, 2011ରେ 6ଟି, 2012ରେ 7ଟି, 2015ରେ 2ଟି, 2016ରେ 4ଟି ପିସିଆର ଭ୍ୟାନ ଦେଇଥିଲା ନାଲକୋ । ତେବେ ଶୁକ୍ରବାରର 8ଟି ଭ୍ୟାନକୁ ମିଶାଇଲେ ଭୁବନେଶ୍ବରରେ ବର୍ତ୍ତମାନ ମୋଟ 35ଟି ଓ କଟକରେ 21ଟି ଭ୍ୟାନ ନିୟୋଜିତ ରହିଛି । ଲୋକସଂଖ୍ୟା ବଢୁଥିବାରୁ ଆଗକୁ ଆହୁରି ପିସିଆର ଭ୍ୟାନ ଓ କର୍ମଚାରୀ ନିଯୁକ୍ତି ପାଇଁ ସରକାରଙ୍କୁ ଜଣାଇ ଦିଆଯାଇଥିବା କମିଶନର କହିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Sep 27, 2019, 10:39 PM IST