ଓଡିଶା

odisha

ETV Bharat / city

‘ନବୀନ ସରକାର ଅନୁସୂଚିତ ଜାତି ଓ ଜନଜାତି ବିରୋଧୀ’ - congress

ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତିର ବିରୋଧୀ ନବୀନ ସରକାର । ୨୦୧୪ ମସିହାରୁ ଗଠନ ହୋଇନି ଆଦିବାସୀ ଉପଦେଷ୍ଟା ପରିଷଦ, ଉପଦେଷ୍ଟା ବୋର୍ଡ ଏବଂ ଭିଜିଲାନନ୍ସ ମନିଟିରିଂ କମିଟି । ଏହା ହିଁ ନବୀନ ସରକାରର ଅସଲ ଚେହେରାକୁ ପଦାରେ ପକାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଅଧିକ ପଢନ୍ତୁ...

ନବୀନ ସରକାର ଅନୁସୂଚୀତ ଜାତି ଓ ଜନଜାତି ବିରୋଧି
ନବୀନ ସରକାର ଅନୁସୂଚୀତ ଜାତି ଓ ଜନଜାତି ବିରୋଧି

By

Published : Sep 21, 2021, 1:01 PM IST

ଭୁବନେଶ୍ବର: ଓଡ଼ିଶା ଜନସଂଖ୍ୟାର ୪୦ ଭାଗ ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତି ଲୋକ । ସମ୍ବିଧାନର ଧାରା ୪୬ ମୁତାବକ ଏହି ବର୍ଗର ସାମାଜିକ, ଆର୍ଥିକ ଓ ଶୈଖିକ ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ନର୍ଦ୍ଦେଶ ରହିଛି । ଏତଦ୍ ବ୍ୟତୀତ ୧୪୭ ଗୋଟି ବିଧାନସଭା ଆସନ ମଧ୍ୟରୁ ଓଡ଼ିଶାର ୫୭ ଗୋଟି ବିଧାୟକ ଏବଂ ୨୧ ଗୋଟି ଲୋକସଭା ଆସନରୁ ୮ ଗୋଟି ସାଂସଦ ଏହି ବର୍ଗରୁ ନିର୍ବାଚିତ ହୋଇଛନ୍ତି । ଆମ ରାଜ୍ୟର ୩୦ ଗୋଟି ରାଜସ୍ବ ଜିଲ୍ଳାରେ ୩୦ ଜିଲ୍ଳା ମଙ୍ଗଳ ଅଧିକାରୀ ଓ ୩୧୪ ଗୋଟି ବ୍ଲକରେ ଡବ୍ଳୁଇଓଙ୍କ ସମେତ ୨୨ ଗୋଟି ଆଇଟିଡିଏ ବିଭିନ୍ନ ଆଦିବାସୀ ଅଧ୍ୟୁସିତ ଜିଲ୍ଳାମାନଙ୍କରେ କାର୍ଯ୍ୟରତ, କିନ୍ତୁ ଏମାନଙ୍କର ବିକାଶ ହୋଇପାରୁ ନାହିଁ । ଯୋଜନାର ଅର୍ଥ ବାଟମାରଣା ହେଉଛି । ଆଦିବାସୀଙ୍କ ନ୍ୟାୟ ହକ ଦେବା ପାଇଁ କାର୍ଯ୍ୟ କରୁଥିବା ସାମ୍ବିଧାନିକ ସଂସ୍ଥାକୁ ନବୀନ ସରକାର ପଙ୍ଗୁ କରି ରଖିଛନ୍ତି। ୨୦୧୪ ମସିହାରୁ ଆଦିବାସୀ ଉପଦେଷ୍ଟା ପରିଷଦ, ଉପଦେଷ୍ଟା ବୋର୍ଡ ଏବଂ ଭିଜିଲାନ୍ସ ମନିଟିରିଂ କମିଟି ଗଠନ ହୋଇନି। ଏହା ହିଁ ନବୀନ ସରକାରର ଅସଲ ଚେହେରାକୁ ପଦାରେ ପକାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ନବୀନ ସରକାର ଅନୁସୂଚୀତ ଜାତି ଓ ଜନଜାତି ବିରୋଧି

ସେହିପରି ଜଙ୍ଗଲ ଅଧିକାର ଆଇନ କମିଟି ଏବଂ ଟ୍ରାଇବାଲ ସବ ପ୍ଲାନ ଓ ଅନୁସୂଚିତ ଜାତି କମ୍ପୋନେଟ ପ୍ଲାନର ମନିଟରିଂ କମିଟି ଗୁଡ଼ିକ ମଧ୍ୟ ଓଡ଼ିଶା ସରକାରରେ କାର୍ଯ୍ୟ କରୁନାହିଁ । ନିଜେ ମୁଖ୍ୟମନ୍ତ୍ରୀ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ ଜଣେ ରାଜ୍ୟ ପାହ୍ୟା ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇ ସଂବିଧାନର ଧାରା ୧୬୪ (କ) ର ଉଲଂଘନ କରିଛନ୍ତି । ସେହିପରି ବିଧାନ ସଭା ଓ ଲୋକସଭାରେ ଏହି ବର୍ଗ ନିମିତ ଆସନ୍ତା ୨୦୩୦ ପର୍ଯ୍ୟନ୍ତ ଆସନ ସଂରକ୍ଷଣ ପାଇଁ ସମ୍ବିଧାନ ଧାରା ୩୩୪ ର ସଂଶୋଧନ ବିଲ ଗତ ୨୦୨୦ ମସିହାରେ ସଂସଦରେ ପାସ ହେଲାପରେ ମଧ୍ୟ ଓଡ଼ିଶା ବିଧାନ ସଭାରେ ଏହାକୁ ଅନୁମୋଦିତ (ରେଟିଫାଏ) କରାଗଲା ନାହିଁ । ରାଜ୍ୟ ସରକାର ଏବଂ ରାଜ୍ୟ ବିଧାନସଭା ଏହି ସମ୍ବିଧାନ ସଂଶୋଧନ ବେଳେ ସେମାନଙ୍କ ଦାୟିତ୍ବ ଭୁଲିଯାଇଛନ୍ତି । ଫଳରେ ରାଜ୍ୟରେ ୫୭ ସଂରକ୍ଷିତ ବିଧାୟକ ଥାଇ ମଧ୍ୟ ସରକାରୀ ଦଳର ଅପାରଗତା ଓ ଅଜ୍ଞତା ପାଇଁ ଓଡ଼ିଶା ବିଧାନସଭାରେ ଏହା ପାରିତ ହୋଇପାରିନାହିଁ ।

ଗତ ୨୦୦୦ ମସିହାରୁ ଓଡ଼ିଶା ସଂରକ୍ଷଣ ଆଇନ ୧୯୭୫ର ସଂଶୋଧନ ବିଲ ବିଧାନସଭାରେ ପାରିତ ନ ହୋଇ ଗତ ୨୦ ବର୍ଷ ଧରି ଆଇନ ବିଭାଗରେ ପଡ଼ିରହିଛି । ଦେଶର ପ୍ରାୟ ୧୫ ଗୋଟି ଅନୁସୂଚିତ ଜାତି ଓ ଜନଜାତି ବହୁଳ ରାଜ୍ୟରେ କେନ୍ଦ୍ରୀୟ ଢାଞ୍ଚାରେ ରାଜ୍ୟସ୍ତରୀୟ ଆୟୋଗ ଗଠନ ହୋଇଥିବା ବେଳେ ଓଡ଼ିଶାରେ ଏହି ବର୍ଗର ଜନ ସାଧାରଣଙ୍କ ଦାବିକୁ ନବୀନ ସରକାର କର୍ଣ୍ଣପାତ କରୁନାହାଁନ୍ତି । ତେବେ ସରକାରୀ କଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀମାନଙ୍କର ଏହି ବର୍ଗର ଜନସାଧାରଣଙ୍କ ପ୍ରତି ଆବେଗତା ନଥିବା ଜଣାପଡ଼ୁଛି ।

ଓଡ଼ିଶାରେ ଗତ ୨୦ ବର୍ଷର ନବୀନ ଶାସନ କାଳ ମଧ୍ୟରେ ଅନୁସୂଚୀତ ଜାତି ଓ ଜନଜାତି ଲୋକଙ୍କ ଉପରେ ୧୦ ପ୍ରତିଶତରୁ ଅଧିକ ଅତ୍ୟାଚାର ମାମଲା ସଂଗଠିତ ହୋଇଛି । ଅତ୍ୟାଚାରିତ ମହିଳା, ଶିଶୁ ଓ ଅନୁସୂଚୀତ ଜାତି ଓ ଜନଜାତି ଲୋକଙ୍କ ଧନ ଜୀବନକୁ ସୁରକ୍ଷା ଦେବାରେ ବିଜୁ ଜନତା ଦଳର ସରକାର ଆଦୌ ସମ୍ବେଦନ ନୁହଁନ୍ତି । ଅନେକ କ୍ଷେତ୍ରରେ ପୋଲିସକୁ ଗୁହାରି ଜଣାଇବା ପାଇଁ ଗଲେ କ୍ଷତିଗ୍ରସ୍ତମାନେ ସେମାନଙ୍କ ଜୁଲମର ଶିକାର ହେଉଛନ୍ତି । ଏଣୁ ଏ ସରକାର ଅନୁସୂଚୀତ ଜାତି ଓ ଜନାଜାତି ବିକାଶର ବିରୋଧି ବୋଲି ପ୍ରମାଣିତ ହୋଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ବିଭାଗର ଆବାହକ ସତ୍ୟପ୍ରକାଶ ନାୟକ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ଅନୁସୂଚୀତ ଜାତି ଓ ଜନଜାତି ସଂଗଠକ ହଳଧର ସେଠୀ ଉପସ୍ଥିତ ଥିଲେ ।


ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details