ଭୁବନେଶ୍ବର:ଭୁବନେଶ୍ବରରେ କୃଷି ଓ ଗ୍ରାମୀଣ ବିକାଶ ରାଷ୍ଟ୍ରୀୟ ବ୍ୟାଙ୍କ–ନାବାର୍ଡର ୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ନାବାର୍ଡର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପ୍ରତିଷ୍ଠା ଦିବସ ଉତ୍ସବରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟର କୃଷି ବିକାଶରେ ନାବାର୍ଡର ଅବଦାନ ସମ୍ପର୍କରେ ଆଲୋକପାତ କରିଛନ୍ତି ।
ମନ୍ତ୍ରୀ କହିଛନ୍ତି, ୨୦୨୧–୨୨ରେ ନାବାର୍ଡ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି- RIDF ଅଧୀନରେ ରାଜ୍ୟକୁ ୪ହଜାର କୋଟି ଟଙ୍କା ପ୍ରଦାନ କରିଛି । ଚଳିତ ଆର୍ଥିକ ବର୍ଷ RIDF ଅଧୀନରେ ରାଜ୍ୟ ନାବାର୍ଡ ନିକଟରୁ ୬ହଜାର କୋଟି ଟଙ୍କା ଆବଶ୍ୟକ କରୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।