ଓଡିଶା

odisha

By

Published : Sep 17, 2021, 7:24 AM IST

ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନାବାର୍ଡ ଅଧ୍ୟକ୍ଷ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନାବାର୍ଡ ଅଧ୍ୟକ୍ଷ ଡକ୍ଟର ଜି.ଆର୍. ଚିନ୍ତାଲା । ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ କରିବା ନେଇ କଲେ ଆଲୋଚନା । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନାବାର୍ଡ ଅଧ୍ୟକ୍ଷ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନାବାର୍ଡ ଅଧ୍ୟକ୍ଷ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନାବାର୍ଡ ଅଧ୍ୟକ୍ଷ ଡକ୍ଟର ଜି.ଆର୍. ଚିନ୍ତାଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନାବାର୍ଡ ଅଧ୍ୟକ୍ଷ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି । ଦାରିଦ୍ର୍ୟ ଦୂରୀକରଣ ସହ ଗ୍ରାମୀଣ ଅଞ୍ଚଳରେ ଭିତ୍ତିଭୂମି ବିକାଶ ଦିଗରେ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛି । ଏହାକୁ ଦୃଷ୍ଟିରେ ରଖି ପ୍ରାକୃତିକ ଦୁର୍ବିପାକ ନିରୋଧୀ ଭିତ୍ତିଭୂମି ପାଇଁ ନାବାର୍ଡ ଆରଆଇଡିଏଫ୍ ଓ ଏଲଟିଏଫ୍ ଜରିଆରେ ସ୍ବଳ୍ପ ସୁଧରେ ଋଣ ଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନାବାର୍ଡ ଅଧ୍ୟକ୍ଷ

ଏଥିସହ ନୂଆ କରି ଆରମ୍ଭ ହୋଇଥିବା ଆରଆଇଏଏସ୍ ଯୋଜନାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହି ଯୋଜନାରେ ରାସ୍ତା, ପୋଲ ଓ ଇନ୍-ଷ୍ଟ୍ରିମ୍ ଷ୍ଟରେଜ ଷ୍ଟ୍ରକ୍ଚର ଭଳି ପ୍ରକଳ୍ପ ପାଇଁ ପାଣ୍ଠି ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ନାବାର୍ଡ ଆରଆଇଡିଏଫ୍ ସହାୟତା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଭିତ୍ତିଭୂମି ସୁଦୃଢ଼ ଓ ଜୀବନଜୀବିକା ଲାଗି ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ନାବାର୍ଡ ଅଧ୍ୟକ୍ଷ ପ୍ରଶଂସା କରିଛନ୍ତି । ନବୀନ ନିବାସରେ ହୋଇଥିବା ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5‘ଟି’ ସଚିବ ଭି.କେ.ପାଣ୍ଡିଆନ ଏବଂ ନାବାର୍ଡର ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details