ଭୁବନେଶ୍ବର:ବିଜେପିରେ ସାମିଲ ହେଲେ ଶତାଧିକ ବିଜେଡି କର୍ମୀ (BJD leader and worker join BJP) । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନବରଙ୍ଗପୁରର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।
ବିଜେପିରେ ସାମିଲ ହେଲେ ନବରଙ୍ଗପୁରର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ। ଜିଲ୍ଲା ବିଜେଡ଼ିର ଯୁବ ଓ ସଂଖ୍ୟା ଲଘୁ ସେଲର ବହୁ ପଦାଧିକାରେ ବିଜେପିରେ ଯୋଗ ଦେଇଛନ୍ତି । ସଭାପତି ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ଵର ଟୁଡୁ, ବିଧାୟକ ନିତ୍ୟାନଦ ଗଣ୍ଡ, ମୁକେଶ ମହାଲିଙ୍ଗ ଓ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣପର୍ବରେ ସାମିଲ ହୋଇଛନ୍ତି। ଜିଲ୍ଲା ଓ ବ୍ଳକ ବିଜେଡ଼ିର ବହୁ ପଦାଧିକାରୀଙ୍କ ସହ କର୍ମୀ ସାମିଲ । ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ଜନ କଲ୍ୟାଣ ଯୋଜନାରେ ପ୍ରଭାବିତ ହୋଇ ଏମାନେ ସମସ୍ତେ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ସଭାପତି ସମୀର ମହାନ୍ତି।