ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦାଏର କଲା ନବ ନିର୍ମାଣ କୃଷକ ସଙ୍ଗଠନ - କୋଭିଡ-19 ଗାଇଡ଼ଲାଇନ

କୋଭିଡ-19 ଗାଇଡ଼ଲାଇନ ଓ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି କ୍ୟାପିଟାଲ ଥାନାରେ ଏତଲା ଦାଏର କରିଛି ନବ ନିର୍ମାଣ କୃଷକ ସଙ୍ଗଠନ।

fir aginst cm
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦାଏର କଲା ନବ ନିର୍ମାଣ କୃଷକ ସଙ୍ଗଠନ

By

Published : Jul 8, 2020, 1:31 PM IST

Updated : Jul 8, 2020, 9:38 PM IST

ଭୁବନେଶ୍ବର: କୋଭିଡ-19 ଗାଇଡ଼ଲାଇନ ଓ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଥାନାରେ ଏତଲା । କ୍ୟାପିଟାଲ ଥାନାରେ ଏତଲା ଦାଏର କରିଛି ନବ ନିର୍ମାଣ କୃଷକ ସଙ୍ଗଠନ ।

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦାଏର କଲା ନବ ନିର୍ମାଣ କୃଷକ ସଙ୍ଗଠନ

ସୂଚନା ଅନୁଯାୟୀ, ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାର ସଂକ୍ରମଣ ରୋକିବା ପାଇଁ କୋଭିଡ-19 ଗାଇଡଲାଇନ ଜାରି କରାଯାଇଛି । ସେଥିପାଇଁ ଲକଡାଉନ, ସଟଡାଉନ ଭଳି କଟକଣା ସହିତ ଦୋକାନ ବଜାର, ସଭା ସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆୟୋଜନ କରିବାକୁ ମଧ୍ୟ ବାରଣ କରାଯାଇଛି।

ତେବେ ଗତ ଏପ୍ରିଲ 1ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ନିୟମ ଉଲ୍ଲଙ୍ଘନ କରି ଗୋଷ୍ଠୀଗତ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ଏହାର ପ୍ରତିବାଦ ସ୍ବରୂପ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦାଏର କରାଯାଇଥିବା କହିଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jul 8, 2020, 9:38 PM IST

ABOUT THE AUTHOR

...view details