ଓଡିଶା

odisha

By

Published : Jun 11, 2020, 2:13 PM IST

ETV Bharat / city

ମାସ୍କ ଦୁର୍ନୀତିର ସିବିଆଇ ତଦନ୍ତ ଦାବିକଲା ନବନିର୍ମାଣ କୃଷକ ସଙ୍ଗଠନ

ମାସ୍କ ଦୁର୍ନୀତିର ସିବିଆଇ ତଦନ୍ତ ଦାବିକଲା ନବନିର୍ମାଣ କୃଷକ ସଙ୍ଗଠନ । ଅଧିକ ପଢନ୍ତୁ...

ମାସ୍କ ଦୁର୍ନୀତିର ସିବିଆଇ ତଦନ୍ତ ଦାବିକଲା ନବନିର୍ମାଣ କୃଷକ ସଙ୍ଗଠନ
ମାସ୍କ ଦୁର୍ନୀତିର ସିବିଆଇ ତଦନ୍ତ ଦାବିକଲା ନବନିର୍ମାଣ କୃଷକ ସଙ୍ଗଠନ

ଭୁବନେଶ୍ବର: ମାସ୍କ ଦୁର୍ନୀତିର ସିବିଆଇ ତଦନ୍ତ ଦାବିକଲା ନବନିର୍ମାଣ କୃଷକ ସଙ୍ଗଠନ । ରାଜ୍ୟରେ କୋରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ସଂସ୍ଥା ଠାରୁ ମାସ୍କ ଓ ମେଡିକାଲ ସରଞ୍ଜାମ କିଣିଥିଲେ । କିନ୍ତୁ ତାହା କେନ୍ଦ୍ରର ଗାଇଡ଼ଲାଇନ ଅନୁସାରେ ହୋଇ ନଥିବା ଜଣାପଡିବା ପରେ ଏଥିରେ ବଡ଼ଧରଣର ଦୁର୍ନୀତି ହୋଇଥିବା ଜଣାପଡିଛି । ଯେଉଁଥିରେ ବଡ଼ ବଡ଼ ଆଇଏଏସ ଅଧିକାରୀମାନେ ସମ୍ପୃକ୍ତ ଥିବା ଜଣାପଡିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ଏହାର ତଦନ୍ତ ଦାବି କରାଯାଇଛି ।

ମାସ୍କ ଦୁର୍ନୀତିର ସିବିଆଇ ତଦନ୍ତ ଦାବିକଲା ନବନିର୍ମାଣ କୃଷକ ସଙ୍ଗଠନ

ନବନିର୍ମାଣ କୃଷକ ସଙ୍ଗଠନ ଏହି ସ୍ପର୍ଶକାତର ଘଟଣାର ସିବିଆଇ ତଦନ୍ତ ଦାବି କରିଛି । ଏନେଇ ଆଜି ସଂଗଠନ ପକ୍ଷରୁ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସ୍ମାରକପତ୍ର ପ୍ରଦାନ କରାଯାଇଥିବା କଥା ନେତା ଅକ୍ଷୟ କୁମାର କହିଛନ୍ତି । ଏପରି ଘଟଣାରେ ବରିଷ୍ଠ ଆଇଏଏସ ଠାରୁ ଆରମ୍ଭ କରି ମନ୍ତ୍ରୀ ପରିଷଦ ଓ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଜଡିତ ଥିବାରୁ ସିବିଆଇ ରାଜ୍ୟର ଲୋକମାନଙ୍କ ହିତ ଦୃଷ୍ଟିରୁ ଏହାର ତଦନ୍ତ କରିବାକୁ ଦାବି କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details