ଓଡିଶା

odisha

By

Published : Aug 6, 2021, 5:31 PM IST

ETV Bharat / city

ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ତୀବ୍ର କରିବ ନବନିର୍ମାଣ କୃଷକ ସଂଗଠନ

କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀରେ ଜାରି ରହିଛି ଆନ୍ଦୋଳନ । ଏହି ଆନ୍ଦୋଳନକୁ ଆଗାମୀ ଅକ୍ଟୋବର ୨ ତାରିଖଠାରୁ ନବନିର୍ମାଣ କୃଷକ ସଙ୍ଗଠନ ତୀବ୍ର କରିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ତୀବ୍ର କରିବ ନବନିର୍ମାଣ କୃଷକ ସଂଗଠନ
ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ତୀବ୍ର କରିବ ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ବର: ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ତୀବ୍ର କରିବ ନବନିର୍ମାଣ କୃଷକ ସଂଗଠନ । ଅକ୍ଟୋବର 2 ତାରିଖରୁ 19 ପର୍ଯ୍ୟନ୍ତ ଚମ୍ପାରନରୁ ବନାରସ ପଦଯାତ୍ରା କରିବ । ଏଥିରେ ଓଡ଼ିଶାରୁ 2 ହଜାର ଚାଷୀ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ତୀବ୍ର କରିବ ନବନିର୍ମାଣ କୃଷକ ସଂଗଠନ

ବିଶେଷ କରି ଗାନ୍ଧୀ ବିଚାର ଓ ନୀଳଚାଷୀ ଆନ୍ଦୋଳନ ସ୍ମୃତି ଉଜାଗର ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚାପଗ୍ରସ୍ତ କରିବା ପାଇଁ ଏହି ଯାତ୍ରା ଆରମ୍ଭ ହେବ । 8 ମାସ ଧରି କଳା କାନୁନ୍ ପ୍ରତ୍ୟାହାର ଓ MSPକୁ ଆଇନ ପରିସରଭୁକ୍ତ କରିବା ଦାବିରେ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନ ଚାଲୁଥିଲେ ମଧ୍ୟ ଏହାକୁ କେନ୍ଦ୍ର ସରକାର ଖାତିର୍ କରୁନାହାନ୍ତି । କୃଷି ଆନ୍ଦୋଳନ ସହ କୋରୋନା କାଳରେ ବେରୋଜଗାର ସମସ୍ୟାର ସମାଧାନ ପାଇଁ କିଛି ପଦକ୍ଷେପ ମଧ୍ୟ ନେଉନାହାନ୍ତି ବୋଲି ସଙ୍ଗଠନ ଅଭିଯୋଗ କରିଛି ।

ତେବେ ଏହା ବିରୋଧରେ ଆନ୍ଦୋଳନକୁ ତୀବ୍ର କରିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନ ନିଷ୍ପତ୍ତି ନେଇଛି । ସୂଚନା ଥାଉ କି ଗତ ବର୍ଷ ନଭେମ୍ବର ୨୬ ତାରିଖଠାରୁ ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀମାନେ ଆନ୍ଦୋଳନ କରିଆସୁଛନ୍ତି । ଏମାନେ ଆଇନ ପ୍ରତ୍ୟାହାର ପାଇଁ ଦାବି କରିଆସୁଥିଲେ ମଧ୍ୟ ସରକାର ଆଇନକୁ ପ୍ରତ୍ୟାହାର କରିନାହାନ୍ତି । ଉଭୟ ସରକାର ଓ ଚାଷୀଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିନାହିଁ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details