ଭୁବନେଶ୍ବର: କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ସମ୍ମୁଖରେ ଧାରଣା । ନିଜ ହକ୍ର ଟଙ୍କା ନ ମିଳିବାରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା । କୃଷିମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଏଭଳି ବିକ୍ଷୋଭକୁ ଦେଖି ପୋଲିସ ସେମାନଙ୍କୁ ଉଠାଇନେଇଛି ।
କୃଷିମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ - protest against kalia in front of agriculture minister house
କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ । ‘କାଳିଆ’ ଟଙ୍କା ହିତାଧିକାରୀଙ୍କୁ ନମିଳିବା ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ
ସୂଚନା ଅନୁସାରେ ‘କାଳିଆ’ ଟଙ୍କା ହିତାଧିକାରୀଙ୍କୁ ନ ମିଳିବା ପ୍ରତିବାଦରେ କୃଷିମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗୁରୁବାର ସକାଳେ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାମାନେ ଧାରଣା ଦେଇଥିଲେ। ଅନେକ ମହିଳା ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ । ହେଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ବିକ୍ଷୋଭକାରୀଙ୍କୁ ପୋଲିସ ବୁଝାସୁଝା କରିବା ସହ ପରେ ସେମାନଙ୍କୁ ଉଠାଇ ନେଇଥିଲା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ