ଭୁବନେଶ୍ବର: ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ଦାଖଲ ନିର୍ଦ୍ଦେଶକୁ ଲୋକ ଦେଖାଣିଆ କହିଲା ନବନିର୍ମାଣ ଛାତ୍ର ସଂଗଠନ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ତେବେ ସରକାରଙ୍କ ଏହି ନିର୍ଦ୍ଦେଶକୁ ଲୋକ ଦେଖାଣିଆ କହିଛି ନବନିର୍ମାଣ ଛାତ୍ର ସଂଗଠନ ।
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ବର୍ତ୍ତମାନର ଅନୁସନ୍ଧାନ ସ୍ଥିତି ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ । ତେବେ ଏହାକୁ ଲୋକ ଦେଖାଣିଆ କହିବା ସହିତ ସରକାରଙ୍କୁ ନିନ୍ଦା କରିଛି ନବନିର୍ମାଣ ଛାତ୍ର ସଂଗଠନ । ଏନେଇ ଛାତ୍ର ସଂଗଠନର ଆବାହକ ମନ୍ଵର ଅଲ୍ଲୀ କହିଛନ୍ତି, "ରୁଚିକାକୁ ନ୍ୟାୟ ଦେବାକୁ ୧୪ ତାରିଖରେ ନବନିର୍ମାଣ ସଂଗଠନ ଏକ ବିଶାଳ ପଦଯାତ୍ରାର ଡାକରା ଦେଇଛି । ଏହାକୁ ପ୍ରତିହତ କରିବା ପାଇଁ ତରବରିଆ ହୋଇ ସରକାର ଏଭଳି ଏକ ନୋଟିସ ଜାରି କରିଛନ୍ତି । ରୁଚିକାଙ୍କୁ ନ୍ୟାୟ ଦେବାକୁ ଯଦି ଏତେ ତତ୍ପର ସରକାର କାହିଁକି ୪ ମାସ ହେବ ଚୁପ ବସିଥିଲେ । ଆଉ ଆଜି କାହିଁକି ତୁରନ୍ତ ତଦନ୍ତର ରିପୋର୍ଟ ଆବଶ୍ୟକ ପଡିଲା । ତେବେ ରୁଚିକାର ନ୍ୟାୟ ଓ ତଦନ୍ତର ଶୀଥିଳତାକୁ ନେଇ ଆମେ ୧ ଲକ୍ଷ ଲୋକଙ୍କୁ ନେଇ ପଦଯାତ୍ରା କରିବୁ ।" ତେବେ ଯେ ପର୍ଯ୍ୟନ୍ତ ରୁଚିକାକୁ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବୁ ବୋଲି ମନ୍ଵର ଅଲ୍ଲୀ କହିଛନ୍ତି ।