ଓଡିଶା

odisha

ETV Bharat / city

ନୂଆ ଟ୍ରାଫିକ୍ ନିୟମକୁ ନବନିର୍ମାଣ କୃଷକ ସଂଘର ବିରୋଧ - new traffic rules

ନୂଆ ଟ୍ରାଫିକ୍ ନିୟମକୁ ନେଇ ଭୁବନେଶ୍ବରସ୍ଥିତ ରାଜମହଲ ଛକରେ ଦେଖାଦେଇଥିବା ଉତ୍ତେଜନା ପରେ ଆଜି ଲୋୟର ପିଏମଜିରେ ଗର୍ଜିଛନ୍ତି ନବ ନିର୍ମାଣ କୃଷକ ସଂଘର ଛାତ୍ରଛାତ୍ରୀ । ସାଧାରଣ ଜନତାଙ୍କ ଉପରେ ଏହି ନିୟମ ଲାଗୁ କରିବା ପୂର୍ବରୁ ସରକାର ପ୍ରଥମେ ନିଜ ଉପରେ ଲାଗୁ କରନ୍ତୁ ବୋଲି ସଂଘ ଦାବି କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 8, 2019, 1:56 PM IST


ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମକୁ ଭିନ୍ନ ଭିନ୍ନ ଭାବେ ପ୍ରତିବାଦ କରୁଛନ୍ତି ରାଜଧାନୀବାସୀ । ଥମୁନି ବିରୋଧର ସ୍ବର । କିଏ ନୀରବତାର ସହ ଆନ୍ଦୋଳନ କରୁଛି ତ ଆଉ କିଏ ଆନୁଷ୍ଠାନିକ ଭାବେ ରାଜରାସ୍ତାରେ ନାରାବାଜି ଦେଉଛି । ହେଲେ ସଭିଁଙ୍କର ଗୋଟିଏ ପ୍ରତିବାଦର ସ୍ବର ନୂଆ ଟ୍ରାଫିକ୍ ନିୟମରେ ସୁଧାର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଗତକାଲି ରାଜଧାନୀ ଭୁବନେଶ୍ବରସ୍ଥିତ ରାଜମହଲ ଛକରେ ଏହି ନୂଆ ନିୟମକୁ ନେଇ ଦେଖା ଦେଇଥିବା ଉତ୍ତେଜନା ପରେ ଆଜି ତାକୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତିବାଦର ସ୍ବର ଉଠିଛି । ଅପରପକ୍ଷେ ଆଜି ନବନିର୍ମାଣ କୃଷକ ସଂଘର ଛାତ୍ରଛାତ୍ରୀ ରାଜଧାନୀର ଲୋୟର ପିଏମଜିରେ ଗର୍ଜନ କରିବାର ଦେଖିବାକୁ ମିଳିଥିଲା । ସାଧାରଣ ଜନତାଙ୍କ ଉପରେ ଏହି ନିୟମ ଲାଗୁ କରିବା ପୂର୍ବରୁ ସରକାର ପ୍ରଥମେ ନିଜ ଉପରେ ଲାଗୁ କରନ୍ତୁ ବୋଲି ସଂଘ ଦାବି କରିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details