ଓଡିଶା

odisha

ETV Bharat / city

‘ମନ୍ କି ବାତ୍’କୁ ବିରୋଧ କରି ଥାଳି ପିଟିଲେ ନବ ନିର୍ମାଣ କୃଷକ ସଙ୍ଗଠନ - ଭୁବନେଶ୍ବର

ଚଳିତ ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ତେବେ ଏହାର ପ୍ରତିବାଦ କରିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନ । ଅଧିକ ପଢନ୍ତୁ...

naba nirmana krushak sangathan
‘ମନ୍ କି ବାତ୍’କୁ ବିରୋଧ, ଥାଳି ପିଟିଲେ ନବ ନିର୍ମାଣ କୃଷକ ସଙ୍ଗଠନ

By

Published : Dec 27, 2020, 2:17 PM IST

Updated : Dec 27, 2020, 10:47 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ ମାଧ୍ୟମରେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ଚଳିତ ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ତେବେ ଏହାର ପ୍ରତିବାଦ କରିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନ । ସଙ୍ଗଠନ ପକ୍ଷରୁ ଥାଳି ବାଡେଇ ପ୍ରତିବାଦ କରାଯାଇଛି।

‘ମନ୍ କି ବାତ୍’କୁ ବିରୋଧ, ଥାଳି ପିଟିଲେ ନବ ନିର୍ମାଣ କୃଷକ ସଙ୍ଗଠନ

ସର୍ବଦା ନିଜ ମନ କଥା କହି ଭଣ୍ଡାଉଥିବା ମୋଦି ଦୀର୍ଘ ଦିନ ଧରି ଆନ୍ଦୋଳନ ଚଲାଇ ଆସୁଥିବା ଚାଷୀଙ୍କ କଥା ଶୁଣିବାକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ କୃଷି ଆଇନର ପ୍ରତିବାଦ ସ୍ବରୂପ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନରେ ରାଜ୍ୟ ସମେତ ଦେଶରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ସମୟରେ ଏହି ପ୍ରତିବାଦ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏନେଇ ସୂଚନା ଦେଇଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ଆବାହକ ଶେଷେଦେବ ନନ୍ଦ ।

ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଓ ରାଜଧାନୀରେ ଥାଳି, ଘଣ୍ଟ-ଘଣ୍ଟା ଆଦି ବାଡେଇ ପ୍ରତିବାଦ କରାଯାଇଛି । ଯେପର୍ଯ୍ୟନ୍ତ ସରକାର କୃଷି ଆଇନକୁ ପ୍ରତ୍ୟାହାର ନ କରିଛନ୍ତି ଏହାର ପ୍ରତିବାଦ କରାଯିବ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ବଏକଟ କରାଯିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Dec 27, 2020, 10:47 PM IST

ABOUT THE AUTHOR

...view details