ଓଡିଶା

odisha

ETV Bharat / city

ଗଣମାଧ୍ୟମ ଉପରେ ଆକ୍ରମଣ ବିରୋଧରେ ରାଜଧାନୀରେ ଗର୍ଜିଲା ନବନିର୍ମାଣ କୃଷକ ସଂଗଠନ - ନବନିର୍ମାଣ କୃଷକ ସଂଗଠନ

ରାଜ୍ୟରେ ଗଣମାଧ୍ୟମ ପ୍ରତି ସରକାରଙ୍କ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ କରିଛି ନବ ନିର୍ମାଣ କୃଷକ ସଙ୍ଗଠନ। ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ସଙ୍ଗଠନ । ଅଧିକ ପଢନ୍ତୁ...

ଧାରଣାରେ ନବନିର୍ମାଣ କୃଷକ ସଂଗଠନ
ଧାରଣାରେ ନବନିର୍ମାଣ କୃଷକ ସଂଗଠନ

By

Published : Nov 8, 2020, 2:12 PM IST

ଭୁବନେଶ୍ବର: ରାଜ୍ୟରେ ଗଣମାଧ୍ୟମ ପ୍ରତି ସରକାରଙ୍କ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ କରିଛି ନବ ନିର୍ମାଣ କୃଷକ ସଙ୍ଗଠନ । ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ସଙ୍ଗଠନ । ରାଜ୍ୟସରକାର ଓ ପୋଲିସ ପ୍ରଶାସନ ପକ୍ଷରୁ ରାଜ୍ୟର ଏକ ପ୍ରତିଷ୍ଠିତ ଗଣମାଧ୍ୟମ ଓ ଏହାର କର୍ମଚାରୀଙ୍କୁ ବିଭିନ୍ନ ଆଳରେ ନିର୍ଯ୍ୟାତନା ଦିଆଯାଉଛି, ଯାହାକି ଅତି ନିନ୍ଦନୀୟର ବିଷୟ।

ଧାରଣାରେ ନବନିର୍ମାଣ କୃଷକ ସଂଗଠନ

ଗଣତନ୍ତ୍ର ରାଷ୍ଟ୍ରରେ ସମସ୍ତଙ୍କର ମର୍ଯ୍ୟାଦାର ସହ କାର୍ଯ୍ୟ କରିବାର ଅଧିକାର ଅଛି। ତେବେ ରାଜ୍ୟରେ କାର୍ଯ୍ୟରତ ଗଣମାଧ୍ୟମ କର୍ମଚାରୀମାନେ ସରକାରଙ୍କ ଦୁର୍ନୀତି ଓ ଅପାରଗତା ବିରୁଦ୍ଧରେ ପ୍ରଶ୍ନ କରିବାରୁ ତାଙ୍କୁ ହଇରାଣ କରାଯାଉଛି ବୋଲି ସଙ୍ଗଠନ ଅଭିଯୋଗ କରିଛି । ତେଣୁ ଚାଷ ଓ ଚାଷୀଙ୍କ ସ୍ବାର୍ଥ ପାଇଁ ଲଢୁଥିବା ନବ ନିର୍ମାଣ କୃଷକ ସଙ୍ଗଠନ ଏନେଇ ସରକାରଙ୍କୁ ସତର୍କ କରାଇବା ସହ ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରି ଶାଳୀନତାର ସହ କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି।

ଯଦି ଏହିପରି ଆକ୍ରମଣ ଆଗକୁ ଜାରି ରହେ ତେବେ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଙ୍ଗଠନର ନେତୃବୃନ୍ଦ ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details