ଓଡିଶା

odisha

ETV Bharat / city

ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ ଏନ-95 ମାସ୍କ: IIT - corona

କୋରୋନାକୁ ରୋକିବା ପାଇଁ ଲୋକେ ପିନ୍ଧୁଥିବା ମାସ୍କ ସମ୍ପୁର୍ଣ୍ଣ ଭାବେ ମୁହଁରୁ ବାହାରୁଥିବା ଡ୍ରପଲେଟ ରୋକିବାରେ ସମର୍ଥ ନୁହେଁ। ଏନେଇ ଆଇଆଇଟି ଭୁବନେଶ୍ୱରରେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି । ଅଧିକ ପଢନ୍ତୁ...

ସମ୍ପୁର୍ଣ୍ଣ ସୁରକ୍ଷିତ ନୁହେଁ ଏନ-95 ମାସ୍କ
ସମ୍ପୁର୍ଣ୍ଣ ସୁରକ୍ଷିତ ନୁହେଁ ଏନ-95 ମାସ୍କ

By

Published : Apr 9, 2021, 8:40 AM IST

ଭୁବନେଶ୍ବର: କୋରୋନାକୁ ରୋକିବା ପାଇଁ ଲୋକେ ପିନ୍ଧୁଥିବା ମାସ୍କ ସମ୍ପୂର୍ଣ୍ଣ ଭାବେ ମୁହଁରୁ ବାହାରୁଥିବା ଡ୍ରପଲେଟ ରୋକିବାରେ ସମର୍ଥ ନୁହେଁ। ଏନେଇ ଆଇଆଇଟି ଭୁବନେଶ୍ୱରରେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି । ଅଧ୍ୟୟନରେ ସବୁଠାରୁ ଉନ୍ନତମାନର ମାସ୍କ ଭାବେ ବିବେଚନା କରାଯାଉଥିବା ଏନ୍‌-୯୫ ମାସ୍କ ମଧ୍ୟ ସବୁ ଦୃଷ୍ଟିରୁ ସୁରକ୍ଷିତ ନ ଥିବା କୁହାଯାଇଛି ।

ସମ୍ପୁର୍ଣ୍ଣ ସୁରକ୍ଷିତ ନୁହେଁ ଏନ-95 ମାସ୍କ

ଏହା କେବଳ ସମ୍ମୁଖ ଭାଗରେ ଡ୍ରାପଲେଟକୁ ରୋକିବାରେ ସଫଳ ହୋଇପାରୁଛି ମାତ୍ର ମାସ୍କ ଓ ନାକ ଭିତରେ ରହିଥିବା ବ୍ୟବଧାନ ଯୋଗୁଁ ଡ୍ରପଲେଟ୍ ଲିକ୍ ହେଉଥିବା ନଜରକୁ ଆସିଛି। ଏସବୁ ଦୃଷ୍ଟିରୁ ୫ ଲେୟାର ମାସ୍କ ହିଁ ନିରାପଦ ବୋଲି ଗବେଷଣାରୁ ଜଣାପଡ଼ିଛି । ଏହି ଡ୍ରପଲେଟ ୫ ସେକେଣ୍ଡରେ ୪ ଫୁଟ୍ ଦୂରତା ଅତିକ୍ରମ କରିବାରେ ସକ୍ଷମ ହେଉଛି ତେଣୁ ଲୋକେ କଥାବାର୍ତ୍ତା ହେବା ସମୟରେ ସର୍ଜିକାଲ ମାସ୍କ କଦାପି ପିନ୍ଧିବା ଉଚିତ ନୁହେଁ ।

ଏପରିକି ହସ୍ପିଟାଲ ଭଳି ସ୍ଥାନରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସମ୍ଭବ ନ ଥିବାରୁ ସେସବୁ ସ୍ଥାନରେ ଫେସ୍ ମାସ୍କ ପିନ୍ଧିବା ପର୍ଯ୍ୟାପ୍ତ ନୁହେଁ ବୋଲି ଆଇଆଇଟି ଭୁବନେଶ୍ୱର ପକ୍ଷରୁ ହୋଇଥିବା ନୂତନ ଅଧ୍ୟୟନରୁ ଜଣାପଡ଼ିଛି । ରାଜ୍ୟରେ ଏବେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି । ଧୀରେ ଧୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏଭଳି ପରିସ୍ଥିତିରେ କୋରୋନାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯାଉଛି । ମାତ୍ର ଏସବୁ ଯେ ସଂକ୍ରମଣ ରୋକିବାରେ ସମ୍ପୂର୍ଣ୍ଣ ସଫଳ ନୁହେଁ, ତାହା ଗବେଷଣାରୁ ସ୍ପଷ୍ଟ ହେବାରେ ଲାଗିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details