ଭୁବନେଶ୍ବର: ମୁମ୍ବାଇ ଉପକୂଳରେ କ୍ରୁଜ ବୋଟରେ ଚାଲିଥିବା ରେଭ ପାର୍ଟିରେ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଗିରଫ ହୋଇଥିବା ରାଉରକେଲାର ଯୁବକ ମନିଷ ରାଜଗରିଆଙ୍କ ବାପାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ତାଙ୍କ ପୁଅ ଘଟଣାରେ ସମ୍ପୃକ୍ତ ନଥିବା ସହ ଅଭିନେତା ସାହାରୁଖ ଖାନଙ୍କ ପୁଅ ଆର୍ୟାନଙ୍କ ସହ ତାଙ୍କ ପୁଅର କୌଣସି ସମ୍ପର୍କ ନଥିବା କହିଛନ୍ତି ଗିରଫ ମନିଷଙ୍କ ବାପା ।
ମନିଷ ଜଣେ ବନ୍ଧୁଙ୍କ ବ୍ୟାଚେଲର ପାର୍ଟିରେ ଯୋଗଦେବା ପାଇଁ ରାଉରକେଲାରୁ ମୁମ୍ବାଇ ଯାଇଥିଲେ। ଉକ୍ତ କ୍ରୁଜ ବୋଟରେ ରେଭପାର୍ଟି ନୁହେଁ ବରଂ ବ୍ୟାଚେଲର ପାର୍ଟିରେ ସାମିଲ ହୋଇଥିଲେ ସେ । ତାଙ୍କ ନିକଟରୁ କିଛି ଡ୍ରଗ୍ସ ସମ୍ପର୍କିତ ଦ୍ରବ୍ୟ ଜବତ ହୋଇ ନଥିବାବେଳେ ଏହା ଏକ ହାଇ ପ୍ରୋଫାଇଲ ଘଟଣା ହୋଇଥିବାରୁ ତାଙ୍କ ପୁଅକୁ ଏଥିରେ ଫସାଯାଇଛି ବୋଲି କହିଛନ୍ତି ଗିରଫ ଯୁବକଙ୍କ ବାପା ।