ଓଡିଶା

odisha

ETV Bharat / city

'ସମ୍ପର୍କକୁ ନେଇ ଭଉଣୀ ବ୍ଲାକମେଲ କରୁଥିଲେ'

ସମଲିଙ୍ଗୀ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦ । ବିଗତ କିଛି ଦିନ ମଧ୍ୟରେ ଉଭୟ ପାରିବାରିକ ଓ କ୍ରୀଡ଼ା ଜଗତରେ ସମାଲୋଚନାର ଶିକାର ହୋଇଥିବା ଦେଖିବାକୁ ମିଳିଛି । ପରିବାର ସଦସ୍ୟ ସମ୍ପର୍କକୁ ନେଇ ମୁହଁ ଖୋଲିଥିବା ବେଳେ ନିଜ ଭଉଣୀ ତାଙ୍କୁ ବ୍ଲାକ ମେଲ କରୁଥିବା କହିଛନ୍ତି ଦୂତି । ସେପଟେ ପରିଚୟ ପ୍ରଘଟ ନେଇ ଗଣମାଧ୍ୟମ ଉପରେ ବର୍ଷିଛନ୍ତି ଦୂତି ।

By

Published : May 21, 2019, 5:31 PM IST

Updated : May 22, 2019, 6:49 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ସମଲିଙ୍ଗୀ ସମ୍ପର୍କକୁ ନେଇ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ସ୍ପ୍ରିଣ୍ଟର ଦୂତି ଚାନ୍ଦ । ବିଗତ କିଛି ଦିନ ମଧ୍ୟରେ ସମାଲୋଚନାର ଶିକାର ହେଉଥିବା ଦୂତିଙ୍କର ଆଜିର ବୟାନ କିନ୍ତୁ ବେଶ ଚାଞ୍ଚଲ୍ୟକର ରହିଥିଲା । ନିଜ ମା କୌଣସି ଚାପର ବଶବର୍ତ୍ତି ହୋଇ ଏପରି ମନ୍ତବ୍ୟ ଦେଇଥାଇ ପାରନ୍ତି ବୋଲି କହୁଥିବା ବେଳେ ତାଙ୍କର ଟାର୍ଗେଟରେ କିନ୍ତୁ ରହିଥିଲେ ନିଜ ବଡ ଭଉଣୀ ସରସ୍ବତୀ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ସରସ୍ବତୀଙ୍କ ଉପରେ ବର୍ଷିଲେ
ନିକଟରେ ଦୂତି ନିଜ ସମ୍ପର୍କକୁ ନେଇ ଖୁଲାସା କରିଥିଲେ । ତେବେ ସେ ଏହା ଚାପର ବଶବର୍ତ୍ତି ହୋଇ ଲୋକଲୋଚନକୁ ଆଣିଥିବା କହିଛନ୍ତି ସେ । ସେ କହିଛନ୍ତି, ତାଙ୍କ ସମ୍ପର୍କ ବିଷୟରେ କେବଳ ତାଙ୍କର ବଡ ଭଉଣୀ ସରସ୍ବତୀଙ୍କୁ ଜଣାଥିଲା । ଏହାକୁ ଢାଲ କରି ସରସ୍ବତୀ ତାଙ୍କୁ ବ୍ଲାକ ମେଲିଂ କରୁଥିବା କହିଥିଲେ ଦୂତି ।
ଦୂତି ଆହୁରି ମଧ୍ୟ କହିଥିଲେ କି, ଘରର କୌଣସି କାର୍ଯ୍ୟରେ ସହାୟତା କରିବାରେ ବିଳମ୍ବ ହେଲେ କିମ୍ବା ସରସ୍ବତୀଙ୍କ ଡିମାଣ୍ଡ ପୁରଣ ନ କରିପାରୁଥିଲେ ତାଙ୍କ ସମ୍ପର୍କରେ ସମସ୍ତଙ୍କୁ କହିଦେବେ ବୋଲି ଧମକ ଦେଉଥିଲେ । ଏପରିକି ଭୁବନେଶ୍ବର ଆସି ତାଙ୍କୁ 25 ଲକ୍ଷ ଟଙ୍କା ମାଗିଥିଲେ । ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ । ନ ଦେଇ ପାରିଲେ ତାଙ୍କ ସମ୍ପର୍କରେ କହିଦେବେ ବୋଲି ଦୂତି ପ୍ରକାଶ କରିଥିଲେ ।


ମା'ଙ୍କୁ କହିଲେ ନିର୍ଦୋଷ
ଦୂତିଙ୍କ ସମ୍ପର୍କ ଜଣାପଡ଼ିବା ପରେ ତାଙ୍କ ମା' ଦେଇଥିବା ବୟାନ କୌଣସି ଚାପର ବଶବର୍ତ୍ତି ହୋଇ ଦେଇଥାଇ ପାରନ୍ତି ବୋଲି ସେ କହିଛନ୍ତି । ଘରେ ଦୁଇ ଦୁଇଟି କାର, ଟଙ୍କା ପଇସା, ସମ୍ପତ୍ତିକୁ ଦେଖି କେହି ଦୁର୍ବୃତ୍ତ ଘର ଲୋକଙ୍କୁ ଧମକଚମକ ଦେଖାଇ ମତେ ବଦନାମ କରିବାକୁ ଚେଷ୍ଟା କରିଥାଇପାରନ୍ତି ବୋଲି ଦୂତି କହିଛନ୍ତି । ଏପରି ଧମକ ପାଇ ମା' ଏପରି କହିଥାଇ ପାରନ୍ତି ବୋଲି ଦୂତି ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।


ଗଣମାଧ୍ୟମକୁ ଟାର୍ଗେଟ
ଆଜିର ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ଉପରେ ଖୁବ ବର୍ଷିଛନ୍ତି ଦୂତି । ତାଙ୍କ ସମ୍ପର୍କ ସମ୍ବନ୍ଧରେ ଗଣମାଧ୍ୟମ କେଉଁ ଅଧିକାରରେ ଖବର ପ୍ରକାଶ କରିଛନ୍ତି ବୋଲି ଦୂତି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କର ଲାଇଫ ପାର୍ଟନରଙ୍କ ନାମ, ଠିକଣା କାହାକୁ ଜଣାଇନଥିଲେ । ତେବେ କେଉଁ ଆଧାରରେ ଗଣମାଧ୍ୟମ ତାଙ୍କ ପାର୍ଟନରଙ୍କ ଫଟୋ, ଭିଜୁଆଲ, ବାଇଟ ଆଣିଲେ । କେଉଁ ଅଧିକାରରେ ତାଙ୍କ ପାର୍ଟନରଙ୍କ ପରିବାରର ସଦସ୍ୟଙ୍କ ବାଇଟ ନେଇଛନ୍ତି ବୋଲି ସେ ପ୍ରଶ୍ନ କରି ଗଣମାଧ୍ୟମ ଉପରେ ବର୍ଷିଛନ୍ତି ଦୂତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : May 22, 2019, 6:49 PM IST

For All Latest Updates

ABOUT THE AUTHOR

...view details