ଭୁବନେଶ୍ବର: ଦୁନିଆର ସମସ୍ତ ବାପା ମା ନିଜ ସନ୍ତାନଙ୍କ ପାଇଁ ଗର୍ବ କରନ୍ତି । ନିଜ ସନ୍ତାନମାନେ ଯେତେ ବଡ ହେଲେ ମଧ୍ୟ ତାଙ୍କ ଆଖିରେ ସେମାନେ ସବୁବେଳେ ଛୋଟ ଶିଶୁଟିଏ ପରି । ତେବେ ଯେବେ ପିଲାମାନେ କୌଣସି ବଡ ପଦ ପଦବୀରେ ପ୍ରତିଷ୍ଠିତ ହୁଅନ୍ତି, ଜନ୍ମଦାତାଙ୍କ ଖୁସୀ କାହିଁରେ କଣ । ଆଉ ଏହି ପଦବୀ ଯଦି ଦେଶ ସୁରକ୍ଷା ସହ ଜଡିତ ଥାଏ, ବାପା ମାଙ୍କ ଆଖିରେ ଖୁସୀର ଲୁହ ଆସିଯାଏ ।
ସେତେବେଳେ ଦୁନିଆର ସମସ୍ତ ବାପାମା ଖାଲି ନିଜ ସନ୍ତାନଙ୍କ ଭଲ ମନ୍ଦ ଚିନ୍ତା କରିନଥାନ୍ତି । ନିଜ ସନ୍ତାନଙ୍କ ବ୍ୟତୀତ ସମସ୍ତ ସହଯୋଗୀ ବା ସେହି କ୍ଷେତ୍ରରେ ଥିବା ସବୁ ଅଧିକାରୀ ତାଙ୍କ ପାଇଁ ଯେମିତି ମୂଲ୍ୟବାନ ହୋଇପଡନ୍ତି । ଏହା ଏକ ଭାବାବେଗ ସହ ଜଡିତ ହୋଇଯାଏ । ସେଥିପାଇଁ ସମସ୍ତ ବାପା ମା ଭାବନ୍ତି କେବେ ତାଙ୍କ ପୁଅ ଅବା ଝିଅର କାର୍ଯ୍ୟାଳୟରୁ ଥରୁଟିଏ ବୁଲିଆସିବା ପାଇଁ ।