ଓଡିଶା

odisha

ETV Bharat / city

ବିଶ୍ବ ପର୍ଯ୍ୟଟନ ଦିବସରେ ପୁରୀ ଓ କୋଣାର୍କକୁ ଗଡ଼ିଲା 'ମୋ ବସ' - puri news

ଆଜି ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ଏକାମ୍ର କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରକୁ ଗଡ଼ିଲା 'ମୋ ବସ' । ଭୁବନେଶ୍ୱରରୁ ରୁଟ ନଂ ୭୦ରେ ପୁରୀକୁ ଓ ରୁଟ ନଂ ୬୦ରେ କୋଣାର୍କକୁ ଗଡ଼ିଲା ମୋ ବସ । ଅଧିକ ପଢନ୍ତୁ...

ବିଶ୍ବ ପର୍ଯ୍ୟଟନ ଦିବସରେ ପୁରୀ ଓ କୋଣାର୍କକୁ ଗଡ଼ିଲା 'ମୋ ବସ'
ବିଶ୍ବ ପର୍ଯ୍ୟଟନ ଦିବସରେ ପୁରୀ ଓ କୋଣାର୍କକୁ ଗଡ଼ିଲା 'ମୋ ବସ'

By

Published : Sep 27, 2020, 4:30 PM IST

ଭୁବନେଶ୍ବର: ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ଏହି ଅବସରରେ ଏକାମ୍ର କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରକୁ ଗଡ଼ିଲା 'ମୋ ବସ' । ଭୁବନେଶ୍ୱରରୁ ରୁଟ ନଂ ୭୦ରେ ପୁରୀକୁ ଓ ରୁଟ ନଂ ୬୦ରେ କୋଣାର୍କକୁ ଗଡ଼ିଲା ମୋ ବସ ।

ଭୁବନେଶ୍ୱରରେ ପୁରୀକୁ ଯିବାକୁ ହେଲେ ଦେବାକୁ ପଡିବ ୬୦ ଟଙ୍କା ଓ ଭୁବନେଶ୍ୱରରୁ କୋଣାର୍କକୁ ଯିବାକୁ ହେଲେ ଦେବାକୁ ପଡିବ ୫୦ ଟଙ୍କା । ଦୀର୍ଘଦିନ ଅପେକ୍ଷା ଓ ଅନୁରୋଧ ପରେ ରବିବାର ପର୍ଯ୍ୟଟନ ଦିବସ ଅବସରରେ ପୁରୀ ଓ କୋଣାର୍କକୁ ଭୁବନେଶ୍ୱରରୁ ଗଡ଼ିଲା 2ଟି ନନ ଏସି ବସ ମୋ ବସ ।

ବିଶ୍ବ ପର୍ଯ୍ୟଟନ ଦିବସରେ ପୁରୀ ଓ କୋଣାର୍କକୁ ଗଡ଼ିଲା 'ମୋ ବସ'

ସେପଟେ ଦୀର୍ଘ ଦିନ ପରେ ପୁରୀ ଓ କୋଣାର୍କକୁ ମୋ ବସ ସେବା ଆରମ୍ଭ ହୋଇଥିବାରୁ ସ୍ଥାନୀୟବାସୀ ଓ ଯାତ୍ରୀ ଖୁସି ଅଛନ୍ତି ଯାତ୍ରୀ । ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ବସ ଗଡିବା ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details