ଓଡିଶା

odisha

'ଜାଣିଛି ଜୀବନେ ଆସିବୁନି କେବେ' ମ୍ୟୁଜିକ ଲୋକାର୍ପଣ କଲେ ସୁର

By

Published : May 8, 2021, 6:25 PM IST

Updated : May 8, 2021, 9:29 PM IST

ଲକଡାଉନ ସମୟରେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଉପସ୍ଥିତିରେ ମ୍ୟୁଜିକ 'ଜାଣିଛି ଜୀବନେ ଆସିବୁନି କେବେ' ଲୋକାର୍ପିତ ହୋଇଯାଇଛି । ଅଧିକ ପଢନ୍ତୁ...

Music album released by Congress MLA  Sura routray
ଲୋକାର୍ପିତ ହେଲା ମ୍ୟୁଜିକ 'ଜାଣିଛି ଜୀବନେ ଆସିବୁନି କେବେ'

ଭୁବନେଶ୍ବର: ଜାଣିଛି ଜୀବନେ ଆସିବୁନି କେବେ ଗୀତର ଲୋକାର୍ପଣ ହୋଇଯାଇଛି । ଲକଡାଉନ ସମୟରେ ଭିଡ଼ିଓଟି ରିଲିଜ କରାଯାଇଥିବା ବେଳେ ଜଟଣୀ ବିଧାୟକ ସୁର ରାଉତରାୟ ଏହାର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ।

'ଜାଣିଛି ଜୀବନେ ଆସିବୁନି କେବେ' ମ୍ୟୁଜିକ ଲୋକାର୍ପଣ କଲେ ସୁର

ଭିନ୍ନ ଏକ ସ୍ବାଦର ମ୍ୟୁଜିକ ' ଜାଣିଛି ଜୀବନେ ଆସିବୁନି କେବେ' ଜଟଣୀ ବିଧାୟକଙ୍କ ଉପସ୍ଥିତିରେ ଲୋକାର୍ପିତ ହୋଇଛି । ନବାଗତା କଣ୍ଠଶିଳ୍ପୀ ସୋମନାଥ ଏହି ଗୀତକୁ ଗାଇଥିବା ବେଳେ ଗୀତକୁ ଶବ୍ଦରେ ସଜେଇଛନ୍ତି ପ୍ରକାଶ ମିଶ୍ର । ଅଳଙ୍କାର ମ୍ୟୁଜିକ ବ୍ୟାନରେ ଗୀତଟି ପ୍ରସ୍ତୁତ ହୋଇଛି । ଅଳଙ୍କାର ମ୍ୟୁଜିକ ଚତୁର୍ଥ ଅବଦାନର ଏହି ଗୀତଟିର ସ୍ବର ସଂଯୋଜନା ଗୀତିକାର ବା ସଂଗୀତ ନିର୍ଦ୍ଦେଶକ ବିଶ୍ବଜିତ ସ୍ବାଇଁ । ପ୍ରେମ ବିରହର ଏହି ଷ୍ଟୁଡିଓ ଗୀତର ଆରମ୍ଭ ସୁର ରାଉତରାୟଙ୍କ ଡାଏଲଗରୁ ଆରମ୍ଭ ହୋଇଥିବା ବେଳେ ଦର୍ଶକଙ୍କୁ ଭଲ ଲାଗିବ ବୋଲି କହିଛନ୍ତି ସଂଗୀତ ନିର୍ଦ୍ଦେଶକ ବିଶ୍ବଜିତ ସ୍ବାଇଁ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

Last Updated : May 8, 2021, 9:29 PM IST

ABOUT THE AUTHOR

...view details