ଓଡିଶା

odisha

ETV Bharat / city

୨୧ ବର୍ଷ ତଳର ହତ୍ୟାକାଣ୍ଡ ରହସ୍ୟ ଖୋଲିବାକୁ କମିଶନରେଟ ପୋଲିସର ତତ୍ପରତା - Murder case

ବହୁ ବର୍ଷ ତଳର ପୁରୁଣା ଅପରାଧ ଘଟଣାର ପର୍ଦ୍ଦାଫାସ କରିବ କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

୨୧ ବର୍ଷ ତଳର ହତ୍ୟାକାଣ୍ଡ ରହସ୍ୟ ଖୋଲିବାକୁ କମିଶନରେଟ ପୋଲିସର ତତ୍ପରତା
୨୧ ବର୍ଷ ତଳର ହତ୍ୟାକାଣ୍ଡ ରହସ୍ୟ ଖୋଲିବାକୁ କମିଶନରେଟ ପୋଲିସର ତତ୍ପରତା

By

Published : Jun 16, 2021, 8:40 PM IST

ଭୁବନେଶ୍ବର:କମିଶନରେଟ ପୋଲିସକୁ ଘାରିଛି ହତ୍ୟାକାରୀ ଚିନ୍ତା । ମିଳୁନି ହତ୍ୟାକାରୀ କି ହତ୍ୟାକାଣ୍ଡର ରହସ୍ୟ । ୨୦୦୦ରୁ ୨୦୨୧ ମସିହା ପର୍ଯ୍ୟନ୍ତ କିଛି ରହସ୍ୟମୟ ହତ୍ୟାକାଣ୍ଡର ଗୁମର ଖୋଜୁଛି ପୋଲିସ । ଯାହାର କ୍ରମରେ ଦୀର୍ଘ ୨୧ ବର୍ଷର ରହସ୍ୟମୟୀ ହତ୍ୟାକାଣ୍ଡର ରିଭ୍ୟୁ କରିଛି । ପଡିରହିଥିବା ୧୪ ହଜାର ପୁରୁଣା କେସ୍ ମଧ୍ୟରୁ ୬ଟି ମର୍ଡ଼ର କେସର ଥଳକୁଳ ପାଉନି । ୧୪୦ରୁ ଊର୍ଦ୍ଧ୍ବ ଅପମୃତ୍ୟୁ ମାମଲାର ଖିଅ ମିଳୁନି । ଯାହାକୁ ନେଇ ପାରିପାର୍ଶ୍ବିକ ସ୍ଥଳରୁ ମିଳିଥିବା ପ୍ରମାଣ ।

୨୧ ବର୍ଷ ତଳର ହତ୍ୟାକାଣ୍ଡ ରହସ୍ୟ ଖୋଲିବାକୁ କମିଶନରେଟ ପୋଲିସର ତତ୍ପରତା

ପୋଷ୍ଟମର୍ଟମ ରିପୋର୍ଟ ଓ ଭିସେରା ରିପୋର୍ଟ ସମେତ ସାଇଣ୍ଟିଫିକ ରିପୋର୍ଟ ଆଧାରକରି ଏବେ ହତ୍ୟା ରହସ୍ୟର ଗୁମର ଫିଟାଇବାକୁ ଉଦ୍ୟମ କରୁଛି । ଏଥିପାଇ ସ୍ବତନ୍ତ୍ର ଡ୍ରାଇଭ ଜରିଆରେ ରହସ୍ୟ ଉନ୍ମୋଚନ ପାଇ କମିଶନରେଟ ପୋଲିସର ସ୍ବତନ୍ତ୍ର ଟିମ ଜୋରଦାର ଉଦ୍ୟମ କରିଛନ୍ତି । ସେହି ଆଧାରରେ ୨୫ମେ ୨୦୧୨ ମସିହା ଚନ୍ଦକା କାଜୁ ଜଙ୍ଗଲରେ ମହିଳାଙ୍କ ମୃତଦେହ କେସରେ ପୋଷ୍ଟର ମାରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସେହିପରି ୨୦୦୫ରେ କଳ୍ପନା ଫ୍ଲାଟରେ ଡ଼ବଲ ମର୍ଡର ଘଟଣାରେ ଦମ୍ପତି ବିଜୟ ତ୍ରିପାଠୀ ଓ ଜୟଶ୍ରୀ ହତ୍ୟାକାଣ୍ଡର ମଧ୍ୟ ଗୁମର ଖୋଲିବ । ୨୦୧୧ରେ ତମାଣ୍ଡୋ ଜାଆଳା ନିକଟରେ କୋରିୟର କମ୍ପାନି ମାନେଜର ଦେବାଶିଷ ମହାନ୍ତି ହତ୍ୟା ଘଟଣା । ଆଉ ୨୦୧୬ କୁଆଖାଇ ବ୍ରିଜ ତଳୁ ବ୍ୟାଗ ଭିତରୁ ଯୁବତୀଙ୍କ ମୃତଦେହ ଘଟଣା । ୨୦୧୮ ମସିହା ମଚେଶ୍ବର ଥାନା ହୋଟେଲ ଲକ୍ଷ୍ମୀପ୍ରିୟା ବିଶ୍ବାଳକୁ ହତ୍ୟା ଘଟଣା । ୮ମାର୍ଚ୍ଚ ୨୦୨୧ ଜାଆଳା ଫାଣ୍ଡି ପରିସର ଗାଡ଼ି ଭିତରୁ କଙ୍କାଳ ମିଳିବା ଭଳି ଘଟଣା ଏବେବି ପୋଲିସ ପାଇଁ ରହସ୍ୟ ହୋଇ ରହିଛି । ଏସବୁର କାରଣ ଜାଣିବା ଓ ହତ୍ୟାକାରୀକୁ ଧରିବା ନେଇ ପୋଲିସ ପାଇଁ କାଠିକର ପାଠ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details