ଓଡିଶା

odisha

By

Published : Oct 21, 2021, 8:57 PM IST

ETV Bharat / city

ମମିତା ହତ୍ୟା ଘଟଣା; ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେଲା ବିଜେପି

କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଜାରି ରହିଛି ବିରୋଧୀଙ୍କ ଆକ୍ରମଣ । ଆଜି ଘଟଣାରେ ରାଜ୍ୟ ମାନବ ଅଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛି ରାଜ୍ୟ ବିଜେପି । ଅଧିକ ପଢନ୍ତୁ...

BJP
BJP

ଭୁବନେଶ୍ବର:କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଜାରି ରହିଛି ବିରୋଧୀଙ୍କ ଆକ୍ରମଣ । ଆଜି ଘଟଣାରେ ରାଜ୍ୟ ମାନବ ଅଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛି ରାଜ୍ୟ ବିଜେପି ।

ମମିତା ମେହେର ହତ୍ୟା ଘଟଣା; ମାନବଧିକାର କମିଶନଙ୍କ ଦ୍ବାରସ୍ଥ ହେଲା ବିଜେପି

ଆଜି (ଗୁରୁବାର) ବିଜେପିର ଏକ ସ୍ବତନ୍ତ୍ର ଟିମ ରାଜ୍ୟ ମାନବ ଅଧିକାର କମିଶନଙ୍କୁ ସାକ୍ଷାତ କରି ଘଟଣାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । କମିଶନଙ୍କ ନିକଟରେ ଦଳ ଅଭିଯୋଗ କରିଛି ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଛି । ତାଙ୍କ ସହଯୋଗରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଘଟଣା ଭିଆଇଛି ।

ଦଳ ଆହୁରି ଅଭିଯୋଗ କରିଛି ମନ୍ତ୍ରୀ ନିଜେ ସେହି ସ୍କୁଲକୁ ଯାଇ ରାତ୍ରି ଯାପନ କରୁଥିଲେ । ପୁରା ଘଟଣା ମନ୍ତ୍ରୀ ଜାଣିଛନ୍ତି । ସେ ପଦରେ ରହିଲେ ସଠିକ ତଦନ୍ତ ହୋଇପାରିବ ନାହିଁ । ତେଣୁ ତାଙ୍କୁ ବହିଷ୍କାର କରିବା ସହ କମିଶନ ଘଟଣାରେ ହସ୍ତକ୍ଷେପ କରିବାକୁ ଦଳ ଦାବି କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details