ଓଡିଶା

odisha

By

Published : Mar 4, 2021, 12:37 PM IST

Updated : Mar 4, 2021, 2:20 PM IST

ETV Bharat / city

ଖୁବଶୀଘ୍ର ହେବ ପୌର ନିର୍ବାଚନ: ପଞ୍ଚାୟତିରାଜ ମନ୍ତ୍ରୀ

ପୌର ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ୫୦ ପ୍ରତିଶତ ସଂରକ୍ଷଣ ବିନା କିଭଳି ନିର୍ବାଚନ ହୋଇପାରିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହି ପ୍ରକ୍ରିୟା ସରିବା ପରେ ଖୁବଶୀଘ୍ର ପୌର ନିର୍ବାଚନ ହେବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଅଧିକ ପଢନ୍ତୁ...

ପଞ୍ଚାୟତରାଜ ମନ୍ତ୍ରୀ
ପଞ୍ଚାୟତରାଜ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ହେବ ପୌର ନିର୍ବାଚନ । ପୌର ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ୫୦ ପ୍ରତିଶତ ସଂରକ୍ଷଣ ବିନା କିଭଳି ନିର୍ବାଚନ ହୋଇପାରିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହି ପ୍ରକ୍ରିୟା ସରିବା ପରେ ଖୁବଶୀଘ୍ର ପୌର ନିର୍ବାଚନ ହେବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଖୁବଶୀଘ୍ର ହେବ ପୌର ନିର୍ବାଚନ କହିଲେ ମନ୍ତ୍ରୀ

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ସମସ୍ତ ୧୧୪ଟି ପୌରସଂସ୍ଥା( ୫ଟି ମହାନଗର, ୪୮ଟି ପୌର ପରିଷଦ ଓ ୬୧ଟି ବିଜ୍ଞାପିତ ଅଞ୍ଚଳ ପରିଷଦ)ର କାର୍ଯ୍ୟକାଳ ପ୍ରାୟ ଦୁଇରୁ ଅଢ଼େଇବର୍ଷ ହେଲା ଶେଷ ହୋଇସାରିଲାଣି। ହେଲେ ଅନେକ ରାଜନୈତିକ କାରଣରୁ ଏସବୁରେ ଏବେ ନିର୍ବାଚନ କରିବା ସପକ୍ଷରେ କ୍ଷମତାସୀନ ବିଜେଡି ନଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ କ୍ଷମତାସୀନ ବିଜେଡି ନିଜର ସଂଙ୍ଗଠନ ଭିତରେ ବଢ଼ୁଥିବା ଅସନ୍ତୋଷ ଓ ଗୋଷ୍ଠୀକନ୍ଦଳ ତଥା ସରକାରଙ୍କ ବିରୁଦ୍ଧରେ ରହିଥିବା ଜନଆକ୍ରୋଶକୁ ଦୃଷ୍ଟିରେ ରଖି ପୌର ସଂସ୍ଥାଗୁଡ଼ିକରେ ନିର୍ବାଚନ ଏବେ ନକରିବା ଚକ୍କରରେ ରହିଛି।

ଯେଉଁଥିପାଇଁ ପୌର ନିର୍ବାଚନରେ ୫୦ପ୍ରତିଶତରୁ ଅଧିକ ଆସନ ସଂରକ୍ଷଣ ନିଷ୍ପତିକୁ ସୁପ୍ରିମକୋର୍ଟ ୨୦୧୮ ସେପ୍ଟେମ୍ବର ମାସରୁ ପ୍ରତ୍ୟାଖ୍ୟାନ କରିବା ସତ୍ତ୍ବେ ପୌର ନିର୍ବାଚନ ଆଇନ-୧୯୯୪ରେ ସଂଶୋଧନ ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ପଦକ୍ଷେପ ନେଉନାହାନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Mar 4, 2021, 2:20 PM IST

ABOUT THE AUTHOR

...view details