ଓଡିଶା

odisha

ପୌର ଜନାଦେଶ 2022: ଚାଲିଛି ଗଣତି, ଟ୍ରେଣ୍ଡରେ ଆଗୁଆ BJD

By

Published : Mar 26, 2022, 8:16 AM IST

Updated : Mar 26, 2022, 3:13 PM IST

ULB Polls: ଆରମ୍ଭ ହେଲା ଭୋଟ ଗଣତି
ULB Polls: ଆରମ୍ଭ ହେଲା ଭୋଟ ଗଣତି

15:00 March 26

ବାଙ୍କି NACରେ ବିଜୟୀ ହେଲା ବିଜେଡି

କଟକ:ବାଙ୍କି NACରେ ବିଜେଡି ଚେୟାରମ୍ୟାନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଠାରେ ବିଜେଡିର ମାଣିକ ସାହୁ ୬୮୯ ଭୋଟରେ ବିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ସୁଷମା ମହାପତ୍ରଙ୍କ ଠାରୁ ବିଜୟୀ ହୋଇଛନ୍ତି । ବାଙ୍କି NACରେ 17ଟି କାଉନସିଲର ଆସନ ମଧ୍ୟରୁ ବିଜେଡି ୧୧ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬ଟି ଆସନରେ ବିଜୟୀ ହୋଇଛି । ତେବେ ଏଠାରେ ବିଜେପି ଖାତା ଖୋଲିପାରି ନାହିଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

14:57 March 26

ବିଜେଡି ହାତକୁ ଗଲା ଚୌଦ୍ୱାର ମ୍ୟୁନିସିପାଲଟି

କଟକ:ଚୌଦ୍ୱାର ଅଧକ୍ଷ ଆସନରେ ବିଜେଡିର ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ବିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧୀନ ପ୍ରାର୍ଥୀ ପୁଷ୍ପଲତା ପରିଡାଙ୍କ ଠାରୁ ସେ ୫୩୨୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଚୌଦ୍ୱାରରେ 19ଆସନରୁ ବିଜେଡି 13ଟି ଆସନରେ ବିଜୟୀ । କଂଗ୍ରେସ ଗୋଟିଏ, ବିଜେପି ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀ ୪ଟି ଆସନରେ ବିଜୟୀ ହୋଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

14:53 March 26

ଆଠଗଡ଼ NAC ଦାଖଲ କଲା ବିଜେଡି

କଟକ: ଆଠଗଡ଼ରେ ବିଜେଡିର ଚେୟାରମ୍ୟାନ ପ୍ରାର୍ଥିନୀ ସସ୍ମିତା ରାଉତ ମୋଟ ୫୫୧୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ସୁଶ୍ରି ଇଲା ପଣ୍ଡାଙ୍କୁ ୪୧୩୬ ଖଣ୍ଡ ମିଳିଛି। ସେପଟେ କଂଗ୍ରେସର ଅରୂପମା ଭକ୍ତାଙ୍କୁ ମାତ୍ର ୭୯୪ ଖଣ୍ଡ ଭୋଟ ମିଳିଛି।

ବିଜେଡି ପ୍ରାର୍ଥୀନୀ ଏଠାରେ ୧୩୭୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ୧୮ଟି ଆସନରୁ ବିଜେଡି 16ଟି ଆସନରେ ବିଜୟୀ ହୋଇଥିବା ବେଳେ, କଂଗ୍ରେସ ଗୋଟିଏ ଆସନରେ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

14:52 March 26

କଟକରେ ପୌର ଭୋଟ ଗଣତି ଜାରି, ଅଧିକାଂଶ ଆସନରେ ବିଜେଡି ଆଗୁଆ

କଟକ: କଟକରେ ପୌର ନିର୍ବାଚନ ଭୋଟ ଗଣତି ଜାରି ରହିଛି । ବର୍ତ୍ତମାନ ସୁ୍ଦ୍ଧା ଅଧିକାଂଶ ମେୟର ଓ କର୍ପୋରେଟର ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସିଏମ୍‌ସିର 25 ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ସତ୍ୟରାମ ସାହୁ ବିଜୟୀ ହୋଇଛନ୍ତି । 26 ନମ୍ବର ୱାର୍ଡ ରେ ବିଜେପି ପ୍ରାର୍ଥୀ ଗଗନ ଓଝା ବିଜୟୀ ହୋଇଛନ୍ତି । 27 ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥିନୀ ଇତିଶ୍ରୀ ଦାସ ବିଜୟୀ ହୋଇଛନ୍ତି । 28 ନମ୍ବର ୱାର୍ଡ ରେ ବିଜେଡି ପ୍ରାର୍ଥୀ ବନଲତା ପ୍ରଧାନ ବିଜୟୀ ହୋଇଛନ୍ତି । 29 ନମ୍ବର ୱାର୍ଡ ରେ ସ୍ବାଧୀନ ପ୍ରାର୍ଥୀ ସୁମିତ୍ରା ଦାସ ବିଜୟୀ ହୋଇଛନ୍ତି । 30 ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ରବି ନାରାୟଣ ସାହୁ ବିଜୟୀ ହୋଇଛନ୍ତି । 31 ନମ୍ବର ୱାର୍ଡରେ ସ୍ବାଧୀନ ପ୍ରାର୍ଥିନୀ ପଦ୍ମିନି ସାହୁ ବିଜୟୀ ହୋଇଛନ୍ତି ।

32 ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ପ୍ରଦୀପ ସାହୁ ବିଜୟୀ ହୋଇଛନ୍ତି । 33 ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥିନୀ କେ ଜେଡ ଆଫ୍ରିନ ବିଜୟୀ ହୋଇଛନ୍ତି । ସେହିଭଳି 34 ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ଦୀପକ କୁମାର ଦାସ ବିଜୟୀ ହୋଇଥିବା ବେଳେ 35 ନମ୍ବର ୱାର୍ଡରେ କଂଗ୍ରେସ ପ୍ରାର୍ଥିନୀ ଜେ କାମେଶ୍ବର ରାଓ ବିଜୟୀ ହୋଇଛନ୍ତି । 36 ନମ୍ବର ୱାର୍ଡ ବିଜେଡି ପ୍ରାର୍ଥିନୀ ମଧୁସ୍ମିତା ବାରିକ ବିଜୟୀ ହୋଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

14:19 March 26

ଭଦ୍ରକ ପୌରାଧ୍ୟକ୍ଷା ଭାବେ ସ୍ଵାଧୀନ ପ୍ରାର୍ଥୀ ବିଜୟୀ

ଭଦ୍ରକ ପୌରପାଳିକାରେ ସ୍ଵାଧୀନ ପ୍ରାର୍ଥୀ ଗୁଲମକ୍କୀ ଦଲାଉଜି ହବିବ ପୌରାଧ୍ୟକ୍ଷା ଭାବେ ବିଜୟୀ ।

14:07 March 26

ବ୍ରହ୍ମପୁର ମେୟର ହେଲେ ବିଜେଡି ପ୍ରାର୍ଥୀ ସଙ୍ଘମିତ୍ରା ଦଳେଇ

ବ୍ରହ୍ମପୁର ମେୟର ଆସନ ଦଖଲ କଲା ବିଜେଡି । ବିଜୟୀ ହେଲେ ବିଜେଡି ମେୟର ପ୍ରାର୍ଥୀ ସଙ୍ଘମିତ୍ରା ଦଳେଇ । ବିଜେଡି ପ୍ରାର୍ଥୀ ମେୟର ଭାବେ ନିର୍ବାଚିତ ହୋଇଛନ୍ତି ।

13:46 March 26

20 ଜିଲ୍ଲାରେ ସରିଲା ପୌର ନିର୍ବାଚନ ଭୋଟ ଗଣତି । 41ଟି ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ରାଜ୍ୟର 20 ଜିଲ୍ଲାରେ ସରିଲା ପୌର ନିର୍ବାଚନ ଭୋଟ ଗଣତି । ମୋଟ 55ଟି ଅଧ୍ୟକ୍ଷ ପଦରୁ ବିଜେଡି ଖାତାକୁ 41ଟି ଯାଇଛି । ବିଜେପି 9ଟି ଅଧ୍ୟକ୍ଷ ପଦ ହାତେଇ ପାରିଥିବା ବେଳେ କଂଗ୍ରେସ କେବଳ 3ଟି ପଦ କବ୍‌ଜା କରିବାରେ ସଫଳ ହୋଇଛି । ସ୍ୱାଧୀନ ଦୁଇଟି ଜାଗାରେ ଅଧ୍ୟକ୍ଷ ପଦ ହାତେଇଛି ।

13:46 March 26

ପୁରୀ ଜିଲ୍ଲାରେ ମୋଟ 40 ୱାର୍ଡରୁ 27ଟି ୱାର୍ଡ ଦଖଲ କଲା ବିଜେଡି

ପୁରୀ: କୋଣାର୍କ ଏନଏସିର 13ଟି ୱାର୍ଡରୁ ବିଜେଡି 7, ବିଜେପି 2, କଂଗ୍ରେସ 3 ଓ ସ୍ୱାଧୀନ ଗୋଟିଏରେ ବିଜୟୀ । ନିମାପଡା ଏନଏସିର 11ଟି ୱାର୍ଡରୁ ବିଜେଡି 7, ବିଜେପି 3, କଂଗ୍ରେସ ଗୋଟିଏ ୱାର୍ଡରେ ବିଜୟୀ । ପିପିଲି ଏନଏସିର 1୬ଟି ୱାର୍ଡରୁ ବିଜେଡି 13, ବିଜେପି 2, ସ୍ୱାଧୀନ ଗୋଟିଏ ୱାର୍ଡରେ ବିଜୟୀ ।

ପୁରୀ ଜିଲ୍ଲାରେ 3ଟି ଏନଏସିରୁ 3ଟି ଗଲା ବିଜେଡ଼ି ହାତକୁ । କୋଣାର୍କ, ନିମାପଡା ଓ ପିପିଲିକୁ ଦଖଲ କଲା ବିଜେଡ଼ି । ଜିଲ୍ଲାରେ ୱାର୍ଡ ସଂଖ୍ୟା ମୋଟ 40 । ସେଥିମଧ୍ୟରୁ ବିଜେଡ଼ି 27ଟି, ବିଜେପି 7ଟି, କଂଗ୍ରେସ 4ଟି ୱାର୍ଡରେ ଜିତିଛି । ସ୍ଵାଧୀନ ପ୍ରାର୍ଥୀ 1ଟି ୱାର୍ଡରେ ବିଜୟୀ ହୋଇଛନ୍ତି ।

13:38 March 26

କଟକ ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ଆଗୁଆ

କଟକ ମହାନଗର ନିଗମରେ ୧୦ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ । ବିଜେଡି ମେୟର ପ୍ରାର୍ଥୀ ସୁବାଷ ସିଂହ ଆଗୁଆ ଅଛନ୍ତି । ସେ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥିନୀ ଗିରିବାଳା ବେହେରାଙ୍କ ଠାରୁ ୯,୬୮୯ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ବିଜେଡି ମେୟର ପ୍ରାର୍ଥୀ ସୁବାଷ ସିଂହ ୩୧ ହଜାର ୨୬୭ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ମେୟର ପ୍ରାର୍ଥିନୀ ଗିରିବାଳା ୨୧ ହଜାର ୫୭୨ ଖଣ୍ଡ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ଶ୍ରୀତମ ଦାଶ ୯,୦୬୪ ଖଣ୍ଡ ଭୋଟ ପାଇଛନ୍ତି ।

13:37 March 26

ବାସୁଦେବପୁର ପୌରାଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥିନୀ ନିବେଦିତା ବେହେରା ବିଜୟୀ

ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରାଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥିନୀ ନିବେଦିତା ବେହେରା ବିଜୟୀ ।

13:31 March 26

ଚାନ୍ଦବାଲି ଏନ୍ଏସି ଅଧ୍ୟକ୍ଷ ଭାବେ ବିଜେଡ଼ିର ଶାନ୍ତିଲତା ସେଠୀ ବିଜୟୀ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ଏସି ଅଧ୍ୟକ୍ଷ ଭାବେ ବିଜେଡ଼ିର ଶାନ୍ତିଲତା ସେଠୀ ୯୫୦ ଖଣ୍ଡ ଭୋଟରେ ବିଜୟୀ । ବିଜେଡ଼ି ପ୍ରାର୍ଥିନୀ ଶାନ୍ତିଲତା ସେଠୀ ୭,୮୫୬ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥିନୀ ସଂଗୀତା ବେହେରା ୬,୯୦୬ ଖଣ୍ଡ ଭୋଟ ପାଇଛନ୍ତି ।

13:31 March 26

ଫୁଲବାଣୀ ପୌରାଧ୍ୟକ୍ଷା ଭାବରେ ବିଜେପିର ସ୍ମିତାରାଣୀ ମହାନ୍ତି ବିଜୟୀ

ଫୁଲବାଣୀ ପୌରାଧ୍ୟକ୍ଷା ଭାବରେ ବିଜେପିର ସ୍ମିତାରାଣୀ ମହାନ୍ତି ବିଜୟୀ ହୋଇଛନ୍ତି । ସେ ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡିର ପୁନମ କହରଙ୍କ ଠାରୁ 782 ଭୋଟରେ ବିଜୟ ଲାଭ କରିଛନ୍ତି । ସେହିପରି ଫୁଲବାଣୀ ପୌରପରିଷଦର 13ଟି ୱାର୍ଡରୁ 7ଟି ୱାର୍ଡରେ ବିଜେଡି ବିଜୟ ଲାଭ କରିଥିବା ବେଳେ ବିଜେପି 4ଟି ୱାର୍ଡରେ ସନ୍ତୁଷ୍ଟ ହୋଇଛି । ସେହିପରି ଦୁଇଟି ୱାର୍ଡ ଅକ୍ତିଆର କରିଛି ସ୍ଵାଧୀନ ପ୍ରାର୍ଥୀ ।

1 ନଂ ୱାର୍ଡରେ ମୃତୁଞ୍ଜୟ ପେରା ବିଜେଡି ବିଜୟୀ

2 ନଂ ୱାର୍ଡରେ ଶ୍ବେହଳତା ପ୍ରଧାନ ବିଜେଡ଼ି ପ୍ରାର୍ଥୀ 44 ଭୋଟରେ ବିଜୟୀ

3 ନଂ ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିରଜା କଂହର 399 ଭୋଟରେ ବିଜୟୀ।

4 ନଂ ୱାର୍ଡରେ ବିଜେଡିର ତ୍ରିଲୋଚନ କହଁର 135 ଭୋଟରେ ବିଜୟୀ

5 ନଂ ୱାର୍ଡରେ ବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ମହାନ୍ତି 203 ଭୋଟରେ ବିଜୟୀ

6 ନଂ ୱାର୍ଡରେ ବିଜେପି ପ୍ରାର୍ଥୀ ନିବେଦିତା ପାତ୍ର 260 ଭୋଟରେ ବିଜୟୀ

7 ନଂ ୱାର୍ଡରେ ବିଜେଡିର ଟୁନି ସେଠୀ 240 ଭୋଟରେ ବିଜୟୀ

8 ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ପାଢ଼ୀ 122 ଟି ଭୋଟରେ ବିଜୟୀ

9 ନଂ ୱାର୍ଡରେ ବିଜେଡିର ପାୟଲ ବେହେରା ବିଜୟୀ

10 ନଂ ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ଶ୍ରୀବତ୍ସ ବେହେରା ବିଜୟୀ

11 ନଂ ୱାର୍ଡରେ ବିଜେପି ପ୍ରାର୍ଥୀ ବସନ୍ତ କୁମାର ସାହାଣୀ ବିଜୟୀ

12 ନଂ ୱାର୍ଡରେ ବିଜେପି ପ୍ରାର୍ଥୀ ବନଜା ପଟ୍ଟନାୟକ 311 ଭୋଟରେ ବିଜୟୀ

13 ନଂ ୱାର୍ଡରେ ବିଜେଡିର ମେଧାବୀ ମିଶ୍ର 84 ଭୋଟରେ ବିଜୟୀ

13:31 March 26

କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଭାବେ ବିଜେପି ପ୍ରାର୍ଥିନୀ ବିଜୟୀ

କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଭାବେ ବିଜେପି ପ୍ରାର୍ଥିନୀ 4,021 ଭୋଟରେ ବିଜୟୀ ।

13:29 March 26

ତିନୋଟି ମହାନଗର ନିଗମରେ ବିଜେଡି ଆଗୁଆ

କିଏ ହେବ ଭୁବନେଶ୍ୱର ମହାନଗର ନିଗମର ମେୟର ସେନେଇ ଚାଲିଛି ଭୋଟ ଗଣତି । ୧୪୭ ବୁଥର ଭୋଟ ଗଣତି ଫଳାଫଳକୁ ଦେଖିଲେ, ବିଜେଡି ମେୟର ପ୍ରାର୍ଥୀଙ୍କୁ ୩୬, ୧୫୩ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ୨୫,୮୪୧ ଓ କଂଗ୍ରେସ ପ୍ରାର୍ଥୀଙ୍କୁ ୧,୬୧୪ ଖଣ୍ଡ ଭୋଟ ମିଳିଛି । ଭୁବନେଶ୍ୱରର ୧୮ଟି ୱାର୍ଡରେ ବିଜେଡି ବିଜୟ ହୋଇଥିବା ବେଳେ ବିଜେପି ୬ ଓ ଦୁଇଟିରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ଏଯାଏଁ କଂଗ୍ରେସ ଖାତା ଖୋଲି ପାରିନାହିଁ ।

କଟକ ମହାନଗର ନିଗମର ୧୦୮ ବୁଥର ଭୋଟ ଗଣତିରେ ବିଜେଡି ମେୟର ପ୍ରାର୍ଥୀ ୨୭,୫୨୪ ଭୋଟ ପାଇଥିବା ବେଳେ, ବିଜେପି ୮,୪୦୨ ଏବଂ କଂଗ୍ରେସ ୧୯,୮୩୭ ଖଣ୍ଡ ଭୋଟ ପାଇଛି । ସେହିପରି ବ୍ରହ୍ମପୁର ମହାନଗର ନିଗମରେ ୨୫୦ ବୁଥର ଭୋଟ ଗଣତିରୁ ବିଜେଡି ମେୟର ପ୍ରାର୍ଥୀ ୪୩,୯୨୬, ବିଜେପି ୩୨, ୨୦୧ ଓ କଂଗ୍ରେସ ୫,୧୭୭ ଭୋଟ ପାଇଛନ୍ତି ।

13:13 March 26

ପାରାଦ୍ୱୀପ ପୌରାଧ୍ୟକ୍ଷ ପଦ ହାତେଇଲେ ବିଜେଡି ପ୍ରାର୍ଥୀ ବସନ୍ତ ବିଶ୍ୱାଳ

ପାରାଦ୍ୱୀପ ପୌରାଧ୍ୟକ୍ଷ ନିର୍ବାଚନର ଚୂଡାନ୍ତ ଫଳାଫଳ ପ୍ରକାଶ ପାଇଛି । ବିଜୁ ଜନତା ଦଳର ପ୍ରାର୍ଥୀ 14,339 ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦେବେନ୍ଦ୍ର ସାହୁ 5,916 ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି । ଏଠାରେ ବିଜେପି ପ୍ରାର୍ଥୀ 4,343 ଖଣ୍ଡ ପାଇଥିବା ଚୂଡାନ୍ତ ରିପୋର୍ଟରେ କୁହାଯାଇଛି । ବିଜେଡି ପ୍ରାର୍ଥୀ ବସନ୍ତ ବିଶ୍ୱାଳ 8,423 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।

13:12 March 26

ରାୟଗଡ଼ା ମ୍ୟୁନିସିପାଲଟିରେ ବିଜେଡି ପ୍ରାର୍ଥୀ ବିଜୟୀ

ରାୟଗଡ଼ା ମ୍ୟୁନିସିପାଲଟିରେ ବିଜେଡି ପ୍ରାର୍ଥୀ ମହେଶ ପଟ୍ଟନାୟକ ୬୨୦୪୩ ଭୋଟରେ ବିଜୟୀ ।

  • ୱାର୍ଡ ୧- ବିଜେଡି
  • ୱାର୍ଡ ୨- ବିଜେଡି
  • ୱାର୍ଡ ୩- ବିଜେଡି
  • ୱାର୍ଡ ୪- ବିଜେଡି
  • ୱାର୍ଡ ୫- ବିଜେଡି
  • ୱାର୍ଡ ୬- ବିଜେଡି
  • ୱାର୍ଡ ୭- ବିଜେଡି
  • ୱାର୍ଡ ୮- ବିଜେପି
  • ୱାର୍ଡ ୯- ବିଜେଡି
  • ୱାର୍ଡ ୧୦- ବିଜେଡି
  • ୱାର୍ଡ ୧୧- ବିଜେଡି
  • ୱାର୍ଡ ୧୨- ବିଜେପି
  • ୱାର୍ଡ ୧୩- ବିଜେଡି
  • ୱାର୍ଡ ୧୪- ବିଜେଡି
  • ୱାର୍ଡ ୧୫- ବିଜେଡି
  • ୱାର୍ଡ ୧୬- ବିଜେଡି
  • ୱାର୍ଡ ୧୭ - ବିଜେଡି
  • ୱାର୍ଡ ୧୮- ବିଜେଡି
  • ୱାର୍ଡ ୧୯- ବିଜେଡି
  • ୱାର୍ଡ ୨୦- ବିଜେଡି
  • ୱାର୍ଡ ୨୧- ବିଜେଡି
  • ୱାର୍ଡ ୨୨- ବିଜେଡି
  • ୱାର୍ଡ ୨୩- ବିଜେଡି
  • ୱାର୍ଡ ୨୪- କଂଗ୍ରେସ

13:11 March 26

ଗୁଣୁପୁରରେ ସ୍ବାଧୀନ ପ୍ରାର୍ଥୀ ମମତା ଗୌଡ ବିଜୟୀ

ଗୁଣୁପୁରରେ ସ୍ବାଧୀନ ପ୍ରାର୍ଥୀ ମମତା ଗୌଡ ବିଜେଡି ଠାରୁ ୪,୨୪୭ ଭୋଟ ବ୍ଯବଧାନରେ ବିଜୟୀ । ୧୯ଟି ଓ୍ବାଡ ମଧ୍ୟରୁ ୧୨ଟି ଓ୍ବାର୍ଡରେ ସ୍ବାଧୀନ ଓ ୬ଟି ଓ୍ବାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ।

13:11 March 26

ଯୋଡ଼ା ପୌରପାଳିକାରେ ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ବିଜୟୀ

ଯୋଡ଼ା ପୌରପାଳିକାରେ ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ଡ଼ ଜଗଦୀଶ ସାହୁ ବିଜୟୀ ।

13:11 March 26

ପାରଳାଖେମୁଣ୍ଡି ପୌରାଧ୍ୟକ୍ଷ ପଦ ହାତେଇଲା ବିଜେ

ପାରଳାଖେମୁଣ୍ଡି ପୌରାଧ୍ୟକ୍ଷ ପଦ ହାତେଇଲା ବିଜେଡି । ବିଜେଡ଼ି ପ୍ରାର୍ଥୀ ନିର୍ମଳା ସେଠୀ ୫,୧୨୯ ଖଣ୍ଡ ଭୋଟରେ ବିଜୟୀ । ଏଠାରେ ୧୬ ୱାର୍ଡ ମଧ୍ୟରୁ ୧୪ଟିରେ ବିଜେଡ଼ି ଏବଂ ୨ଟିରେ ବିଜେପି କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

12:56 March 26

ଭଞ୍ଜନଗର ଏନ୍‌ଏସିରେ ଅଧ୍ୟକ୍ଷ ପ୍ରାର୍ଥୀ ଗୋପବନ୍ଧୁ ମହାପାତ୍ର ବିଜୟୀ

ଭଞ୍ଜନଗର ଏନ୍‌ଏସି ଅଧ୍ୟକ୍ଷ ପ୍ରାର୍ଥୀ ଗୋପବନ୍ଧୁ ମହାପାତ୍ର 8,328 ଭୋଟରେ ବିଜୟୀ ।

12:56 March 26

କୁଚିଣ୍ଡା NAC ଅଧ୍ୟକ୍ଷ ଭାବେ ବିଜୟୀ ହେଲେ ବିଜେଡ଼ିର ପ୍ରଦ୍ୟୁତ ମହାନ୍ତି

ସମ୍ବଲପୁର ଜିଲ୍ଲାର କୁଚିଣ୍ଡା NAC ପୌର ନିର୍ବାଚନରେ ଅଧ୍ୟକ୍ଷ ଭାବେ ବିଜୟୀ ହେଲେ ବିଜେଡ଼ିର ପ୍ରଦ୍ୟୁତ ମହାନ୍ତି । ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସୁଶୀଲ କରଙ୍କ ଠାରୁ 1,048 ଭୋଟ ବ୍ୟବଧାନରେ ବିଜୟୀ ହେଲେ ।

12:56 March 26

ଯାଜପୁରରେ ପୌରାଧ୍ୟକ୍ଷ ଆସନ ହାତେଇଲା ବିଜେଡି

ଯାଜପୁର ପୌରପାଳିକାକୁ କବଜା କଲା ବିଜୁ ଜନତା ଦଳ । 18ଟି ୱାର୍ଡ ସହିତ ପୌରାଧ୍ୟକ୍ଷ ଆସନ ହାତେଇଲା ଶାସକ ବିଜେଡି । ପୌରାଧ୍ୟକ୍ଷ ଭାବେ ରଞ୍ଜୁଲତା ହୋତା 16 ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଛନ୍ତି । ଏହି ବିଜୟ ପରେ ଦଳ ପକ୍ଷରୁ ବିଜୟ ପର୍ବ ପାଳନ କରାଯାଇଛି ।

12:55 March 26

ନିମାପଡା ଏନଏସିର ମୋଟ ୧୧ଟି ୱାର୍ଡରୁ ବିଜେଡି ୭ଟି ୱାର୍ଡରେ ବିଜୟୀ

ପୁରୀ ଜିଲ୍ଲା ନିମାପଡା ଏନଏସିର ମୋଟ ୧୧ଟି ୱାର୍ଡରୁ ବିଜେଡି ୭ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ ବିଜେପି ୩ ଓ ସ୍ବାଧୀନ ଗୋଟିଏର ବିଜୟୀ ହୋଇଛି ।

କାଉନସିଲର ପ୍ରାର୍ଥୀ ଫଳାଫଳ

ୱାର୍ଡ 1- କବିତା ପ୍ରଧାନ, ବିଜେଡ଼ି

ୱାର୍ଡ 2- ନିରଞ୍ଜନ ନାୟକ, ବିଜେପି

ୱାର୍ଡ 3- ମାଧବ ବେହେରା, ସ୍ୱାଧୀନ

ୱାର୍ଡ 4- ବିଜେଡି ଧନୁର୍ଦ୍ଧର ଦାସ ବିଜୟୀ

ୱାର୍ଡ 5- ,ବିଜେଡିର କବିତା ତରାଇ ବିଜୟୀ

ୱାର୍ଡ 6- ବିଜେଡିର ସରୋଜ ଦାଶ ବିଜୟୀ

ୱାର୍ଡ 7 - ବିଜେଡିର ରାଜକିଶୋର ସାହୁ ବିଜୟୀ

ୱାର୍ଡ 8- ବିଜେଡିର ନିବେଦିତା ପଟ୍ଟନାୟକ ବିଜୟୀ

ୱାର୍ଡ 9- ବିଜେପିର ଟିକିନା ପଣ୍ଡା ବିଜୟୀ

ୱାର୍ଡ 10- ବିଜେପିର ରଞ୍ଜିତା ପାତ୍ର ବିଜୟୀ

ୱାର୍ଡ 11- ବିଜେଡିର ଅନୁସାୟା ପାଣି ବିଜୟୀ

12:54 March 26

Punicipal Polls: ପାରାଦ୍ୱୀପର 19ଟି ୱାର୍ଡର ଫଳାଫଳ

ପାରାଦ୍ୱୀପର 19ଟି ୱାର୍ଡର ଫଳାଫଳ

ଓ୍ବାର୍ଡ ୧- ଜୟନ୍ତୀ ମାଦେଳୀ (ସ୍ବାଧୀନ, ଆମ ପାରାଦ୍ଵୀପ ଆମ ପ୍ରଗତି)

ଓ୍ବାର୍ଡ ୨- ଛବିଲତା ରାଉତ (ସ୍ବାଧୀନ, ଆମ ପାରାଦ୍ଵୀପ ଆମ ପ୍ରଗତି)

ଓ୍ବାର୍ଡ ୩- କବିତା ସାହୁ (ବିଜେଡି)

ଓ୍ବାର୍ଡ ୪- କେଦାରନାଥ ଜେନା (କଂଗ୍ରେସ)

ଓ୍ବାର୍ଡ ୫- ସ୍ବପ୍ନାରାଣୀ ଜେନା(ସ୍ବାଧୀନ, ଆମ ପାରାଦ୍ଵୀପ ଆମ ପ୍ରଗତି)

ଓ୍ବାର୍ଡ ୬- ବନିତା ରାଉତ(ସ୍ବାଧୀନ, ଆମ ପାରାଦ୍ଵୀପ ଆମ ପ୍ରଗତି)

ଓ୍ବାର୍ଡ ୭- ସରୋଜିନୀ ସାହୁ (ବିଜେଡି)

ଓ୍ବାର୍ଡ ୮- ଅଜିତ ଷଡ଼ଙ୍ଗୀ (ବିଜେଡି)

ଓ୍ବାର୍ଡ ୯- ସୁବ୍ରତ ପ୍ରଧାନ (ବିଜେପି)

ଓ୍ବାର୍ଡ ୧୦- ସୁସାନ୍ତ ଦାସ (ବିଜେଡି)

ଓ୍ବାର୍ଡ ୧୧- ପ୍ରଭାତୀ ନାୟକ(ବିଜେଡି)

ଓ୍ବାର୍ଡ ୧୨- ପ୍ରତାପ ଚନ୍ଦ୍ର ନାୟକ (ବିଜେପି)

ଓ୍ବାର୍ଡ ୧୩-ଶୁକ୍ରମଣି ନାଗ (ସ୍ବାଧୀନ, ଆମ ପାରାଦ୍ଵୀପ ଆମ ପ୍ରଗତି)

ଓ୍ବାର୍ଡ ୧୪-ସଙ୍ଘମିତ୍ରା ସ୍ବାଇଁ(ସ୍ବାଧୀନ, ଆମ ପାରାଦ୍ଵୀପ ଆମ ପ୍ରଗତି)

ଓ୍ବାର୍ଡ ୧୫-ସୈାଦାମିନୀ ସାହୁ (ସ୍ବାଧୀନ, ଆମ ପାରାଦ୍ଵୀପ ଆମ ପ୍ରଗତି)

ଓ୍ବାର୍ଡ ୧୬-ମନୋଜ ନାୟକ (ବିଜେଡି)

ଓ୍ବାର୍ଡ ୧୭-ରୁନୁରାଣୀ ପରିଡା( ବିଜେପି)

ଓ୍ବାର୍ଡ ୧୮- କାମ୍ବଲ ଜଗନ୍ନାଥ ରାଓ (ସ୍ବାଧୀନ, ଆମ ପାରାଦ୍ଵୀପ ଆମ ପ୍ରଗତି)

ଓ୍ବାର୍ଡ ୧୯-ନବ କୁମାର ବେହେରା (ବିଜେଡି)

12:41 March 26

ନୀଳଗିରି ଏନଏସିରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ବିଜୟୀ

ନୀଳଗିରି ଏନଏସିରେ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ପୁନଃଗଣତି ଦାବି କରାଯାଇଥିଲା । ଏଥିରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ଅମ୍ବିକା ଦାସ 35 ଖଣ୍ଡରେ ବିଜୟୀ ହୋଇଥିବା ସୂଚନା ମିଳିଛି । ଏନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।

12:40 March 26

ବ୍ରହ୍ମପୁରରେ ୧୬ଟି ୱାର୍ଡ ଦଖଲ କଲା ବିଜେଡି

ବ୍ରହ୍ମପୁରରେ ୨୦ଟି ୱାର୍ଡରୁ ୧୬ଟି ୱାର୍ଡ ଦଖଲ କରିଛି ବିଜେଡି । ବିଜେପି ୨ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଓ ସ୍ବାଧୀନ ଗୋଟିଏ ୱାର୍ଡରେ ବିଜୟୀ ହୋଇଛି ।

୧ ନଂ ୱାର୍ଡରୁ ୨୦ ନଂ ୱାର୍ଡର ବିଜୟୀ ପ୍ରାର୍ଥୀ

ୱାର୍ଡ ନଂ 1 : ବିଜେଡ଼ି ଏମ ମିନାକ୍ଷୀ

ୱାର୍ଡ ନଂ 2 : ବିଜେଡ଼ି ଆପ୍ପା ରାଓ

ୱାର୍ଡ ନଂ 3 : ବିଜେପି ସବିତା ସାହୁ

ୱାର୍ଡ ନଂ 4 : ସ୍ୱାଧୀନ ସନ୍ଧ୍ୟାରାଣୀ ଶୁକ୍ଳ

ୱାର୍ଡ ନଂ 5 : ବିଜେଡ଼ି ପଦ୍ମିନୀ ମିଶ୍ର

ୱାର୍ଡ ନଂ 6 : ବିଜେଡ଼ି ଶ୍ୱେତରେଖା ତ୍ରିପାଠୀ

ୱାର୍ଡ ନଂ 7 : ବିଜେଡ଼ି ଟି.କିଶୋର

ୱାର୍ଡ ନଂ 8 : ବିଜେଡ଼ି ଜାମୁଲା ଶ୍ରୀନୁ

ୱାର୍ଡ ନଂ 9 :ବିଜେଡ଼ି ସନ୍ତୋଷ ସେଠୀ

ୱାର୍ଡ ନଂ 10:ବିଜେଡ଼ି ବିଷ୍ଣୁ ପ୍ରିୟା ସାହୁ

ୱାର୍ଡ ନଂ 11 :ବିଜେଡ଼ି ଚିତ୍ରସେନ ମହାପାତ୍ର

ୱାର୍ଡ ନଂ 12 : ବିଜେଡ଼ି ସୂର୍ଯ୍ୟକାନ୍ତ ସୁବୁଦ୍ଧି

ୱାର୍ଡ ନଂ 13 : ବିଜେଡ଼ି ବବି ନାୟକ

ୱାର୍ଡ ନଂ 14 : ବିଜେଡ଼ି ଗୀତାରାଣୀ ପଣ୍ଡା

ୱାର୍ଡ ନଂ 16 : କଂଗ୍ରେସ ରଶ୍ମିତା ପ୍ରଧାନ

ୱାର୍ଡ ନଂ 17 : ବିଜେଡ଼ି ଦୁର୍ଗା କୁମାର ନାୟକ

ୱାର୍ଡ ନଂ 18 : ବିଜେଡ଼ି ଅଶ୍ୱିନୀ ପଟ୍ଟନାୟକ ବିଜୟୀ

ୱାର୍ଡ ନଂ 19 : ବିଜେଡ଼ି କାଦମ୍ବାନୀ ଦାସ

ୱାର୍ଡ ନଂ 20 :ବିଜେପି ରଂଜିତା ବେହେରା

12:40 March 26

ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷ ପଦ ହାତେଇଲେ ବିଜେଡିର ଶାନ୍ତି ମଞ୍ଜରୀ ଦେବୀ । ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥିନୀ ମାଧବୀ କୁମାରୀ ଦେବୀଙ୍କ ଠାରୁ 428 ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

12:27 March 26

ଗୁଡ଼ାରୀ ଅଧ୍ୟକ୍ଷ ପଦ ହାତେଇଲେ ବିଜେଡିର ସର୍ମିତା ଶବର

ଗଞ୍ଜାମ ଜିଲ୍ଲା ଗୁଡ଼ାରୀର ଅଧ୍ୟକ୍ଷ ପଦ ହାତେଇଲେ ବିଜେଡିର ସର୍ମିତା ଶବର । ୫୮୯ ଖଣ୍ଡ ଭୋଟରେ ହେଲେ ବିଜୟୀ ।

ବିଜୟୀ କାଉନସିଲର ପ୍ରାର୍ଥୀ

ୱାର୍ଡ ୧- ବିଜେଡି

ୱାର୍ଡ ୨- ବିଜେଡି

ୱାର୍ଡ ୩- ବିଜେଡି

ୱାର୍ଡ ୪- ବିଜେଡି

ୱାର୍ଡ ୫- ବିଜେଡି

ୱାର୍ଡ ୬- ବିଜେଡି

ୱାର୍ଡ ୭- ବିଜେଡି

ୱାର୍ଡ ୮- ବିଜେଡି

ୱାର୍ଡ ୯- ବିଜେଡି

ୱାର୍ଡ ୧୦- ବିଜେଡି

ୱାର୍ଡ ୧୧- ବିଜେଡି

12:26 March 26

ଗୋପାଳପୁର ଏନ୍‌ଏସିରେ ବିଜେଡି ଅଧ୍ଯକ୍ଷ ପ୍ରାର୍ଥୀ ଏ ଜାନକୀ ରାମା ବିଜୟୀ

ଗଞ୍ଜାମ ଗୋପାଳପୁର ଏନ୍‌ଏସିରେ ବିଜେଡି ଅଧ୍ଯକ୍ଷ ପ୍ରାର୍ଥୀ ଏ ଜାନକୀ ରାମା ବିଜୟୀ।

ସୋରଡା ଏନ୍‌ଏସିରେ ବିଜେଡି ଅଧ୍ଯକ୍ଷ ପ୍ରାର୍ଥୀ ଶିବ ଶଙ୍କର ପଣ୍ଡା ବିଜୟୀ ।

ଗଞ୍ଜାମ ଏନ୍‌ଏସିରେ ସ୍ବାଧୀନ ଅଧ୍ଯକ୍ଷା ପ୍ରାର୍ଥୀ ପ୍ରତିଭା ପାଢୀ ବିଜୟୀ ।

ଚିକିଟି ଏନ୍‌ଏସିରେ ବିଜେଡି ଅଧ୍ଯକ୍ଷା ପ୍ରାର୍ଥୀ ଦୀପା ସାହୁ ୫୮୨୭ ଭୋଟରେ ବିଜୟୀ ।

ଦିଗପହଣ୍ଡି ଏନ୍‌ଏସିରେ କଂଗ୍ରେସ ଅଧ୍ଯକ୍ଷ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା ୧,୪୬୨ ଭୋଟରେ ବିଜୟୀ ।

ବେଲଗୁଣ୍ଠା ଏନ୍‌ଏସିରେ ବିଜେଡି ଅଧ୍ଯକ୍ଷ ପ୍ରାର୍ଥୀ ଫିରୋଜ କୁମାର ସେଠୀ ବିଜୟୀ ।

ବୁଗୁଡ଼ା ଏନ୍‌ଏସିରେ ବିଜେଡି ଅଧକ୍ଷ ପାର୍ଥୀ ଚିତ୍ରସେନ ପ୍ରଧାନ 4ହଜାରରୁ ଉର୍ଦ୍ଧ ଭୋଟରେ ବିଜୟୀ l

କୋଦଳା ଏନ୍‌ଏସିରେ ବିଜେପି ଅଧ୍ଯକ୍ଷ ପ୍ରାର୍ଥୀ ସୂର୍ଯ୍ଯ ନାରାୟଣ ନାୟକ ବିଜୟୀ ।

ଭଞ୍ଜନଗର ଏନ୍‌ଏସିରେ ମଧ୍ୟ 13ଟି କାଉନସିଲର ସହ bjd ଅଧ୍ଯକ୍ଷ ପ୍ରାର୍ଥୀ ଗୋପବନ୍ଧୁ ମହାପାତ୍ର 5ହଜାରରୁ ଉର୍ଦ୍ଧ ଭୋଟରେ ବିଜୟୀ।

ପୋଲସରା ଏନ୍‌ଏସିରେ ବିଜେଡିର ସଙ୍ଗୀତ ବେହେରା ପୋଲସରା ଚେୟାରମ୍ୟାନ ଭାବେ ବିଜୟୀ ।

ଛତ୍ରପୁର ଏନ୍‌ଏସିରେ ବିଜେପି ଅଧ୍ଯକ୍ଷା ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନ ବିଜୟୀ ।

ରମ୍ଭା ଏନ୍‌ଏସିରେ ବିଜେପି ପ୍ରାର୍ଥୀନୀ ମାନସୀ ସ୍ବାଇଁ ବିଜୟୀ ।

ଆସିକା ଏନ୍‌ଏସିରେ ବିଜେଡି ପ୍ରାର୍ଥିନୀ ବନିତା ସ୍ବାଇଁ ୬୫୮୧ ଭୋଟରେ ବିଜୟୀ ।

ହିଞ୍ଜିଳିକାଟୁ ପୌରପାଳିକାରେ ବିଜେଡି ପ୍ରାର୍ଥୀ ସୁବାଷ ଚନ୍ଦ୍ର ପଲ୍ଲାଇ ବିଜୟୀ ।

ଖଲ୍ଲିକୋଟ୍ ଏନ୍‌ଏସିରେ ବିଜେଡି ଅଧ୍ଯକ୍ଷା ପ୍ରାର୍ଥୀ ନିରଞନ ବେହେରା ବିଜୟୀ ।

ପୁରୁଷୋତ୍ତମ ଏନ୍‌ଏସିରେ ସ୍ବାଧୀନ ଅଧ୍ଯକ୍ଷା ପ୍ରାର୍ଥୀନୀ ପ୍ରିୟଙ୍କା ଗୌଡ ବିଜୟୀ।

12:25 March 26

ବାଲେଶ୍ବରରେ ବିଜୟ ବାନା ଉଡାଉଛି ବିଜେଡି

ବାଲେଶ୍ବର: ରାଜ୍ୟରେ ଚାଲିଛି ପୌର ନିର୍ବାଚନ ଭୋଟ ଗଣତି । ବାଲେଶ୍ବରରେ ବିଜୟ ବାନା ଉଡାଉଛି ବିଜେଡି ।

ବାଲେଶ୍ୱର ୱାର୍ଡ କାଉନସିଲର ବିଜୟୀ ପ୍ରାର୍ଥୀ

1 ନଂ ୱାର୍ଡରେ ବିଜେପି ପ୍ରାର୍ଥୀ ସସ୍ମିତା ନାଥ 451 ଖଣ୍ଡରେ ବିଜୟୀ।

2 ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ଅମିତ କୁମାର ନାୟକ, 82 ଖଣ୍ଡରେ ବିଜୟୀ।

3 ନଂ ୱାର୍ଡରେ ବିଜେପି ପ୍ରାର୍ଥୀ ରୋଜାଲିନ ପାଣି 401 ଖଣ୍ଡରେ ବିଜୟୀ।

4 ନଂ ୱାର୍ଡରେ ବିଜେଡି, ସଲମା ବିବି, 376

5 ନଂ ୱାର୍ଡରେ ବିଜେଡି, ମିତା ପଟ୍ଟନାୟକ, 380

6 ନଂ ୱାର୍ଡରେ ବିଜେଡି, କବିତା ମୁର୍ମୁ, 88

7 ନଂ ୱାର୍ଡରେ ବିଜେଡି, ମିରାଜ ବାନୋ, 492

8 ନଂ ୱାର୍ଡରେ ବିଜେଡି, ପ୍ରୀତିଲତା ସେଠୀ, 433

9 ନଂ ୱାର୍ଡରେ ସ୍ୱାଧୀନ, ସଂଜୀବ ଦାସ, 244

10 ନଂ ୱାର୍ଡରେ ବିଜେଡି, ରାଧାକୃଷ୍ଣ ଦାସ, 443

11 ନଂ ୱାର୍ଡରେ ସ୍ୱାଧୀନ, ଶେଖ ନୌସାଦ ଅଲ୍ଲୀ, 304

12 ନଂ ୱାର୍ଡରେ ସ୍ୱାଧୀନ, ଅନିଦ୍ୟ କୁମାର ପଣ୍ଡା, 93

13 ନଂ ୱାର୍ଡରେ ବିଜେପି, ପ୍ରତିମା ବେହେରା, 27 ଖଣ୍ଡ

14 ନଂ ୱାର୍ଡରେ ବିଜେଡି, କୈଳାସ ସେଠୀ, 391 ଖଣ୍ଡ

15 ନଂ ୱାର୍ଡରେ ବିଜେଡି, ସଂଧ୍ୟାରାଣୀ ଜେନା, 215 ଖଣ୍ଡ

16 ନଂ ୱାର୍ଡରେ ବିଜେଡି, ସବିତାରାଣୀ ଦାସ, 342 ଖଣ୍ଡ

17 ନଂ ୱାର୍ଡରେ ବିଜେପି, ସତ୍ୟଶିଵ ସୁନ୍ଦର ଦାସ, 47 ଖଣ୍ଡ

18 ନଂ ୱାର୍ଡରେ ବିଜେଡି, ଅର୍ପିତା ପଟ୍ଟନାୟକ, 121 ଖଣ୍ଡ

19 ନଂ ୱାର୍ଡରେ ବିଜେଡି, ଶୋଭା ମହାପାତ୍ର, 333 ଖଣ୍ଡ

20 ନଂ ୱାର୍ଡରେ ବିଜେପି, ନିରୂପମା ଦାସ, 74 ଖଣ୍ଡ

21 ନଂ ୱାର୍ଡରେବିଜେପି, ସୁଚିସ୍ମିତା ପଣ୍ଡା, 522 ଖଣ୍ଡ

12:25 March 26

ଜଳେଶ୍ବର ପୌରାଧ୍ୟକ୍ଷ ପଦ ହାତେଇଲେ ବିଜେଡି ପ୍ରାର୍ଥୀ

ଜଳେଶ୍ବର ପୌରାଧ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥୀ ପ୍ରତୀକ ପ୍ରଧାନ ବିଜୟୀ ।

12:24 March 26

ଆନନ୍ଦପୁର ପୌରପରିଷଦରେ ବିଜେଡିର ଅଧ୍ୟକ୍ଷା ପ୍ରାର୍ଥିନୀ ରଜନୀରାଣୀ ଖଟୁଆ ବିଜୟୀ

ଆନନ୍ଦପୁର ପୌରପରିଷଦରେ ବିଜେଡିର ଅଧ୍ୟକ୍ଷା ପ୍ରାର୍ଥିନୀ ରଜନୀରାଣୀ ଖଟୁଆ ୧୫୬୯ ଖଣ୍ଡ ଭୋଟରେ ବିଜୟୀ ।

12:13 March 26

ମାଲକାନଗିରି ମ୍ୟୁନିସିପାଲିଟିରେ ଅଧ୍ୟକ୍ଷ ପଦ ହାତେଇଲେ ବିଜେଡି ପ୍ରାର୍ଥୀ

ମାଲକାନଗିରି ମ୍ୟୁନିସିପାଲିଟିରେ ବିଜେଡି ପ୍ରାର୍ଥୀ ମନୋଜ ବାରିକ ଅଧ୍ୟକ୍ଷ ପଦ ହାତେଇଛନ୍ତି ।

12:13 March 26

ବେଲପାହାଡ଼ ଏନଏସିରେ କଂଗ୍ରେସ ପ୍ରାର୍ଥୀ ନିମାଇଁ ଚରଣ ପଣ୍ଡା ବିଜୟୀ

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଏନଏସିରେ କଂଗ୍ରେସ ପ୍ରାର୍ଥୀ ନିମାଇଁ ଚରଣ ପଣ୍ଡା ୩୧୦୯ ଭୋଟରେ ଗଡ଼ ହାତେଇ ଥିବା ସୂଚନା ମିଳିଛି ।

12:12 March 26

କୁଚିଣ୍ଡା NAC ପୌର ନିର୍ବାଚନରେ ଅଧ୍ୟକ୍ଷ ଭାବେ ବିଜୟୀ ହେଲେ ବିଜେଡ଼ିର ପ୍ରଦ୍ୟୁତ ମହାନ୍ତି

ସମ୍ବଲପୁର ଜିଲ୍ଲାର କୁଚିଣ୍ଡା NAC ପୌର ନିର୍ବାଚନରେ ଅଧ୍ୟକ୍ଷ ଭାବେ ବିଜୟୀ ହେଲେ ବିଜେଡ଼ିର ପ୍ରଦ୍ୟୁତ ମହାନ୍ତି । ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସୁଶୀଲ କରଙ୍କ ଠାରୁ 1,048 ଭୋଟ ବ୍ୟବଧାନରେ ବିଜୟୀ ହେଲେ ।

12:12 March 26

କାଶୀନଗର ଏନ୍‌ଏସିର ଅଧ୍ୟକ୍ଷା ଭାବେ ବିଜେଡ଼ି ପ୍ରାର୍ଥୀ ଏମ୍ ସୁଧାରାଣୀ ବିଜୟୀ

କାଶୀନଗର ଏନ୍‌ଏସିର ଅଧ୍ୟକ୍ଷା ଭାବେ ବିଜେଡ଼ି ପ୍ରାର୍ଥୀ ଏମ୍ ସୁଧାରାଣୀ ୯୭୮ ଖଣ୍ଡ ଭୋଟରେ ବିଜୟୀ । ଏଠାରେ ୧୩ ୱାର୍ଡ ମଧ୍ୟରୁ ୧୦ଟି ୱାର୍ଡରେ ବିଜେଡ଼ି, ୨ଟିରେ ବିଜେପି ଏବଂ ୧ଟିରେ କଂଗ୍ରେସ କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

12:12 March 26

ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ପଦ ହାତେଇଲେ ବିଜେଡିର ହେମନ୍ତ କୁମାର ସାହୁ

ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ପଦ ହାତେଇଲେ ବିଜେଡିର ହେମନ୍ତ କୁମାର ସାହୁ । ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଅବିନାଶ ଲେଙ୍କାଙ୍କ ଠାରୁ ୧,୯୯୧ ଭୋଟରେ ବିଜୟୀ ।

12:11 March 26

କଟକ ମହାନଗର ନିଗମର ୧୬ଟି ୱାର୍ଡରେ ବିଜେଡି ବିଜୟୀ

କଟକ ମହାନଗର ନିଗମର ୧୬ଟି ୱାର୍ଡରେ ବିଜେଡି ବିଜୟୀ । ୩ଟି ୱାର୍ଡରେ ସ୍ୱାଧୀନ ବିଜୟୀ । ୨ଟି ୱାର୍ଡରେ କଂଗ୍ରେସ ବିଜୟୀ । ଗୋଟିଏ ୱାର୍ଡରେ ବିଜେପି ବିଜୟୀ ।

11:59 March 26

ସିଏମସିରେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ ଆଗୁଆ

ସିଏମସି ମେୟର ନିର୍ବାଚନ । ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ ଆଗୁଆ । ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଚାଲିଛି ଟକ୍କର ।

11:52 March 26

BMCରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଆଗୁଆ

ଭୁବନେଶ୍ବର ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଆଗୁଆ । ୨,୭୬୫ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ସୁଲୋଚନା । ବିଜେଡିକୁ ୮,୬୬୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ମେୟର ପ୍ରାର୍ଥିନୀଙ୍କୁ ୫,୨୯୬ ଓ କଂଗ୍ରେସ ପ୍ରାର୍ଥିନୀ ୩୦୫ ଖଣ୍ଡ ଭୋଟ ପାଇଛନ୍ତି ।

11:51 March 26

କୋରାପୁଟ ପୌରପରିଷଦ ଅଧ୍ୟକ୍ଷ ପଦ ହାତେଇଲେ ବିଜେଡିର ଲଲାଟ ରଞ୍ଜନ ସେଠୀ

କୋରାପୁଟ ପୌରପରିଷଦ ଅଧ୍ୟକ୍ଷ ପଦ ହାତେଇଲେ ବିଜେଡିର ଲଲାଟ ରଞ୍ଜନ ସେଠୀ । ସୁନାବେଡା ଏନଏସିରେ ସ୍ବାଧୀନ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ରାଜେନ୍ଦ୍ର କୁମାର ପାତ୍ର ବିଜୟୀ । କୋରାପୁଟ ଜିଲ୍ଲା କୋଟପାଡ଼ ଏନଏସି ଅଧ୍ୟକ୍ଷ ପଦ ହାତେଇଲେ କଂଗ୍ରେସର ଏମ୍. ଶଙ୍କର ରାଓ । ଜୟପୁର ଏନଏସିରେ କଂଗ୍ରେସର ନରେନ୍ଦ୍ର ମହାନ୍ତି ଅଧ୍ୟକ୍ଷ ଭାବେ ବିଜୟୀ ।

11:51 March 26

ଟିଟିଲାଗଡ ପୌରପରିଷଦ ଅଧ୍ୟକ୍ଷା ପଦ ହାତେଇଲା ବିଜେପି

ବଲାଙ୍ଗୀର ଟିଟିଲାଗଡ ପୌରପରିଷଦରେ ବିଜେପିର ମମତା ଦେବୀ ଜୈନ ଅଧ୍ୟକ୍ଷା ଭାବରେ ବିଜୟୀ ।

11:50 March 26

କେନ୍ଦ୍ରାପଡାର ୨୧ ୱାର୍ଡରୁ ବିଜେଡି 12ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୪ଟି, ବିଜେପି ଗୋଟିଏ ଏବଂ ୪ଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ।

କେନ୍ଦ୍ରାପଡାର ୨୧ ୱାର୍ଡରୁ ବିଜେଡି 12ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୪ଟି, ବିଜେପି ଗୋଟିଏ ଏବଂ ୪ଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

  • କେନ୍ଦ୍ରାପଡ଼ା ପୌର ନିର୍ବାଚନ ବିଜୟୀ ଫଳାଫଳ
  • ୱାର୍ଡ ନଂ 1- ବିଜେଡି ପୁଷ୍ପଲତା ବେହେରା
  • ୱାର୍ଡ ନଂ 2-ସ୍ବାଧିନ କାଳୀପ୍ରସାଦ ମିଶ୍ର
  • ୱାର୍ଡ ନଂ 3-କଂଗ୍ରେସ ତୁଳସୀ ହେମ୍ବ୍ରମ
  • ୱାର୍ଡ ନଂ 4-ସ୍ବାଧିନ ଶୁଭଶ୍ରୀ ନିବେଦିତା ସ୍ୱାଇଁ
  • ୱାର୍ଡ ନଂ 5-ବିଜେଡି ନିରାକାର ସ୍ୱାଇଁ
  • ୱାର୍ଡ ନଂ 6-ବିଜେଡି ପ୍ରଦୀପ ଜେନା
  • ୱାର୍ଡ ନଂ 7-କଂଗ୍ରେସ ଜୟନ୍ତୀ ପାଣି
  • ୱାର୍ଡ ନଂ 8-ବିଜେଡି ସ୍ମୃତିପ୍ରଜ୍ଞା ଶତପଥୀ
  • ୱାର୍ଡ ନଂ 9-ବିଜେଡି ଅଭୟ ବେହେରା
  • ୱାର୍ଡ ନଂ 10-ସ୍ବାଧିନ ରଶ୍ମିତା ସିଂହ
  • ୱାର୍ଡ ନଂ 11-ବିଜେଡି ପୁଷ୍ପାଞ୍ଜଳୀ ବସ୍ତିଆ
  • ୱାର୍ଡ ନଂ 12-କଂଗ୍ରେସ ରିହାନା ଖାତୁନ
  • ୱାର୍ଡ ନଂ 13-ସ୍ବାଧିନ ମହମ୍ମଦ ଅସଲାମ
  • ୱାର୍ଡ ନଂ 14-ବିଜେଡି ଆକବରୀ ଖାତୁନ
  • ୱାର୍ଡ ନଂ 15-ବିଜେଡି ହବିବା ବେଗମ
  • ୱାର୍ଡ ନଂ 16-କଂଗ୍ରେସ ଫରଜାନା ଖାତୁନ
  • ୱାର୍ଡ ନଂ 17-ବିଜେଡି ଉମେଶ ଚନ୍ଦ୍ର ନାୟକ
  • ୱାର୍ଡ ନଂ 18-ବିଜେଡି ଚୌଧୁରୀ ସୁକୁମାର ଦାସ
  • ୱାର୍ଡ ନଂ 19-ବିଜେଡି ରମେଶ ଦାସ
  • ୱାର୍ଡ ନଂ 20-ବିଜେପି ଅସୀମା ନାୟକ
  • ୱାର୍ଡ ନଂ 21-ବିଜେଡି ପ୍ରଭାଶିଷ ପଣ୍ଡା

11:49 March 26

ବାଲିମେଳା ଏନଏସିରରେ ଅଧ୍ୟକ୍ଷ ପଦ ହାତେଇଲେ ବିଜେପି ପ୍ରାର୍ଥୀ

ମାଲକାନଗିରିର ଜିଲ୍ଲାର ବାଲିମେଳା ଏନଏସିରରେ ବିଜେପି ପ୍ରାର୍ଥୀ ପ୍ରଦୀପ ନାୟକ 288 ଖଣ୍ଡ ଅଧିକ ଭୋଟରେ ଅଧ୍ୟକ୍ଷ ପଦ ହାତେଇଛନ୍ତି ।

11:49 March 26

ଦେବଗଡ଼ରେ ବିଜୟର ବାନା ଉଡାଇଲା ବିଜେଡି ।

ଦେବଗଡ଼ରେ ବିଜୟର ବାନା ଉଡାଇଲା ବିଜେଡି ।

11:49 March 26

ଗଞ୍ଜାମ ଏନଏସିରେ ବିଜେଡି ବିଜୟୀ ।

ଗଞ୍ଜାମ ଏନଏସିରେ ବିଜେଡି ବିଜୟୀ ।

11:34 March 26

କଟକରେ କଂଗ୍ରେସ ମେୟର ପ୍ରାର୍ଥୀ ଗିରିବାଳା ବେହେରା ଆଗୁଆ

କଟକ ମହାନଗର ନିଗମ ଭୋଟ ଗଣତି । ଦ୍ବିତୀୟ ରାଉଣ୍ଡ ଶେଷସୁଦ୍ଧା କଂଗ୍ରେସ ମେୟର ପ୍ରାର୍ଥିନୀ ଗିରିବାଳା ବେହେରା ୧୨୨ ଭୋଟରେ ଆଗୁଆ । ଗିରିବାଳାଙ୍କ ପଛକୁ ବିଜେଡି ପ୍ରାର୍ଥୀ ସୁବାସ ସିଂ(8734) ରହିଛନ୍ତି । 3,352 ଖଣ୍ଡ ଭୋଟ ସହ ପଛରେ ପଡିଛନ୍ତି ବିଜେପି ମେୟର ପ୍ରାର୍ଥୀ ଶ୍ରୀତମ ଦାସ ।

11:34 March 26

ଯାଜପୁର ବ୍ୟାସନଗରରେ ବିଜେଡ଼ି ପୌରାଧ୍ୟକ୍ଷା ପ୍ରାର୍ଥିନୀ ବିଜୟୀ

ଯାଜପୁର ବ୍ୟାସନଗରରେ ବିଜେଡ଼ି ପୌରାଧ୍ୟକ୍ଷା ପ୍ରାର୍ଥିନୀ ସଙ୍ଗୀତା ପିଙ୍ଗୁଆ ବିଜୟୀ । ୧୦,୪୧୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେଲା ବିଜେଡ଼ି । ବିଜେଡିକୁ ସର୍ବମୋଟ ୧୫,୭୨୦ ଭୋଟ ମିଳିଥିବା ବେଳେ ବିଜେପିକୁ ୪,୧୯୪ ଓ କଂଗ୍ରେସକୁ ୫,୩୦୯ ଖଣ୍ଡ ଭୋଟ ମିଳିଛି ।

11:33 March 26

ଆଠଗଡ଼ ଏନଏସି ଅଧ୍ୟକ୍ଷ ପଦ ହାତେଇଲେ ବିଜେଡିର ସସ୍ମିତା ରାଉତ

ଆଠଗଡ଼ ଏନଏସି ଅଧ୍ୟକ୍ଷ ପଦ ହାତେଇଲେ ବିଜେଡିର ସସ୍ମିତା ରାଉତ । ବାଙ୍କୀରେ ବିଜେଡିର ମାଣିକ ସାହୁ ବିଜୟୀ ।

11:33 March 26

ପୁରୀ ଜିଲ୍ଲା କୋଣାର୍କ ଏନଏସିର ବିଜୟୀ କାଉନସିଲର ପ୍ରାର୍ଥୀ

ପୁରୀ ଜିଲ୍ଲା କୋଣାର୍କ ଏନଏସିର 13ଟି ୱାର୍ଡ ବିଜୟୀ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀ

  • 1 ନଂ ୱାର୍ଡରେ ମମତା ଦାସ, କଂଗ୍ରେସ
  • 2 ନଂ ୱାର୍ଡରେ ରଶ୍ମିତା ବିଶ୍ୱାଳ , ସ୍ଵାଧୀନ
  • 3 ନଂ ୱାର୍ଡରେ ରଂଜନ ସାହୁ, ବିଜେଡି
  • 4 ନଂ ୱାର୍ଡରେ ସୁରେଶ ଚନ୍ଦ୍ର ରାଉତରାୟ, ବିଜେଡି
  • 5 ନଂ ୱାର୍ଡରେ ନିହାର ବେଉରା, କଂଗ୍ରେସ
  • 6 ନଂ ୱାର୍ଡରେ ବିଶ୍ୱମ୍ବର ବିଶ୍ୱାଳ, ବିଜେଡି
  • 7 ନଂ ୱାର୍ଡରେ କୃଷ୍ଣପ୍ରିୟା ନାୟକ, କଂଗ୍ରେସ
  • 8 ନଂ ୱାର୍ଡରେ ଦିଲ୍ଲୀପ କୁମାର ଦାସ ,ବିଜେପି
  • 9 ନଂ ୱାର୍ଡରେ ସୌମ୍ୟ ସୌରଭ ଦାସ, ବିଜେପି
  • 10 ନଂ ୱାର୍ଡରେ ସ୍ୱପ୍ନା ଗୋଛାୟତ, ବିଜେଡି
  • 11 ନଂ ୱାର୍ଡରେ ସ୍ୱର୍ଣ୍ଣଲତା ଦାସ ,ବିଜେଡି
  • 12 ନଂ ୱାର୍ଡରେ ସୌଦାମିନି ମଲିକ, ବିଜେଡି
  • 13 ନଂ ୱାର୍ଡରେ ଶୁଭସ୍ମିତା ପାତ୍ର, ବିଜେଡି

11:23 March 26

କୋଣାର୍କ ଏନ୍ଏସି ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

କୋଣାର୍କ ଏନ୍ଏସି ଅଧ୍ୟକ୍ଷ ପଦ ହାତେଇଲା ବିଜେଡି । ବିଜେଡି ପ୍ରାର୍ଥୀ ସଂଯୁକ୍ତା ତ୍ରିପାଠୀ 859 ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି l

11:22 March 26

ରାଇରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ରାଇରଙ୍ଗପୁର ପୌରପରିଷଦର ୧୧ଟି ୱାର୍ଡ଼ରେ ବିଜେଡି କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୪ଟି ୱାର୍ଡରେ ବିଜେପି କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡ଼ି ଅଧ୍ୟକ୍ଷ ପ୍ରାର୍ଥୀ ଅଭିଷେକ ପଟ୍ଟନାୟକ 1148ଟି ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି ।

11:21 March 26

ଗଜପତିରେ ବିଭିନ୍ନ ୱାର୍ଡରେ ବିଜେଡି ବିଜୟୀ

ଗଜପତିର ୩ ନଂ ୱାର୍ଡରେ ବିଭୂତି ଭୁଷଣ ବେହେରା ଜିତିଥିବା ବେଳେ ୪ ନଂ ୱାର୍ଡରେ ବିଜେପି ପ୍ରାର୍ଥୀ ବାଳକୃଷ୍ଣ ପାତ୍ର, ୧ ନଂ ୱାର୍ଡରେ ବିଜେଡିର ଆମୁଲାମା, ୨ ନଂ ୱାର୍ଡରେ ବିଜେଡିର କେ ଝାନସୀ, ୫ ନଂ ୱାର୍ଡରେ ବିଜେଡିର ନାଗବଂଶୀ ନୀଳାଦ୍ରୀ କାଉନସିଲର ଭାବେ ବିଜୟୀ ହୋଇଛନ୍ତି ।

11:20 March 26

ବ୍ରହ୍ମପୁରରେ ୧, ୫ ଓ ୧୦ ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ

ବ୍ରହ୍ମପୁରର ୧ ନଂ ୱାର୍ଡରେ 1,704 ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବିଜୟୀ । ସେହପରି ୩ ନଂରେ ବିଜେପି, ୪ ନଂ ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ, ୫ ନଂ ୱାର୍ଡରେ ବିଜେଡି ଓ ୧୦ ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ।

11:18 March 26

ବାଲେଶ୍ବରର 2, 4, 5, 6 ଓ 7 ନଂ ୱାର୍ଡରେ ବିଜେଡି ବିଜୟୀ

ବାଲେଶ୍ୱରରେ ବିଜୟୀ କାଉନସିଲର ପ୍ରାର୍ଥୀ

  • 1 ନଂ ୱାର୍ଡରେ ବିଜେପି ପ୍ରାର୍ଥୀ ସସ୍ମିତା ନାଥ 451 ଖଣ୍ଡ ଭୋଟରେ ବିଜୟୀ ।
  • 2 ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ଅମିତ କୁମାର ନାୟକ 82 ଖଣ୍ଡରେ ବିଜୟୀ ।
  • 3 ନଂ ୱାର୍ଡରେ ବିଜେପି ପ୍ରାର୍ଥୀ ରୋଜାଲିନ ପାଣି 401 ଖଣ୍ଡ ଭୋଟରେ ବିଜୟୀ।
  • 4 ନଂ ୱାର୍ଡରେ ବିଜେଡିର ସଲମା ବିବି ବିଜୟୀ ।
  • 5 ନଂ ୱାର୍ଡରେ ବିଜେଡିର ମିତା ପଟ୍ଟନାୟକ ବିଜୟୀ ।
  • 6 ନଂ ୱାର୍ଡରେ ବିଜେଡିର କବିତା ମୁର୍ମୁ ବିଜୟୀ ।
  • 7 ନଂ ୱାର୍ଡରେ ବିଜେଡିର ମିରାଜ ବାନୋ 492ଟି ଭୋଟର ବିଜୟୀ ।

11:17 March 26

ଭଦ୍ରକ ପୌରପାଳିକା 13 ନଂ ୱାର୍ଡରେ ବିଜେଡି କାଉନସିଲର ପ୍ରାର୍ଥୀ ବିଜୟୀ

ଭଦ୍ରକ ପୌରପାଳିକା 13 ନଂ ୱାର୍ଡରେ bjd କାଉନସିଲର ପ୍ରାର୍ଥୀ ଅଞ୍ଜନ କୁମାର ଜେନା ବିଜୟୀ ।

10:54 March 26

ବିଜେପୁର NAC ଅଧ୍ୟକ୍ଷା ପଦ ହାତେଇଲା ବିଜେଡି

ବିଜେପୁର NACରେ ବିଜେଡ଼ି ଅଧ୍ୟକ୍ଷା ଆସନ ପାଇଁ ବିଜେଡ଼ି ପ୍ରାର୍ଥିନୀ ସୀତା ବାରିକ 641 ଭୋଟରେ ନିକଟତର ପ୍ରତିଦ୍ବନ୍ଦୀ ପଦ୍ମାବତୀ ଦେହେରୀଙ୍କ ଠାରୁ ବିଜୟୀ ହୋଇଛନ୍ତି ।

10:54 March 26

ବାଲେଶ୍ୱର 1 ନଂ ୱାର୍ଡରେ ମିନତୀ ମାଝୀ ବିଜୟୀ

ବାଲେଶ୍ୱର 1 ନଂ ୱାର୍ଡର କାଉନସିଲର ଭାବେ ମିନତୀ ମାଝୀ 451 ଖଣ୍ଡ ଭୋଟରେ ବିଜୟୀ ।

10:53 March 26

ଜଗତସିଂହପୁରରେ କଂଗ୍ରେସର ପୌରାଧ୍ୟକ୍ଷ ପ୍ରାର୍ଥୀ ବିଜୟୀ

ଜଗତସିଂହପୁରରେ କଂଗ୍ରେସର ପୌରାଧ୍ୟକ୍ଷ ପ୍ରାର୍ଥୀ ଅର୍ଚ୍ଚନା ସିଂ 344 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

10:53 March 26

ନବରଙ୍ଗପୁର ପୌର ପରିଷଦର ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ କୁନୁ ନାୟକ ବିଜୟୀ ।

ନବରଙ୍ଗପୁର ପୌର ପରିଷଦର ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ କୁନୁ ନାୟକ ବିଜୟୀ ।

10:51 March 26

କେନ୍ଦ୍ରାପଡାର ୪ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ

  • କେନ୍ଦ୍ରାପଡ଼ାର 9 ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ଅଭୟ ବେହେରା ବିଜୟୀ ।
  • 10 ନଂ ୱାର୍ଡରେ ସ୍ବାଧିନ ପ୍ରାର୍ଥିନୀ ରଶ୍ମିତା ସିଂହ ବିଜୟୀ ।
  • 11 ନଂ ୱାର୍ଡରେ ବିଜେଡିର ପୁଷ୍ପାଞ୍ଜଳୀ ବସ୍ତିଆ ବିଜୟୀ ।
  • 12 ନଂ ୱାର୍ଡରେ କଂଗ୍ରେସ ବିଜୟୀ ।
  • 13 ନଂ ୱାର୍ଡରେ ସ୍ବାଧିନ ପ୍ରାର୍ଥୀ ମହମ୍ମଦ ଅସଲାମ ବିଜୟୀ ।
  • 14 ନଂ ୱାର୍ଡରେ ବିଜେଡିର ଅକବରୀ ଖାତୁନ ବିଜୟୀ ।
  • 15 ନଂ ୱାର୍ଡରେ ବିଜେଡି ପ୍ରାର୍ଥିନୀ ହବିବା ବେଗମ ବିଜୟୀ ।

10:40 March 26

ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ଆଗୁଆ । ରମ୍ଭା ଓ ଛତ୍ରପୁରରେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ଆଗୁଆ

ବ୍ରହ୍ମପୁର ମହାନଗର ନିଗମର ୬ ନଂ, ୮ ନଂ, ୧୦ ନଂ ୱାର୍ଡରେ ବିଜେଡି ଆଗୁଆ । ଛତ୍ରପୁରର ୧ ଓ ୨ ନଂ ୱାର୍ଡରେ ବିଜେପି, ୩ ଠାରୁ ୯ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଆଗୁଆ । ଛତ୍ରପୁରରେ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀ ଆଗୁଆ ଅଛନ୍ତି । ଗଞ୍ଜାମରେ ସ୍ବାଧିନ ଅଧ୍ୟକ୍ଷା ପ୍ରାର୍ଥୀ ଆଗୁଆ । ରମ୍ଭାରେ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀ ଆଗୁଆ । ଦିଗପହଣ୍ଡିରେ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଆଗୁଆ ଅଛନ୍ତି ।

10:38 March 26

ଅନୁଗୋଳର ୫ଟି ୱାର୍ଡରେ ବିଜେଡି ବିଜୟୀ, ୩ଟିରେ ବିଜେପି

  • ଅନୁଗୋଳ ପୌରପରିଷଦର ୧ ନଂ ୱାର୍ଡର ବିଜେଡି ପ୍ରାର୍ଥିନୀ ସୁକାନ୍ତି ଦାସ ବିଜୟୀ ।
  • ୨ ନଂ ୱାର୍ଡରେ ବିଜେଡିର ଉଷା ସାମଲ ବିଜୟୀ ।
  • ୩ ନଂ ୱାର୍ଡରେ ବିଜେଡିର ମଞ୍ଜୁଲତା ଦେହୁରୀ ବିଜୟୀ ।
  • ୪ ନଂ ୱାର୍ଡରେ ବିଜେପି ପ୍ରାର୍ଥିନୀ ଅନୁପମା ସାହୁ ବିଜୟୀ ।
  • ୫ ନମ୍ବର ୱାର୍ଡର ବିଜେଡି କାଉନସିଲର ପ୍ରାର୍ଥୀ ରଣଜିତ ମାଣ୍ଡୋଠିଆ ବିଜୟୀ ।
  • ୬ ନମ୍ବର ୱାର୍ଡରେ ବିଜେଡିର ପ୍ରାର୍ଥୀ ସୁଶୀଲ ମୁଖୀ ବିଜୟୀ ।
  • ୭ ନମ୍ବର ୱାର୍ଡରେ ବିଜେପିର ପ୍ରାର୍ଥୀ ନିରଞ୍ଜନ କର ବିଜୟୀ ।
  • ୮ ନମ୍ବର ୱାର୍ଡରେ ବିଜେପିର ପ୍ରାର୍ଥୀ କୈଳାଶ ପ୍ରଧାନ ବିଜୟୀ ।

10:38 March 26

ବରଗଡ଼ରେ ବିଜେଡି ଆଗୁଆ

ବରଗଡ଼ ପୌରପରିଷଦର 7 ରାଉଣ୍ଡ ଶେଷ ସୁଦ୍ଧା ବିଜେଡି 9,750 ଭୋଟ ସହ ଆଗୁଆ ରହିଛି । ବିଜେପି 7,132 ଖଣ୍ଡ ଏବଂ କଂଗ୍ରେସ 1,270 ଖଣ୍ଡ ଭୋଟ ପାଇଛି ।

10:37 March 26

କେନ୍ଦୁଝରରେ ବିଜେପିର ଅଧ୍ୟକ୍ଷା ପ୍ରାର୍ଥୀ ଆଗୁଆ

କେନ୍ଦୁଝରଗଡ଼ ପୌରପାଳିକାରେ ବିଜେପିର ଅଧ୍ୟକ୍ଷା ପ୍ରାର୍ଥୀ ନିକୁ ସାହୁ ବିଜେଡି ପ୍ରାର୍ଥିନୀ ଅର୍ଚ୍ଚନା ରାଉତଙ୍କ ଠାରୁ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ୮୯୨ ଭୋଟରେ ଆଗୁଆ ଅଛନ୍ତି ।

10:25 March 26

ଭୁବନେଶ୍ବରରେ ଦୁଇ ଘଣ୍ଟା ବିଳମ୍ବରେ ଭୋଟ ଗଣତି ଆରମ୍ଭ

ଭୁବନେଶ୍ବର ମହାନଗର ନିଗମରେ ଦୁଇ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ଭୋଟ ଗଣତି । 4ଟି ହଲରେ 24ଟି ଟେବୁଲରେ 24ଟି ୱାର୍ଡର ଭୋଟ ଗଣତି ଆରମ୍ଭ ହୋଇଛି । ୪ଟି ପର୍ଯ୍ୟାୟରେ ଯଥା 1 ରୁ 7, 23 ରୁ 27, 35 ରୁ 41, 58 ରୁ 62 ୱାର୍ଡରେ ଗଣତି ଚାଲିଛି ।

10:24 March 26

ବାଲୁଗାଁ ଏନଏସିରେ ୬ ଜଣ ବିଜେଡି କାଉନସିଲର ପ୍ରାର୍ଥୀ ବିଜୟୀ

KHORDHA

ଖୋର୍ଦ୍ଧା: ଚାଲିଛି ପୌର ଭୋଟ ଗଣତି । ଆଉ ଏହାରି ଭିତରେ ବାହାରିଛି ଫଳାଫଳ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସିରେ ମୋଟ 11ଟି ୱାର୍ଡରୁ 6 ଜଣ କାଉନସିଲର ବିଜେଡିରୁ ବିଜୟୀ ହୋଇଥିବା ବେଳେ 5 କାଉନସିଲର ବିଜେପିରୁ ବିଜୟୀ ହୋଇଛନ୍ତି । ସେହିପରି ଏନଏସି ଅଧ୍ୟକ୍ଷା ବିଜେଡି ପ୍ରାର୍ଥିନୀ ସୁକାନ୍ତି ପାଇକରାୟ 4710ଖଣ୍ଡ , ବିଜେପିର ସ୍ୱପ୍ନା ବଡ଼ଜେନା 4,387 ଏବଂ କଂଗ୍ରେସର କମଳି ପ୍ରଧାନ 110ଖଣ୍ଡ ଭୋଟ ପାଇଛନ୍ତି । ବିଜେଡି ପ୍ରାର୍ଥିନୀ 323 ଖଣ୍ଡଭୋଟ ପାଇ ବିଜୟୀ ହୋଇଛନ୍ତି ।

10:24 March 26

ଅନୁଗୋଳରେ ୪ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ଆଗୁଆ

ଅନୁଗୋଳ ପୌରପାଳିକାର ପ୍ରଥମ ରାଉଣ୍ଡର ୪ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ଅକ୍ଷୟ ସାମନ୍ତ ୨,୨୦୯ ଖଣ୍ଡ ଭୋଟ ସହ ଆଗୁଆ ଅଛନ୍ତି । ବିଜେଡି ନଗରପାଳ ପ୍ରାର୍ଥୀ ପ୍ରଥମ ରାଉଣ୍ଡରେ ବିଜୟୀ ।

10:23 March 26

ଗଜପତିରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ଗଜପତି ପୌରପରିଷଦରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି 3,337 ଭୋଟରେ ଆଗୁଆ । 16 ୱାର୍ଡରୁ 1 ନଂ, 2 ନଂ ଓ 5 ନଂ ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କ ବିଜୟୀ ହୋଇଛନ୍ତି । 3 ଓ 4 ନଂ ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

10:14 March 26

ଜଟଣୀରେ BJD ପ୍ରାର୍ଥୀ ଅନନ୍ତ ବେହେରା ଆଗୁଆ

ଜଟଣୀରେ BJD ପ୍ରାର୍ଥୀ ଅନନ୍ତ ବେହେରା ଆଗୁଆ । ବାଣପୁର NACରେ BJP ପ୍ରାର୍ଥୀ ନନ୍ଦ କିଶୋର ମିଶ୍ର ଆଗୁଆ । ବାଲୁଗାଁ NACରେ BJDର ସୁକାନ୍ତୀ ପାଇକରାୟ ଆଗୁଆ ।

10:13 March 26

ପଟ୍ଟାମୁଣ୍ଡାଇରେ ତିନୋଟି ୱାର୍ଡରେ ବିଜେଡି ବିଜୟୀ

ପଟ୍ଟାମୁଣ୍ଡାଇ ପୌର ନିର୍ବାଚନ ଫଳାଫଳ । 1 ନଂ ୱାର୍ଡରେ ବିଜେଡିର ଲକ୍ଷ୍ମୀପ୍ରିୟା ସାହୁ ବିଜୟୀ । 2 ନଂ ୱାର୍ଡରେ ବିଜେଡିର ୱାର୍ଡରେ ସନ୍ତୋଷ କୁମାର ଦାସ ବିଜୟୀ । 3 ନଂ ୱାର୍ଡରେ ମଧ୍ୟ ବିଜେଡି ପ୍ରାର୍ଥିନୀ ବିଜୟୀ ।

10:13 March 26

ବାଲେଶ୍ୱର ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଆଗୁଆ

ବାଲେଶ୍ୱର ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଆଗୁଆ

10:12 March 26

ଝାରସୁଗୁଡାରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଆଗରେ

ଝାରସୁଗୁଡା ପୌରପରିଷଦରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡିର ରାନୀ ହାତୀ ଆଗୁଆ ।

10:08 March 26

CMCର ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ ଆଗୁଆ, ପଛରେ ପଡିଲେ ଶ୍ରୀତମ

କଟକ ମହାନଗର ନିଗମର ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ(3160) ଆଗୁଆ । ତାଙ୍କ ପଛକୁ କଂଗ୍ରେସ ପ୍ରାର୍ଥିନୀ ଗିରିବାଳା ବେହେରା(2907) ଓ ବିଜେପି ମେୟର ପ୍ରାର୍ଥୀ ଶ୍ରୀତମ ଦାଶ(1046) ପଛୁଆ ରହିଛନ୍ତି ।

10:07 March 26

ନବରଙ୍ଗପୁରରେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ଆଗୁଆ

ନବରଙ୍ଗପୁର ପୌର ପରିଷଦର ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ କୁନୁ ନାୟକ ଆଗୁଆ । ସମୁଦାୟ ୧୬୩୫ ଖଣ୍ଡ ଭୋଟରେ ବିଜେପି ଆଗୁଆ ।

10:07 March 26

କୋରାପୁଟରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଆଗୁଆ

କୋରାପୁଟ ପୌରପରିଷଦରେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଆଗୁଆ । ଜୟପୁରରେ କଂଗ୍ରେସ ଆଗୁଆ । ଜୟପୁରର ୪ ନମ୍ବର ଏବଂ ୫ ନମ୍ବର ୱାର୍ଡରେ କଂଗ୍ରେସ ବିଜୟୀ । ୨ ନମ୍ବର ଓ ୩ ନମ୍ବର ୱାର୍ଡରେ ବିଡେଡି ବିଜୟୀ ।

09:59 March 26

ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ଦୁଇଟି ୱାର୍ଡରେ BJD ଓ ଗୋଟିଏ ୱାର୍ଡରେ BJP ବିଜୟୀ

ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର 4 ନଂ ୱାର୍ଡରେ ବିଜେପି ପ୍ରାର୍ଥିନୀ ବନିତା ମଳିକ ବିଜୟୀ । 5 ନଂ ୱାର୍ଡରେ ବିଜେଡିର ସୁଦ୍ଧାମୟୀ ମଲ୍ଲିକ ଏବଂ 6 ନଂ ୱାର୍ଡରେ ବିଜେଡିର ମଧୁସ୍ମିତା ମଳିକ ବିଜୟୀ ।

09:58 March 26

ପାରଳାଖେମୁଣ୍ଡି ପୌରପାଳିକାରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥିନୀ ଆଗୁଆ

ପାରଳାଖେମୁଣ୍ଡି ପୌରପାଳିକାର ବିଜେଡି ଅଧ୍ୟକ୍ଷ ପ୍ରାର୍ଥିନୀ ନିର୍ମଳା ସେଠି 2,046 ଖଣ୍ଡ ଭୋଟ ସହ ଆଗୁଆ । ତାଙ୍କ ପଛକୁ ବିଜେପି ପ୍ରାର୍ଥିନୀ ଏମ୍ ରାଜେଶ୍ବରୀ (1054) ଏବଂ କଂଗ୍ରେସ ପ୍ରାର୍ଥୀ ଖଗେଶ୍ବର ବେହେରା(୧୦୬) ରହିଛନ୍ତି ।

09:58 March 26

କୁଚିଣ୍ଡା NACରେ ବିଜେଡି ପ୍ରାର୍ଥୀ ଆଗୁଆ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା NACର ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ଅଧ୍ୟକ୍ଷ ପଦରେ ବିଜେଡ଼ି ପ୍ରାର୍ଥୀ ଆଗୁଆ ।

09:47 March 26

ସୁନ୍ଦରଗଡରେ ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥିନୀ ଆଗୁଆ

ସୁନ୍ଦରଗଡରେ ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥିନୀ ଆଗୁଆ । ବିଜେଡି ପ୍ରାର୍ଥିନୀ ରଞ୍ଜନା ପଣ୍ଡା ୧,୭୪୦ ଖଣ୍ଡ ଭୋଟ ସହ ଆଗୁଆ ଥିବାବେଳେ ତାଙ୍କ ପଛକୁ ୨,୧୮୩ ଭୋଟ ସହ ବିଜେପି ପ୍ରାର୍ଥିନୀ ତନୟା ମିଶ୍ର ରହିଛନ୍ତି ।

09:41 March 26

ସୁବର୍ଣ୍ଣପୁର ବିନିକା ଏନଏସିର ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଆଗୁଆ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡ଼ି ଅଧ୍ୟକ୍ଷ ପ୍ରାର୍ଥୀ ସୁବାଷ ଭୋଇ ଆଗୁଆ । 9 ଗୋଟି ୱାର୍ଡ ପାଇଁ ଗଣତି ଚାଲିଛି ।

09:39 March 26

ବରଗଡ଼ ପୌର ପରିଷଦରେ ବିଜେଡି ଆଗୁଆ

ବରଗଡ଼ ପୌର ପରିଷଦର 5 ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥିନୀ କଳ୍ପନା ମାଝୀ ୮୦୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ୫ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀଙ୍କୁ 6,543 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ 5,740 ଓ କଂଗ୍ରେସକୁ 1,055 ଖଣ୍ଡ ଭୋଟ ମିଳିଛି ।

09:33 March 26

କେନ୍ଦ୍ରାପଡାର ଦୁଇଟି ୱାର୍ଡରେ ବିଜେଡି ଓ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ

କେନ୍ଦ୍ରାପଡାର ୬ ନଂ ୱାର୍ଡରୁ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ଜେନା ବିଜୟୀ ହୋଇଛନ୍ତି । ୭ନଂ ୱାର୍ଡରୁ କଂଗ୍ରେସ ପ୍ରାର୍ଥୀନୀ ଜୟନ୍ତୀ ପାଣି ବିଜୟୀ ହୋଇଥିବା ବେଳେ ୮ନଂ ୱାର୍ଡରୁ ବିଜେଡି ପ୍ରାର୍ଥିନୀ ସ୍ମୃତିପ୍ରଜ୍ଞା ଶତପଥୀ ଜିତିଛନ୍ତି ।

09:33 March 26

କୋଣାର୍କ ଏନଏସିରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥିନୀ ଆଗୁଆ

ପୁରୀ ଜିଲ୍ଲା କୋଣାର୍କ ଏନଏସିର 5ମ ରାଉଣ୍ଡ ସୁଦ୍ଧା ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସଂଯୁକ୍ତା ତ୍ରିପାଠୀ 132 ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗୁଆ ଅଛନ୍ତି ।

09:30 March 26

ଅନୁଗୋଳ ପୌରପାଳିକାର ୪ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ଆଗୁଆ

ଅନୁଗୋଳ ପୌରପାଳିକାର ପ୍ରଥମ ରାଉଣ୍ଡର ୪ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ଅକ୍ଷୟ ସାମନ୍ତ ୨,୨୦୯ ଭୋଟରେ ଆଗୁଆ ରହିଛନ୍ତି । ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ୧,୬୮୮ ଖଣ୍ଡ ଭୋଟ ରହିଛି । ବିଜେଡି ନଗରପାଳ ପ୍ରାର୍ଥୀ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଛନ୍ତି ।

09:29 March 26

ଜଗତସିଂହପୁର ପୌରପରିଷଦରେ 5ଟି ୱାର୍ଡରେ ବିଜେଡି ଓ 4ଟି ୱାର୍ଡରେ କଂଗ୍ରେସ ଆଗୁଆ

ଜଗତସିଂହପୁର ପୌରପରିଷଦ 21ଟି ୱାର୍ଡ ମଧ୍ୟରୁ 5ଟିରେ ବିଜେଡି ଆଗୁଆ ରହିଛି । ସେହିପରି 4ଟି ୱାର୍ଡରେ କଂଗ୍ରେସ, ଗୋଟିଏରେ ସ୍ୱାଧୀନ ଏବଂ ଦୁଇଟି ୱାର୍ଡରେ ବିଜେପି ଆଗୁଆ ରହିଛି। କଂଗ୍ରେସ ପ୍ରାର୍ଥୀ ଅର୍ଚ୍ଚନା ସିଂ 600 ସହ ଭୋଟରେ ଆଗୁଆ ରହିଛନ୍ତି ।

09:19 March 26

ଭୋଟ ଗଣତି କେନ୍ଦ୍ରକୁ ଗଲେ କାଉଣ୍ଟିଙ୍ଗ ସୁପରଭାଇଜର-ଏଜେଣ୍ଟ

ଭୋଟ ଗଣତି କେନ୍ଦ୍ରକୁ ଗଲେ କାଉଣ୍ଟିଙ୍ଗ ସୁପରଭାଇଜର-ଏଜେଣ୍ଟ

ଭୋଟ ଗଣତି ପାଇଁ କାଉଣ୍ଟିଂ ସୁପରଭାଇଜର ଏବଂ ଏଜେଣ୍ଟମାନେ ଗଣତି କେନ୍ଦ୍ର ମଧ୍ୟକୁ ପ୍ରବେଶ କରିଛନ୍ତି । ଭୁବନେଶ୍ୱରରେ ଗଣତି ଆହୁରି 30 ମିନିଟ ବିଳମ୍ବ ହେବାର ସୂଚନା ମିଳୁଛି । ପ୍ରଥମ ରାଉଣ୍ଡରେ 1 ରୁ 7, 23 ରୁ 27, 35 ରୁ 41, 58 ରୁ 62 ୱାର୍ଡରେ ହେବ ଭୋଟ ଗଣତି । 4ଟି ଟେବୁଲରେ ଭୋଟ ଗଣତି କରାଯିବ ।

ଭୁନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

08:54 March 26

ବିଜେବି କଲେଜ ଷ୍ଟ୍ରଙ୍ଗରୁମରେ ବିଳମ୍ବରେ ଆରମ୍ଭ ହେବ ଭୋଟ ଗଣତି

ଭୁବନେଶ୍ବର:ବିଜେବି କଲେଜ ଷ୍ଟ୍ରଙ୍ଗରୁମରେ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହେବ ଭୋଟ ଗଣତି । କୋଭିଡ ସ୍ଥିତି ଯୋଗୁଁ ଷ୍ଟ୍ରଙ୍ଗରୁମ ବିଶୋଧନ କରାଯିବା ପାଇଁ ଗଣତି ପ୍ରକ୍ରିୟା ବିଳମ୍ବ ହେବ ।

08:06 March 26

Municipal Polls: ଚାଲିଛି ପୌର ନିର୍ବାଚନ ଭୋଟ ଗଣତି, ଦୁଇ ଘଣ୍ଟା ବିଳମ୍ବରେ ଭୁବନେଶ୍ବରରେ ଗଣତି ଆରମ୍ଭ

ଭୁବନେଶ୍ବର:ଆରମ୍ଭ ହେଲା ପୌର ନିର୍ବାଚନ ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଛି । ପରେ ଇଭିଏମ ଭୋଟ ଗଣତି କରାଯିବ । ପୋଷ୍ଟାଲ ଓ ଇଭିଏମ ଭୋଟ ମିଶାଇ ଫଳାଫଳ ଘୋଷଣା କରାଯିବ ।

Last Updated : Mar 26, 2022, 3:13 PM IST

ABOUT THE AUTHOR

...view details