ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ। ଆଜି ରାଜ୍ୟ ନିର୍ବାଚନ କମିଶନର ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ମାର୍ଚ୍ଚ 24ରେ ପୌର ଭୋଟ୍ । 26 ତାରିଖରେ ଭୋଟ୍ ଗଣତି ହେବ। ଏଥିପାଇଁ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । 3 ମହାନଗର ସମେତ 107 ପୌର ପରିଷଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
କେବଳ ପୌରଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଫେବୃୟାରୀ 28ରେ ଏନେଇ ବିଧିବଦ୍ଧ ଵିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ 2ରୁ 7 ତାରିଖ ପ୍ରାର୍ଥୀପତ୍ର ଦାଖଲ କରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। 14 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ଏପ୍ରିଲ 8ରେ ଡେପୁଟି ମେୟର ନିର୍ବାଚନ, ଏପ୍ରିଲ 7 ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ ହେବ । 106 ପୌର ପରିଷଦରେ ହେବ ନିର୍ବାଚନ । 47 ମୁନିସିପାଲିଟି ଓ 59 NACରେ ହେବ ନିର୍ବାଚନ।