ଭୁବନେଶ୍ବର:ସରିଲା ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲ । ପ୍ରାର୍ଥୀପତ୍ର ଦାଖଲ କଲେ ଆଶାୟୀ କର୍ପୋରେଟର। ଅନ୍ତିମ ଦିନରେ ମେୟର ପ୍ରାଥିୀ ଭରିଲେ ନାମାଙ୍କନ। ପଟୁଆରା ଶୋଭାଯାତ୍ରା ରାଲିରେ ସମର୍ଥକଙ୍କ ଭିଡ। ଅନ୍ତିମ ଦିନରେ ରାଜନୈତିକ ଦଳର ଶକ୍ତି ପ୍ରଦର୍ଶନ। ବିଜେଡିର ମେୟର ପ୍ରାର୍ଥୀ ଭରିଲେ ନାମାଙ୍କନ ପତ୍ର । ଦଳୀୟ ସମର୍ଥକଙ୍କ ସହ ଆସିଲେ ସୁଲୋଚନା ଦାସ । ସାଥିରେ ଥିଲେ ଭୁବନେଶ୍ବର ତିନି ବିଧାୟକ ସମର୍ଥକ। ସେପଟେ ବିଜେପି ମେୟର ପ୍ରାର୍ଥୀଙ୍କ ଦମଦାରର ରାଲି । ବାଜାବାଣ ଓ ସମର୍ଥକଙ୍କ ସହ ଆସିଲେ ସୁନିତା ମୁଣ୍ଡ। ନାମାଙ୍କନ ଭରିବା ସହ ଲଢେଇ ପାଇ ଦେଲେ ଆହ୍ବାନ। ଆମ ଆଦମି ପାର୍ଟି କଳିଙ୍ଗ ସେନାର ମେୟର ପାର୍ଥୀ ବି ଭରିଲେ ନାମାଙ୍କନ ପତ୍ର।
ତେବେ ଗତ ନିର୍ବାଚନରେ ଜିତିଥିବା କର୍ପୋରେଟର ପାର୍ଥୀଙ୍କୁ ଏଥର ମିଳିନଥିଲା ଦଳୀୟ ସମର୍ଥନ। ଯାହାକୁ ନେଇ ବିଜେଡିର ମାଳ ମାଳ ଅସନ୍ତୁଷ୍ଟ ପ୍ରାର୍ଥୀ ଏଥର ସ୍ବାଧୀନରେ କରିଛନ୍ତି ନାମାଙ୍କନ। କେବଳ ସେତିକି ନୁହେଁ ଅନେକ ନୁଆ ପ୍ରାର୍ଥୀ ବିଧାୟକଙ୍କ ଅନୁମତିରେ ଏଥର ନାମାଙ୍କନ ଦାଖଲ କରିଛନ୍ତି । ଏପରିକି ଅନେକ ପ୍ରାର୍ଥୀ ଗୋଟିଏ ଦଳରୁ ଆଶା ଛାଡିବା ପରେ ଅନ୍ୟ ପାର୍ଟିର ଟିକେଟରେ ଭରିଛନ୍ତି ନାମାଙ୍କନ। ଅନେକ ନୂଆ ପ୍ରାର୍ଥୀ ବି ଏଥର ସିଧାସଳଖ ଓହ୍ଲାଇଛନ୍ତି ପୌର ନିର୍ବାଚନର ମୈଦାନକୁ ।