ଭୁବନେଶ୍ବର :କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେମୁ ପସେଞ୍ଜର ଓ ଦୂରଗାମୀ ଟ୍ରେନର ଚଳାଚଳକୁ ବାତିଲ କରିଛନ୍ତି ରେଳବାଇ କର୍ତ୍ତୃପକ୍ଷ । ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଯାତ୍ରା କରୁଥିବା ରାଜଧାନୀ ବିଶେଷ ଟ୍ରେନ୍ ଗୁଡିକ ମେ ମାସ ଶେଷ ପର୍ଯ୍ୟନ୍ତ ସପ୍ତାହକୁ ସବୁଦିନ ପରିବର୍ତ୍ତେ ଦୁଇଦିନ ଚଳାଚଳ କରିବ।
ସେହିପରି 02823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସ୍ପେସାଲ ଭାୟା ଟାଟା ମଇ ମାସ ୨୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ମଙ୍ଗଳବାର ଗୁଡିକରେ ନୂଆଦିଲ୍ଲୀ ଯାତ୍ରା କରିବ। ଅବଶିଷ୍ଟ ଦିନମାନଙ୍କରେ ଏହି ଟ୍ରେନ ଭୁବନେଶ୍ୱର ଠାରୁ ବାତିଲ ରହିବ। ଫେରିବା ମାର୍ଗରେ 02824 ନୂଆ ଦିଲ୍ଲୀ-ଭୁବନେଶ୍ୱର ଭାୟା ଟାଟା ମଇ ମାସ ୨୨ ତାରିଖ ଠାରୁ ଜୁନ ମାସ ପହିଲା ମଧ୍ୟରେ କେବଳ ବୁଧବାର ମାନଙ୍କରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିବ। ଅବଶିଷ୍ଟ ଦିନମାନଙ୍କରେ ଏହି ଟ୍ରେନ ନୂଆ ଦିଲ୍ଲୀ ଠାରୁ ଭୁବନେଶ୍ୱରକୁ ବାତିଲ ରହିବ।
ସେହିଭଳି 02825/02826 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ସ୍ପେଶାଲ ଭାୟା ଆଦ୍ର ଭୁବନେଶ୍ୱର ଠାରୁ କେବଳ ରବିବାର ଦିନ ଏବଂ ନୂଆଦିଲ୍ଲୀରୁ କେବଳ ସୋମବାର ଦିନ ଚଳାଚଳ କରିବ। ଏହି ଟ୍ରେନ୍ 26 ମଇ ଦିନ ଭୁବନେଶ୍ୱରରୁ ଏବଂ 28 ମଇ 2021 ଦିନ ନୂଆଦିଲ୍ଲୀରୁ ବାତିଲ ରହିବ।
ଅନ୍ୟ ଏକ ଟ୍ରେନ (02855/02856) ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ସ୍ପେସାଲ ଭାୟା ସମ୍ବଲପୁର ସିଟି ଏବଂ ରାଉରକେଲା ମଇ ମାସ 22 ଓ 29 ତାରିଖ ଦିନ ଭୁବନେଶ୍ୱରରୁ ଏବଂ ମଇ ମାସ 23 ଓ 30 ତାରିଖ ଦିନ ନୂଆଦିଲ୍ଲୀରୁ ବାତିଲ ରହିବ।