ଓଡିଶା

odisha

ETV Bharat / city

ଶେଷ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ - ମୁକ୍ତେଶ୍ଵର ନୃତ୍ୟ ଉତ୍ସବ

ଓଡିଶା ଭାଷା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ବାର୍ଷିକ ପାଞ୍ଜିକାରେ ସ୍ଥାନ ପାଇଥିବା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ ଗୁରୁବାର ଶେଷ ହୋଇଛି ।

mukteswar dance festival
ମୁକ୍ତେଶ୍ଵର ନୃତ୍ୟ ଉତ୍ସବ

By

Published : Jan 17, 2020, 6:52 AM IST

ଭୁବନେଶ୍ବର: ଉଦଯାପିତ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ । ଓଡିଶା ଭାଷା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ବାର୍ଷିକ ପଞ୍ଜିକାରେ ସ୍ଥାନ ପାଇଥିବା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ ଗୁରୁବାର ଶେଷ ହୋଇଛି । ଗତ 14 ତାରିଖ ଠାରୁ ଆରମ୍ଭ ହୋଇଥିବା 3 ଦିନିଆ ଏହି ଉତ୍ସବରେ ଦେଶ ଓ ବିଦେଶରୁ ଓଡିଶୀ ନୃତ୍ୟ ସଙ୍ଗୀତର ଶିଳ୍ପୀମାନେ ଯୋଗଦେଇ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି ।

ଗୁରୁବାର ଶେଷ ସନ୍ଧ୍ୟାରେ ଶିଳ୍ପୀ ଭାବେ ଗୁରୁ ରାମହରି ଦାସ ଓ ଶିଳ୍ପୀମାନଙ୍କ ଦ୍ବାରା ଶିବ ବନ୍ଦନାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ କୋଲକତାରୁ ଆସିଥିବା ଶିଳ୍ପୀ ସୌମ୍ୟା ବୋଷ ଏକକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଭୁବନେଶ୍ବରରେ ମୁକ୍ତେଶ୍ଵର ନୃତ୍ୟ ଉତ୍ସବ ଶେଷ

ଏହାପରେ ସନ୍ତୋଷ କୁମାର ରାମ ଏବଂ ସମୀର କୁମାର ପାଣିଗ୍ରାହୀ ଦୈତ୍ୟ ଭାବେ ଓଡିଶୀ ପରିବେଷଣ କରିଥିଲେ । ଶେଷରେ କୁମକୁମ ମହାନ୍ତି ଗ୍ରୁପ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ମହୋତ୍ସବରେ ଦେଶୀ ଓ ବିଦେଶୀ ରସିକ ସ୍ରୋତା ଓ ଦର୍ଶକ ଉପସ୍ଥିତ ରହି ଭରପୁର ମନୋରଞ୍ଜନ ନେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details