ଓଡିଶା

odisha

ETV Bharat / city

ଫୋକସରେ ବର୍ଷା ଜଳ ସଂରକ୍ଷଣ: 75 ଦିନରେ ନିର୍ମାଣ ହେଲା 10 ହଜାର RWHS - ମୁକ୍ତା ଯୋଜନାରେ 10 ହଜାର RWHS ପ୍ରତିଷ୍ଠା

ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ‘ମୁକ୍ତା’ ଯୋଜନାର ସଫଳତା । ଏହି ଯୋଜନାରେ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ ପାଇଁ ରାଜ୍ୟସ୍ତରୀୟ ଅଭିଯାନ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ...

‘ମୁକ୍ତା’ ଯୋଜନାର ସଫଳତା, ରାଜ୍ୟରେ 10 ହଜାର RWHS ପ୍ରତିଷ୍ଠା
‘ମୁକ୍ତା’ ଯୋଜନାର ସଫଳତା, ରାଜ୍ୟରେ 10 ହଜାର RWHS ପ୍ରତିଷ୍ଠା

By

Published : Jul 2, 2021, 9:37 PM IST

ଭୁବନେଶ୍ବର: ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ‘ମୁକ୍ତା’ ଯୋଜନାର ସଫଳତା । ଏହି ଯୋଜନାରେ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ ପାଇଁ ରାଜ୍ୟସ୍ତରୀୟ ଅଭିଯାନ ଆରମ୍ଭ ହୋଇଛି । “Catch the Rain: Where it Falls and When it Falls”’ ଥିମକୁ ନେଇ ଆରମ୍ଭ ହୋଇଛି ଏହି ବର୍ଷା ଜଳ ସଂରକ୍ଷଣ ଯୋଜନା । ‘ମୁକ୍ତା’ ଯୋଜନାରେ ୭୫ ଦିନରେ ଓଡ଼ିଶାରେ ରେକର୍ଡ ସଂଖ୍ୟକ 10 ହଜାର Rain Water Harvesting Structures (RWHS) ଆରଡବ୍ଲ୍ୟୁଏଚ୍‍ଏସ ପ୍ରତିଷ୍ଠା ହୋଇଛି ।

‘ମୁକ୍ତା’ ଯୋଜନାର ସଫଳତା, ରାଜ୍ୟରେ 10 ହଜାର RWHS ପ୍ରତିଷ୍ଠା

ମାତ୍ର ୭୫ ଦିନ ବ୍ୟବଧାନରେ ଓଡିଶାର ୧୧୪ ପୌରାଞ୍ଚଳରେ ୧୦ହଜାର ଆରଡବ୍ଲ୍ୟୁଏଚଏସ ପ୍ରତିଷ୍ଠା କରି “କ୍ୟାଚ୍‍ ଦି ରେନ୍‍” ଅଭିଯାନରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ଏହାର ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଭାଗରେ ଥିବା ପୌରାଞ୍ଚଳଗୁଡିକରେ ଆଉ ୧୦ହଜାର ଆରଡବ୍ଲ୍ୟୁଏଚଏସ୍‍ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିବା ନଗର ଗୃହ ଓ ନଗର ଉନ୍ନୟନ ପ୍ରତାପ ଜେନା କହିଛନ୍ତି । ଏଥିପାଇଁ ସେ ନିଜ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି ।

‘ମୁକ୍ତା’ ଯୋଜନାର ସଫଳତା, ରାଜ୍ୟରେ 10 ହଜାର RWHS ପ୍ରତିଷ୍ଠା
ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ପୂର୍ବରୁ ୧୧୪ ଟି ସହରାଞ୍ଚଳରେ ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ରିଚାର୍ଜକୁ ସୁଗମ କରିବା ଥିଲା ଏହାର ଲକ୍ଷ୍ୟ । ଅତି କମରେ ୫୦୦୦ ବର୍ଷା ଜଳ ଅମଳ ସଂରଚନା (ଆରଡବ୍ଲ୍ୟୁଏଚ୍‍ଏସ୍‍) ର୍ନିମାଣ କରିବାକୁ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏପ୍ରିଲ ୧୫ ତାରିଖ ୨୦୨୧ରେ ଆରମ୍ଭ ହୋଇଥିବା ଏହି ଯୋଜନା ସମୟସୀମା ମଧ୍ୟରେ ଉଦ୍ଦିଷ୍ଟ ଫଳାଫଳ ହାସଲ କରିଛି ।
‘ମୁକ୍ତା’ ଯୋଜନାର ସଫଳତା, ରାଜ୍ୟରେ 10 ହଜାର RWHS ପ୍ରତିଷ୍ଠା
  • ରାଜ୍ୟର 111 ପୌରାଞ୍ଚଳର 1990 ୱାର୍ଡରେ ବର୍ଷା ଜଳ ଅମଳ ସଂରଚନା ଯୋଜନା କରାଯାଇଛି ।
  • ଏପର୍ଯ୍ୟନ୍ତ ପ୍ରାୟ 15 ହଜାର ସାଇଟ୍ ଚୟନ କରାଯାଇଛି । 14600 ଯୋଜନା ଏବଂ ଆକଳନ 70 କୋଟି ଟଙ୍କା ପ୍ରସ୍ତୁତ ଏବଂ 14000 କାର୍ଯ୍ୟାଦେଶ ଜାରି ହୋଇଛି ।
  • 10176 ଆରଡବ୍ଲ୍ୟୁଏଚଏସ୍‍ ଏପର୍ଯ୍ୟନ୍ତ ସମାପ୍ତ ହୋଇଛି ଏବଂ 10 ଜୁଲାଇ 2021 ସୁଦ୍ଧା 12000 ଲକ୍ଷ୍ୟ ହାସଲ କରିବାକୁ ଆଶା କରାଯାଉଛି ।
  • 7698 ଏମଏସ୍‍ଜି ଏବଂ ଏସ୍‍ଡିଏ ଗୋଷ୍ଠୀ ଏହି ଅଭିଯାନ ଚଳାଇବା ପାଇଁ କାର୍ଯ୍ୟକାରୀ ସଂସ୍ଥା ଭାବରେ ନିୟୋଜିତ ହୋଇଛନ୍ତି ।

ଗ୍ରାଉଣ୍ଡ ସ୍ତରରେ ଏହାର କାର୍ଯ୍ୟକାରିତା ଏବଂ ସଫଳତା ପାଇଁ ଏକ ଗୋଷ୍ଠୀ ପରିଚାଳନା ପଦ୍ଧତି ଗ୍ରହଣ କରାଯାଇଛି । ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ, ବର୍ଷା ଜଳ ଧରି ରଖିବାର ଅଭିଯାନକୁ କ୍ଷେତ୍ର ସ୍ତରରୁ ବିପୁଳ ସମର୍ଥନ ମିଳୁଛି । ଏହି ସମସ୍ତ 10 ହଜାର ଆରଡବ୍ଳ୍ୟୁଏଚଏସ୍‍ କମ୍‍ ମୂଲ୍ୟର ସଂରଚନା । ରାଜ୍ୟରେ ଥିବା ହାଇଡ୍ରୋ- ଜିଓଲୋଜିକାଲ ପାରାମିଟର ଉପରେ ଆଧାର କରି ସ୍ୱତନ୍ତ୍ର ଭାବରେ ପରିକଳ୍ପିତ ମୁକ୍ତା ଯୋଜନା ।

ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଓଡ଼ିଶା ଅନ୍ୟତମ ଜଳ ବହୁଳ ରାଜ୍ୟ ଭାବରେ ପରିଗଣିତ । ବର୍ଷା ହେଉଛି ରାଜ୍ୟ ଜଳଧାରଣ ମୁଖ୍ୟ ଉତ୍ସ । ସାରା ରାଜ୍ୟରେ 1200 ମିଲିମିଟରରୁ 1800 ମିଲିମିଟର ମଧ୍ୟରେ ବର୍ଷା ହେଉଛି । ଜୁନ୍ ମଧ୍ୟଭାଗରୁ ସେପ୍ଟେମ୍ବର ମଧ୍ୟଭାଗ ମଧ୍ୟରେ ରାଜ୍ୟରେ ପ୍ରାୟ 76% ବୃଷ୍ଟିପାତ ହୁଏ ଏବଂ ବର୍ଷସାରା ଅବଶିଷ୍ଟ 24% ବୃଷ୍ଟିପାତ ହୋଇଥାଏ । ତେଣୁ, ମାଟି ଉପରେ ବୋହି ଯାଉଥିବା ଜଳ ଉତ୍ସକୁ ଧରିବା ପାଇଁ ପର୍ଯ୍ୟାପ୍ତ ପରିସର ଅଛି ।

ଏହାଦ୍ବାରା ରାଜ୍ୟର ସହରାଞ୍ଚଳରେ ଜଳ ଅଭାବର ସମସ୍ୟାର ସମାଧାନ ହେବ । 114 ପୌରାଞ୍ଚଳ ମଧ୍ୟରେ ଥିବା ସମସ୍ତ 2035 ୱାର୍ଡରେ ବର୍ଷା ଜଳ ଅମଳ ସଂରଚନା (ଆରଡବ୍ଲ୍ୟୁଏଚ୍‍ଏସ୍‍) ର୍ନିମାଣ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜ୍ୟର ସହରାଞ୍ଚଳରେ ରହୁଥିବା ଗରିବ ଏବଂ ଅଭାବୀ ଲୋକମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବା ପାଇଁ ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଅଧୀନରେ ଏହି ପଦକ୍ଷେପ ନିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details