ଭୁବନେଶ୍ବର:ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ବିଭିନ୍ନ ବିଭାଗରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏମଏସପିକୁ ନେଇ ଉଠିଥିଲା ପଡିଥିଲା ଗୃହ । ଏମଏସପିକୁ ନେଇ ରାଜା ବିଷ୍ଣୁ ଓ ବିଧାୟକ ତାରା ବାହିନୀପତିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।
ସବୁ କଥାରେ କେନ୍ଦ୍ର ସରକାରଙ୍କ ଉପରକୁ ବଲ ଗଡାଇବା ଠିକ ନୁହେଁ । ରାଜ୍ୟ ସବୁ କଥାରେ ମୋ ସରକାର, ମୋ ବସ, ମୋ ସାଇକେଲ କରୁଛନ୍ତି । ଚାଷ କ୍ଷେତ୍ରରେ ମୋ ଶୀତଳ ଭଣ୍ଡାର, ମୋ ଚାଷୀର ଉତ୍ପାଦନ କରୁ ନାହାନ୍ତି କାହିଁକି । ସବସିଡି ଦେଉଛନ୍ତି, ସବୁ ସହାୟତା କରୁଛନ୍ତି ବୋଲି କହୁଛନ୍ତି ମାତ୍ର ଜଣେ ଯୁବ ଇଞ୍ଜିନିୟର ଆସିଲେ ଏ ବାବୁରୁ ସେ ବାବୁ ପାଖକୁ ଦଉଡ଼ି ଦଉଡି ଆତ୍ମହତ୍ୟା କରୁଛନ୍ତି । ସରୁ ଚାଉଳର କେତୋଟି ପ୍ଲାଣ୍ଟ ଓଡ଼ିଶାରେ ଅଛି ବୋଲି ପ୍ରଶ୍ନ କରିଥିଲେ ବିଷ୍ଣୁ ।