ଓଡିଶା

odisha

ETV Bharat / city

ଏମଏସଏମଇ ମେଳା 2020: କାଠ ପାଣି ବୋତଲ ଓ ଇକୋଫ୍ରେଣ୍ଡଲି ପେପର ୱେଟ ଲୋକଙ୍କ ପସନ୍ଦ - bhubaneswar wood water bottle

ବର୍ତ୍ତମାନ ଯୁଗରେ ପ୍ଲାଷ୍ଟିକକୁ ବ୍ୟାନ କରିବା ବେଳେ ଅନେକ ପୁରଣା ପଦ୍ଧତି ସବୁ ବଜାରକୁ ଆସୁଛି। ଯେମିତି ପଲିଥିନ ଜାଗାରେ କପଡ଼ା ବ୍ୟାଗ , ପ୍ଲାଷ୍ଟିକ କଲମ ଜାଗାରେ ଇକୋଫ୍ରେଣ୍ଡଲି କଲମ।

msme exibition 2020 wood water bottle and eco friendly paper wet
ଫଟୋ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

By

Published : Jan 11, 2020, 4:58 PM IST

ଭୁବନେଶ୍ବର: ରାଜଧାନୀରେ ଅନୁଷ୍ଠିତ ହୋଇଯାଇଛି ଏମଏସଏମଇ ମେଳା 2020। ଏହି ମେଳାରେ ଇକେଫ୍ରେଣ୍ଡଲି ପାଣି ବୋତଲ ସହ ଇକୋଫ୍ରେଣ୍ଡଲି ପେପର ୱେଟ ଦେଖିବାକୁ ମିଳିଛି। ବର୍ତ୍ତମାନ ଯୁଗରେ ପ୍ଲାଷ୍ଟିକକୁ ବ୍ୟାନ କରିବା ବେଳେ ଅନେକ ପୁରଣା ପଦ୍ଧତି ସବୁ ବଜାରକୁ ଆସୁଛି। ଯେମିତି ପଲିଥିନ ଜାଗାରେ କପଡ଼ା ବ୍ୟାଗ, ପ୍ଲାଷ୍ଟିକ କଲମ ଜାଗାରେ ଇକୋଫ୍ରେଣ୍ଡଲି କଲମ।

ଏଥର ବଜାରକୁ ଆସିଛି କିଛି ନୂଆ । ଆପଣ ପୂର୍ବରୁ ପାଣି ପିଇବା ପାଇଁ କାଚ କିମ୍ବା ପ୍ଲାଷ୍ଟିକ ବୋତଲ ବ୍ୟବହାର କରୁଥିବେ । ହେଲେ ଏହି ମେଳାରେ ପ୍ରଦର୍ଶିତ ହୋଇଛି କାଠର ଇକୋଫ୍ରେଣ୍ଡଲୀ ବୋତଲ।

ଏମଏସଏମଇ ମେଳା 2020: ଗ୍ରାହକଙ୍କ ପସନ୍ଦ କାଠ ପାଣି ବୋତଲ ଓ ଇକୋଫ୍ରେଣ୍ଡଲି ପେପର ୱେଟ

ବାଉଁଶରେ ପାଣି ବୋତଲ ତିଆରି ହୋଇଥିବା ବେଳେ ପେପର ୱେଟଟି ତିଆରି ହୋଇଛି ପଥରରେ। ଯାହାକୁ ଦେଖିବା ପାଇଁ ଷ୍ଟଲରେ ଜମୁଛି ପ୍ରବଳ ଭିଡ । ଏହାକୁ ଲୋକେ ଖୁବ ପସନ୍ଦ ମଧ୍ୟ କରୁଥିବା ଦେଖାଯାଇଛି। କେବଳ ପ୍ରଦର୍ଶନ ନୁହେଁ ବୋତଲ ବିକ୍ରି ମଧ୍ୟ ହେଉଛି । କିଛି ପୁରୁଣା ଆଦିବାସୀଙ୍କ କଳାସଂସ୍କୃତି ସହ ମର୍ଡନ କ୍ରାଫ୍ଟ ମଧ୍ୟ ମେଳାକୁ ଆହୁରି ସୁନ୍ଦର କରୁଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ,ଇଟିଭି ଭାରତ

ABOUT THE AUTHOR

...view details