ଓଡିଶା

odisha

ETV Bharat / city

ଏୟାର ଆମ୍ବୁଲାନ୍ସରେ ECMO ଚିକିତ୍ସା ପାଇଁ କୋଲକାତା ଯିବେ କୋରୋନା ରୋଗୀ - mrutunjaya patra

ECMO ଚିକିତ୍ସା ପାଇଁ ଭୁବନେଶ୍ବରରୁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ଯିବେ କୋରୋନା ରୋଗୀ ମୃତ୍ୟୁଞ୍ଜୟ ପାତ୍ର । ଆର୍ଥିକ ସହାୟତା ଯୋଗାଇବାକୁ ଜନସାଧାରଣଙ୍କୁ ନିବେଦନ କଲେ ପରିବାର ଲୋକେ । ଅଧିକ ପଢନ୍ତୁ...

ଏୟାର ଆମ୍ବୁଲାନ୍ସରେ ECMO ଚିକିତ୍ସା ପାଇଁ କୋଲକାତା ଯିବେ କୋରୋନା ରୋଗୀ
ଏୟାର ଆମ୍ବୁଲାନ୍ସରେ ECMO ଚିକିତ୍ସା ପାଇଁ କୋଲକାତା ଯିବେ କୋରୋନା ରୋଗୀ

By

Published : Jul 15, 2021, 6:15 PM IST

ଭୁବନେଶ୍ବର:ରାଜଧାନୀରୁ ECMO ଚିକିତ୍ସା ପାଇଁ କୋଲକାତା ଯିବେ ଗୁରୁତର ରୋଗୀ । ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଭଦ୍ରକର ୪୮ ବର୍ଷୀୟ ମୃତ୍ୟୁଞ୍ଜୟ ପାତ୍ରଙ୍କୁ କୋଲକାତାର ମେଦିକା ହସ୍ପିଟାଲ ନିଆଯିବ । ଏଥିପାଇଁ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ସେହିପରି ଆଜି(ଗୁରୁବାର) ଏକ 4 ଜଣିଆ ଡାକ୍ତରୀ ଦଳ ଆପୋଲୋ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ୬ ଘଣ୍ଟା ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ଏୟାର ଆମ୍ବୁଲାନ୍ସ ଯୋଗେ ଅପରାହ୍ନ ୫ଟା ରୁ ୫ଟା ୩୦ ମଧ୍ୟରେ ମୃତ୍ୟୁଞ୍ଜୟଙ୍କୁ କୋଲକାତା ନିଆଯିବ ।

ଏୟାର ଆମ୍ବୁଲାନ୍ସରେ ECMO ଚିକିତ୍ସା ପାଇଁ କୋଲକାତା ଯିବେ କୋରୋନା ରୋଗୀ

ସେପଟେ ଏନେଇ କମିଶନରେଟ ପୋଲିସ ସହିତ ଯୋଗାଯୋଗ କରିଛନ୍ତି ମୃତ୍ୟୁଞ୍ଜୟଙ୍କ ପରିବାର ଲୋକେ । ଲକଡାଉନ ଥିବାରୁ ଅପରାହ୍ନରେ ସେତେଟା ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ନପାରେ । ପରିସ୍ଥିତିକୁ ଦେଖି ଗ୍ରୀନ କରିଡର କଥା ଚିନ୍ତା କରାଯିବ ବୋଲି ସୂଚନା ମିଳିଛି ।

ସୂଚନାଥାଉ କି, ମୃତ୍ୟୁଞ୍ଜୟ କୋରୋନା ଆକ୍ରାନ୍ତ ହୋଇ ଗତ ୨୬ ଦିନ ହେବ ରାଜଧାନୀର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ମୃତ୍ୟୁଞ୍ଜୟଙ୍କୁ ECMO ଚିକିତ୍ସାର ଆବଶ୍ୟକତା ଥିବାବେଳେ ପରିବାର ଆର୍ଥିକ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ଚିକିତ୍ସା ପାଇଁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥ ଖର୍ଚ୍ଚ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ମିଲାପ ଆପରେ ଫଣ୍ଡ ରେଜ କରିବା ପାଇଁ ପରିବାର ଲୋକେ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି । ଯେକୌଣସି ସହୃଦୟ ବ୍ୟକ୍ତି ନିମ୍ନଲିଖିତ ନମ୍ବର ଜରିଆରେ ମୃତ୍ୟୁଞ୍ଜୟକୁ ଆର୍ଥିକ ସହାୟତା କରିପାରିବେ ।

PHONE PAY NO-9437952517। ACOOUNT NO -540810100014674 (BANK OF INDIA, HATADIHI BRANCH)। IFSC CODE -BKID0005408।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details