ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଆଜି (ଗୁରୁବାର) ଏମଆରଆଇ ଶୁଭାରମ୍ଭ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଏଠାରେ ଏମଆରଆଇ ପାଇଁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ । ଏହାଦ୍ବାରା ଓଡିଶାବାସୀଙ୍କୁ ମାଗଣାରେ ସୁବିଧା ଦିଆଯାଇପାରିବ ।
ମଣିପାଲ ହେଲଥ ମ୍ୟାପ ମାଧ୍ୟମରେ ଏହା ଆରମ୍ଭ ହୋଇଛି । ଏହି କମ୍ପାନୀ ଦେଶରେ 50 ଟି ସ୍ଥାନରେ ଏମଆରଆଇ କାମ କରୁଛନ୍ତି । ସମ୍ପୂର୍ଣ୍ଣ ଭାବରେ ଏକ କୋଟି ଟଙ୍କାର ବ୍ୟୟରେ କାର୍ଯ୍ୟ କରାଯାଇଛି । ଏହାକୁ ଅତ୍ୟାଧୁନିକ ଭାବରେ କରାଯାଇଛି । ଏହା ଘରୋଇ ହସ୍ପିଟାଲରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ନକରି ମାଗଣାରେ ସୁବିଧା ପାଇପାରିବେ ।